ପ୍ରମୁଖ ଖବର

ଖରିଫ ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ ନୁହେଁ
ଆସାମରେ ବନ୍ୟା ନେଲା ଆଉ ୨ ଜୀବନ, ମୃତ୍ୟୁସଂଖ୍ୟା ୧୦୦
ଆଇଗିଣୀଆ ଫ୍ଲାଏଓଭରରେ ବସ୍ ଧକ୍କା, ବାଇକ୍ ଆରୋହୀ ମୃତ
ପ୍ରବଳ ବର୍ଷାରେ ରାଉରକେଲା ଷ୍ଟେସନର ନବନିର୍ମିତ ସେଡ୍ ଭୁଶୁଡ଼ିଲା
ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି, ‘ଅନ୍ନପୂର୍ଣ୍ଣା ଶସ୍ୟ ଏଟିଏମ୍‌’ରୁ ମିଳିବ ରାସନ
ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍‌’
ଡିଜି ପାହ୍ୟାକୁ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ପଦୋନ୍ନତି
ହୀରାକୁଦରେ ପୁଣି ୪ ଗେଟ୍‌ ଖୋଲିଲା, ୧୨ ଗେଟ୍‌ରେ ଚାଲିଛି ବନ୍ୟାଜଳ ନିଷ୍କାସନ
ମାଲକାନଗିରି ଜଙ୍ଗଲରୁ କେବିସି ମଞ୍ଚରେ ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଡ଼ା

ନାବାଳିକାଙ୍କୁ ଘରୁ ବାହାରିବା ମନା!

0

-ଅସୁରକ୍ଷିତ ହୋଇପଡିଲେଣି ନାବାଳିକା
-ଅନୁଗୁଳରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ
-ଗୁରୁତର ଅବସ୍ଥାରେ ଡ୍ରେନରୁ ଉଦ୍ଧାର

ଭୁବନେଶ୍ୱର: ନାବାଳିକା ଦୁଷ୍କର୍ମ ଘଟଣାରେ ଅପରାଧୀଙ୍କୁ ଫାଶୀ ଦଣ୍ଡ ମିଳିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ଶୁଣାଇବା ପରେ ବି ଏହାର ବିଶେଷ ପ୍ରଭାବ ପଡୁନାହିଁ । ଆଜି
ଅନୁଗୁଳ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ୮ ବର୍ଷର ନାବାଳିକାକୁ ଜଣେ ଦୁର୍ବୃତ୍ତ ଦୁଷ୍କର୍ମ କରି ସ୍ଥାନୀୟ ବସଷ୍ଟାଣ୍ଡ ନିକଟସ୍ଥ ଏକ ପରିତ୍ୟକ୍ତ ଡ୍ରେନରେ ଫିଙ୍ଗିଦେଇଛି । ନାବାଳିକାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଯାଯାବର ଭାବେ ରାସ୍ତା କଡରେ ରହୁଥିବା ଗୋଟିଏ ପରିବାର ଗତକାଲି ବର୍ଷା କାରଣରୁ ନିକଟସ୍ଥ ଏକ ବାରାଣ୍ଡାରେ ଶୋଇଥିଲେ । ସେମାନଙ୍କ ସହିତ ଏହି ୮ ବର୍ଷର ବାଳିକା ମଧ୍ୟ ଶୋଇଥିଲା । ଦୁର୍ବୃତ୍ତ ରାତିରେ ଏହି ବାଳିକାକୁ ଉଠାଇ ନେଇ ଅନୁଗୁଳ ବସଷ୍ଟାଣ୍ଡ ନିକଟସ୍ଥ ଆହାର କେନ୍ଦ୍ର ପାଖରେ ଦୁଷ୍କର୍ମ କରିଥିଲା । ନାବାଳିକାଟି ପ୍ରତିବାଦ କରିବାକୁ ତାର ମୁଣ୍ଡକୁ ମଧ୍ୟ ଜୋରରେ ଆଘାତ ଦେଇଛି । ପରେ ତାକୁ ଡ୍ରେନରେ ଫିଙ୍ଗି ଚାଲି ଯାଇଥିଲା ।
ସକାଳେ ପରିବାର ଲୋକ ନାବାଳିକାକୁ ନ ପାଇ ଖୋଜାଖୋଜି କରିଥିଲେ ଓ ପାଖାପାଖି ୭ଟା ବେଳକୁ ତାକୁ ଠାବ କରାଯାଇଥିଲା । ପୁଲିସ ଏହି ଘଟଣାରେ ତନାଘନା କରୁଛି ।
ଏହି ଘଟଣା କେଉଁଠି ନା କେଉଁଠି ସୂଚାଉଛି ଯେ ରାଜ୍ୟରେ ନାବାଳିକା ଧୀରେ ଧୀରେ ଅସୁରକ୍ଷିତ ହୋଇପଡିଲେଣି । ଗତ ୧୫ ଦିନ ମଧ୍ୟରେ ଚାରି ଚାରିଟି ଘଟଣା ଏମିତି ଘଟିସାରିଲେଣି । ରାଜ୍ୟ ସରକାର ଏ ଦିଗରେ ଯେଭଳି ତନାଘନା କରିବା କଥା, ତାହା ଏଯାଏ ଦେଖାଯାଇନାହିଁ ।

Leave A Reply

Your email address will not be published.