ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁଲିସକୁ ଅପରାଧୀ ଡରୁନାହାନ୍ତି କାହିଁକି?

0

କାହା ପାଇଁ କାମ କରୁଛି ପୁଲିସ
ପୁରୀ ପରେ ଜଳେଶ୍ୱରରେ ଅଭାବନୀୟ ଘଟଣା
ହାଵଡାରୁ ଦୁଇ ଯୁବତୀଙ୍କୁ ଆଣି ଗଣଦୁ୍‍ଷ୍କର୍ମ କଲେ ତିନି ଦୁର୍ବୃତ୍ତ
ମଙ୍ଗଳବାର କାରକୁ ଗୁଳି କରି ୫୦ଲକ୍ଷ ଲୁଟିଥିଲେ

ଭୁବନେଶ୍ୱର: ପୁରୀ ବସଷ୍ଟାଣ୍ଡରେ ପୁଲିସ ମୁତୟନ ଥିବା ସତ୍ତ୍ୱେ ଜଣେ ହେଲପର୍‍ ବସ ମଧ୍ୟରେ ଜଣେ ଯୁବକଙ୍କୁ ଦୁଷ୍କର୍ମ କରିବାକୁ ସାହାସ କଲା । ପୁରୀ ବସଷ୍ଟାଣ୍ଡ ପରିସରରେ ପୁଲିସ କ୍ୟାମ୍ପ ଅଛି । ମାତ୍ର ପୁଲିସ ନଜର ପଡିଲାନି । ସ୍ଥାନୀୟ ଲୋକେ ଯୁବତୀଙ୍କୁ ଆଣି ପୁଲିସ ପାଖେ ଫେରାଦ ହୋଇଥିଲେ । ଏହି ଘଟଣାରେ ବସ ହେଲପରକୁ ପୁଲିସ ଗିରଫ କରିଛି । କିନ୍ତୁ ଦୁର୍ବୃତ୍ତ ଏ ସାହସ କଲା କେମିତି?
ବୁଧବାର ଆଉ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଳେଶ୍ୱର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । କୋଲକାତା ହାଵଡାରୁ ଦୁଇ ଜଣ ଯୁବତୀଙ୍କୁ ଆଣି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି । ତଳସରି ମେରାଇନ ଥାନାରେ ଏ ଅଭିଯୋଗ ହୋଇଛି । ଗୋଟିଏ ଗେଷ୍ଟ ହାଉସରେ ରଖି ସେମାନେ ଏଭଳି କାଣ୍ଡ ଭିଆଇଛନ୍ତି । ଦୁଇ ଯୁବତୀ ଆଜି ଗେଷ୍ଟ ହାଉସ ବାହାରେ କାନ୍ଦିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।
ମଙ୍ଗଳବାର କଟକ ଗୁରୁଡିଝାଟିଆ ଥାନା ଅଞ୍ଚଳରେ ଆଉ ଏକ ବଡ ଘଟଣା ଘଟିଛି । ଢେଙ୍କାନାଳ ସହରର ଜଣେ ଡାକ୍ତର ବିନୟ କୁମାର ମହାପାତ୍ର ଭୁବନେଶ୍ୱରରେ ଥିବା ତାଙ୍କ ସାଙ୍ଗଠାରୁ ୫୦ଲକ୍ଷ ଟଙ୍କା ନେଇ ଯିବା ବେଳେ ଜାତୀୟ ରାଜପଥର କପୁରସିଂ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟରେ ସେ ଲୁଟର ଶିକାର ହୋଇଥିଲେ । ତିନି ଜଣ ଯୁବକ ବାଇକରେ ଆସି ତାଙ୍କ କାରକୁ ଗୁଳି ମାରି ଏହି ଅର୍ଥ ଲୁଟିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଘଟଣା ରାତିରେ କି ସନ୍ଧ୍ୟାରେ ନୁହେଁ, ଅପରାହ୍ନ ୪ଟା ୨୦ ମିନିଟରେ ଘଟିଥିଲା ।
ଏହି ତିନି ଘଟଣା କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ପୁଲିସ ଉପରୁ ଅପରାଧୀଙ୍କ ଡର ଆଉ ନାହିଁ । ଖୋଲମଖୋଲା ଅପରାଧୀମାନେ ଏଭଳି କାଣ୍ଡ ଭିଆଉଛନ୍ତି । ପ୍ରଶ୍ନ ଉଠୁଛି, ହଠାତ୍‍ ଏମିତି ଡ଼ର ଛାଡିଗଲା କାହିଁକି?
ଏଭଳି ପ୍ରଶ୍ନ ସବୁ ମହଲକୁ ଆନ୍ଦୋଳିତ କଲାଣି । ରାଜ୍ୟ ସରକାର ଆଇନଶୃଙ୍ଖଳା ନେଇ ତୁରନ୍ତ ସମୀକ୍ଷା ନ କଲେ, ସ୍ଥିତି ଅଣାୟତ ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନିୟମିତ ବ୍ୟବଧାନରେ ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରୁଥିଲେ । ମାତ୍ର ବେଶ କିଛି ମାସ ଧରି ଏହା ଦେଖାଯାଇନାହିଁ । ଏଣୁ ପୁଲିସ ହୁଗୁଳା ହୋଇଯାଇଛି ବୋଲି କେହି କେହି କହିଲେଣି ।
ଅନ୍ୟ ଗୋଟିଏ ମହଲର ମତ ହେଲା, ରାଜ୍ୟ ପୁଲିସରେ ତୁରନ୍ତ ବଡ ଧରଣର ଅଦଳବଦଳ କରାଯିବା ଦରକାର । ଆଇପିଏସ୍‍ ସ୍ତରରେ ଏହି ଅଦଳବଦଳ ଡେରି ହେଉଥିବାରୁ ବଦଳି ଅପେକ୍ଷାରେ ଥିବା ଅଧିକାରୀମାନେ ଯେଭଳି ମନୋନିବେଶ କରିବା କଥା, ତାହା କରୁନାହାନ୍ତି ।

Leave A Reply

Your email address will not be published.