୩ରେ ପ୍ରଭାବିତ ଅଞ୍ଚଳର ସରକାରୀ ଓ ଘରୋଇ ଅଫିସ ବନ୍ଦ
ଭୁବନଶେ୍ବର: ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବ ଓଡ଼ିଶା ସମତେ ଆନ୍ଧପ୍ରଦଶେ ଓ ପଶ୍ଚିମବଙ୍ଗରେ ପଡିବା ଆଶଙ୍କା ରହିଛି। ଧନଜୀବନ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁହାକୁ ତୁହା ଏଠାରେ ବୈଠକ କରୁଥିବା ବଳେେ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମଧ୍ୟ ତନାଘନା କରିଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ନରନେ୍ଦ୍ର ମୋଦୀ ସ୍ଥିତି ସମୀକ୍ଷା କରି ବାତ୍ୟା ଦ୍ବାରା ପ୍ରଭାବିତ ରାଜ୍ୟଗୁଡ଼ିକ ସହ ଯୋଗାଯୋଗରେ ରହି ସମସ୍ତ ପ୍ରକାର ସହାୟତା ତତ୍କାଳ ଯୋଗାଇଦବୋକୁ ନିର୍ଦଶେ ଦେଇଛନ୍ତି। ବିଭିନ୍ନ ବିଭାଗ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସମ୍ର୍ପକରେ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରର ଅଧିକାରୀମାନେ ଅବଗତ କରାଇଥିଲେ। ପୂର୍ବରୁ କ୍ୟାବିନଟେ୍ ସଚିବ ପି କେ ସିହ୍ନା ଆଜି ଜାତୀୟ ବିର୍ପଯ୍ୟୟ ପରିଚାଳନା କମିଟି(ଏନ୍ସିଏମ୍ସି)ର ଏକ ଜରୁରୀ ବୈଠକରେ ଫନି ସମୀକ୍ଷା କରିଥିଲେ।
ଆଜି ସକାଳେ ସଚିବାଳୟରେ ଅଧିକାରୀମାନଙ୍କ ସହ ବାତ୍ୟା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ସନ୍ଧ୍ୟାରେ ରାଜୀବ ଭବନସ୍ଥିତ ସ୍ବତନ୍ତ୍ର ରିଲିଫ୍ କମିସର୍ନ(ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି ତଦାରଖ କରିଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଛି, ମେ’ ୩ ତାରିଖରେ ବାତ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ। କବେଳ ବାତ୍ୟା ପରିଚାଳନା ସହିତ ସଂପୃକ୍ତ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ।
ସପେଟେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ୟାବିନଟେ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଅତିରିକ୍ତ ପ୍ରମୁଖ ସଚିବ, ଗୃହସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଫନିର ସମ୍ଭାବ୍ୟ ଗତିପଥ ଓ ଗ୍ରହଣ କରାଯାଇଥିବା ସର୍ତକତାମୂଳକ ପ୍ରସ୍ତୁତି ପଦକ୍ଷପେ ସଂର୍ପକରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରଭାବିତ ଅଞ୍ଚଳର ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ରିଲିଫ୍, ଉଦ୍ଧାର ଆଦି ଦିଗରେ ଜରୁରୀକାଳୀନ ବ୍ୟବସ୍ଥା କରିବାକୁ ପଦାଧିକାରୀଙ୍କୁ ନିରେ୍ଦଶ ଦେଇଛନ୍ତି।
ପ୍ରମୁଖ ଖବର
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ଶାବକର ମୃତ୍ୟୁ
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରୁ ୪କୋଟିର ଗଞ୍ଜେଇ ଜବତ
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି
ତୁଟିଲା ବିବାଦ, ସ୍ଵାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ଶ୍ରୀମନ୍ଦିର ରତ୍ନସିଂହାସନ ନିକଟରେ ଟଳିପଡ଼ିଲେ ସେବାୟତ
ନାମାଙ୍କନ ଭରିଲେ କେଜ୍ରିଓ୍ବାଲ