ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଚିଟ୍‌ଫଣ୍ଡ୍‌ ପ୍ରସଙ୍ଗ: ଯେତିକି ଦେଇନାହାନ୍ତି, ସେତିକି ଖର୍ଚ୍ଚ

0

ଭୁବନେଶ୍ବର: ଚିଟ୍‌ଫଣ୍ଡ୍‌ ଠକେଇର ଶିକାର ହୋଇଥିବା ଜମାକାରୀ ଯେତିକି ଅର୍ଥ ପାଇନାହାନ୍ତି, ତଦନ୍ତ କମିସନଙ୍କ ବାବଦରେ ତା ଠାରୁ ଅଧିକ ର୍ଖଚ୍ଚ ହେଲାଣି। ଆଜି ବିଧାନସଭାରେ ସରକାର ତଥ୍ୟ ରଖିଛନ୍ତି ଯେ ଚିଟଫଣ୍ଡ ତଦନ୍ତ କମିସନ୍‌ ପାଇଁ ଇତିମଧ୍ୟରେ ୫ କୋଟି ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। କେବଳ ସେତିକି ନୁହେଁ, କମିସନ୍‌ଙ୍କ କାର୍ଯ୍ୟକାଳ ଇତିମଧ୍ୟରେ ୬ର୍ବଷ (୭୩ ମାସ) ବିତିଗଲାଣି।
ସୋମବାର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏ ସଂକ୍ରାନ୍ତରେ ବିଧାନସଭାରେ ପଚାରିଥିବା ପ୍ରଶ୍ନର ଉତ୍ତର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଦେଇଥିଲେ। କହିଥିଲେ, ଚିଟ୍‌ଫଣ୍ଡ୍‌ ତଦନ୍ତ କମିସନ୍ ୭ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। ଏ ମଧ୍ୟରୁ ୬ଟି ରିପୋର୍ଟକୁ ସରକାର ର୍ତଜମା କରୁଛନ୍ତି।
ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟକ ମଦନ ମୋହନ ଦତ୍ତ ଓ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ୨୬୮ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନ ବିରୋଧରେ ୬୭୫ଟି ମାମଲା ବିଭିନ୍ନ ଥାନାରେ ରୁଜୁ କରିଛି। ସେଥିମଧ୍ୟରୁ ୧୩୫ଟିରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ୪୪ଟି ଆର୍ଥିକ ପ୍ରତିଷ୍ଠାନ ବିରୋଧରେ ହୋଇଥିବା ୮୫ଟି ମାମଲାର ତଦନ୍ତ ସିବିଆଇ, ଏସ୍‌ଆଇଟି କରୁଛନ୍ତି। ୫୧ ଆର୍ଥିକ ପ୍ରତିଷ୍ଠାନ ବିରୋଧରେ ୬୪ଟି ମାମଲା ଓପିଆଇଡି ଆଇନ ଅନୁସାରେ ବିଭିନ୍ନ ନ୍ୟାୟାଳୟରେ ଚାଲୁ ଅଛି। ଏଣୁ ଆର୍ଥିକ ପ୍ରତିଷ୍ଠାନମାନଙ୍କ ଠାରୁ ଜବତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ପ୍ରଦାନ ର୍ବତ୍ତମାନ ସମ୍ଭବ ନୁହେଁ।
ମନ୍ତ୍ରୀ କହିଛନ୍ତି, କମିସନ୍‌ଙ୍କ ଠାରୁ ଚୂଡ଼ାନ୍ତ ରିପୋର୍ଟ ପ୍ରାପ୍ତି ପରେ ତଦନ୍ତ କମିସନ୍‌ ଆଇନ୍,୧୯୫୨ର ଧାରା(୩)ର ଉପଧାରା ୪ ଅନୁଯାୟୀ ତଦନ୍ତ କମିସନ୍‌ଙ୍କ ରିପୋର୍ଟ ଓ ଏହାର କାର୍ଯ୍ୟାନ୍ବୟନ ବିବରଣୀ ବିଧାନସଭା‌ ଗୃହରେ ଉପସ୍ଥାପନ କରାଯିବ। ତଦନ୍ତ କମିସନ୍‌ଙ୍କୁ ପ୍ରଦତ୍ତ ର୍ଟମସ୍ ଅଫ୍ ରଫେରନେ୍ସରେ ୧୦ ହଜାର ଟଙ୍କାରୁ ଅଧିକ ଜମା କରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା ନାହିଁ।

Leave A Reply

Your email address will not be published.