୩ରେ ପ୍ରଭାବିତ ଅଞ୍ଚଳର ସରକାରୀ ଓ ଘରୋଇ ଅଫିସ ବନ୍ଦ
ଭୁବନଶେ୍ବର: ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବ ଓଡ଼ିଶା ସମତେ ଆନ୍ଧପ୍ରଦଶେ ଓ ପଶ୍ଚିମବଙ୍ଗରେ ପଡିବା ଆଶଙ୍କା ରହିଛି। ଧନଜୀବନ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁହାକୁ ତୁହା ଏଠାରେ ବୈଠକ କରୁଥିବା ବଳେେ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମଧ୍ୟ ତନାଘନା କରିଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ନରନେ୍ଦ୍ର ମୋଦୀ ସ୍ଥିତି ସମୀକ୍ଷା କରି ବାତ୍ୟା ଦ୍ବାରା ପ୍ରଭାବିତ ରାଜ୍ୟଗୁଡ଼ିକ ସହ ଯୋଗାଯୋଗରେ ରହି ସମସ୍ତ ପ୍ରକାର ସହାୟତା ତତ୍କାଳ ଯୋଗାଇଦବୋକୁ ନିର୍ଦଶେ ଦେଇଛନ୍ତି। ବିଭିନ୍ନ ବିଭାଗ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସମ୍ର୍ପକରେ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରର ଅଧିକାରୀମାନେ ଅବଗତ କରାଇଥିଲେ। ପୂର୍ବରୁ କ୍ୟାବିନଟେ୍ ସଚିବ ପି କେ ସିହ୍ନା ଆଜି ଜାତୀୟ ବିର୍ପଯ୍ୟୟ ପରିଚାଳନା କମିଟି(ଏନ୍ସିଏମ୍ସି)ର ଏକ ଜରୁରୀ ବୈଠକରେ ଫନି ସମୀକ୍ଷା କରିଥିଲେ।
ଆଜି ସକାଳେ ସଚିବାଳୟରେ ଅଧିକାରୀମାନଙ୍କ ସହ ବାତ୍ୟା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ସନ୍ଧ୍ୟାରେ ରାଜୀବ ଭବନସ୍ଥିତ ସ୍ବତନ୍ତ୍ର ରିଲିଫ୍ କମିସର୍ନ(ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି ତଦାରଖ କରିଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଛି, ମେ’ ୩ ତାରିଖରେ ବାତ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ। କବେଳ ବାତ୍ୟା ପରିଚାଳନା ସହିତ ସଂପୃକ୍ତ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ।
ସପେଟେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ୟାବିନଟେ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଅତିରିକ୍ତ ପ୍ରମୁଖ ସଚିବ, ଗୃହସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଫନିର ସମ୍ଭାବ୍ୟ ଗତିପଥ ଓ ଗ୍ରହଣ କରାଯାଇଥିବା ସର୍ତକତାମୂଳକ ପ୍ରସ୍ତୁତି ପଦକ୍ଷପେ ସଂର୍ପକରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରଭାବିତ ଅଞ୍ଚଳର ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ରିଲିଫ୍, ଉଦ୍ଧାର ଆଦି ଦିଗରେ ଜରୁରୀକାଳୀନ ବ୍ୟବସ୍ଥା କରିବାକୁ ପଦାଧିକାରୀଙ୍କୁ ନିରେ୍ଦଶ ଦେଇଛନ୍ତି।
ପ୍ରମୁଖ ଖବର
ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର