ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ନାବାଳିକାଙ୍କୁ ଘରୁ ବାହାରିବା ମନା!

0

-ଅସୁରକ୍ଷିତ ହୋଇପଡିଲେଣି ନାବାଳିକା
-ଅନୁଗୁଳରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ
-ଗୁରୁତର ଅବସ୍ଥାରେ ଡ୍ରେନରୁ ଉଦ୍ଧାର

ଭୁବନେଶ୍ୱର: ନାବାଳିକା ଦୁଷ୍କର୍ମ ଘଟଣାରେ ଅପରାଧୀଙ୍କୁ ଫାଶୀ ଦଣ୍ଡ ମିଳିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ଶୁଣାଇବା ପରେ ବି ଏହାର ବିଶେଷ ପ୍ରଭାବ ପଡୁନାହିଁ । ଆଜି
ଅନୁଗୁଳ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ୮ ବର୍ଷର ନାବାଳିକାକୁ ଜଣେ ଦୁର୍ବୃତ୍ତ ଦୁଷ୍କର୍ମ କରି ସ୍ଥାନୀୟ ବସଷ୍ଟାଣ୍ଡ ନିକଟସ୍ଥ ଏକ ପରିତ୍ୟକ୍ତ ଡ୍ରେନରେ ଫିଙ୍ଗିଦେଇଛି । ନାବାଳିକାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଯାଯାବର ଭାବେ ରାସ୍ତା କଡରେ ରହୁଥିବା ଗୋଟିଏ ପରିବାର ଗତକାଲି ବର୍ଷା କାରଣରୁ ନିକଟସ୍ଥ ଏକ ବାରାଣ୍ଡାରେ ଶୋଇଥିଲେ । ସେମାନଙ୍କ ସହିତ ଏହି ୮ ବର୍ଷର ବାଳିକା ମଧ୍ୟ ଶୋଇଥିଲା । ଦୁର୍ବୃତ୍ତ ରାତିରେ ଏହି ବାଳିକାକୁ ଉଠାଇ ନେଇ ଅନୁଗୁଳ ବସଷ୍ଟାଣ୍ଡ ନିକଟସ୍ଥ ଆହାର କେନ୍ଦ୍ର ପାଖରେ ଦୁଷ୍କର୍ମ କରିଥିଲା । ନାବାଳିକାଟି ପ୍ରତିବାଦ କରିବାକୁ ତାର ମୁଣ୍ଡକୁ ମଧ୍ୟ ଜୋରରେ ଆଘାତ ଦେଇଛି । ପରେ ତାକୁ ଡ୍ରେନରେ ଫିଙ୍ଗି ଚାଲି ଯାଇଥିଲା ।
ସକାଳେ ପରିବାର ଲୋକ ନାବାଳିକାକୁ ନ ପାଇ ଖୋଜାଖୋଜି କରିଥିଲେ ଓ ପାଖାପାଖି ୭ଟା ବେଳକୁ ତାକୁ ଠାବ କରାଯାଇଥିଲା । ପୁଲିସ ଏହି ଘଟଣାରେ ତନାଘନା କରୁଛି ।
ଏହି ଘଟଣା କେଉଁଠି ନା କେଉଁଠି ସୂଚାଉଛି ଯେ ରାଜ୍ୟରେ ନାବାଳିକା ଧୀରେ ଧୀରେ ଅସୁରକ୍ଷିତ ହୋଇପଡିଲେଣି । ଗତ ୧୫ ଦିନ ମଧ୍ୟରେ ଚାରି ଚାରିଟି ଘଟଣା ଏମିତି ଘଟିସାରିଲେଣି । ରାଜ୍ୟ ସରକାର ଏ ଦିଗରେ ଯେଭଳି ତନାଘନା କରିବା କଥା, ତାହା ଏଯାଏ ଦେଖାଯାଇନାହିଁ ।

Leave A Reply

Your email address will not be published.