ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ମାସ ଶେଷରେ ପରୀକ୍ଷା ନେବେ ପାଣ୍ଡିଆନ

0

ପରିବର୍ତନ ଓ ସମ୍ଭାବନା ସଚିବ ଭାବେ ନୂଆ ନିଯୁକ୍ତି
ନବୀନଙ୍କ ମନ୍ତ୍ରର ସୁରକ୍ଷା ଦାୟିତ୍ୱ ପାଣ୍ଡିଆନ ନେଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ରାଜନୀତି ପାଇଁ ସବୁଠାରୁ ବଡ ଗୋଟିଚାଳନା କରିଛନ୍ତି । ଦୀର୍ଘ ଦିନ ଧରି ତାଙ୍କର ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ଭି କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କ ଉପରେ ତାଙ୍କର ଆସ୍ଥା ଓ ବିଶ୍ୱାସର ସଙ୍କେତ ଦେଇଛନ୍ତି ନବୀନ ।
ସଂଗଠିତ ଭାବେ ତଥା ସ୍ୱଚ୍ଛତାର ସହିତ ବୈଷୟିକ ସହାୟତା ନେଇ ଯଦି କୌଣସି କାର୍ଯ୍ୟ ନିର୍ଦିଷ୍ଟ ସମୟ ଭିତ୍ତିରେ କରାଯାଏ, ତେବେ ତାହା ବଡ ପରିବର୍ତନ ଆଣିଥାଏ । ଏହି ମନ୍ତ୍ର ପାଠ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ନୂଆ ଦିଶା ଦେଖାଇବେ ବୋଲି ସଙ୍କେତ ଦେଇଥିଲେ । ଆଜି ଏହି ମନ୍ତ୍ରର ସୁରକ୍ଷାର ଚାବିଟି ସେ ଶ୍ରୀ ପାଣ୍ଡିଆନଙ୍କ ହାତରେ ସମର୍ପିଛନ୍ତି । ଏହି କ୍ରମରେ ଆଜି ସରକାର ଶ୍ରୀ ପାଣ୍ଡିଆନଙ୍କୁ ପରିବର୍ତନ ଓ ସମ୍ଭାବନା (୫ଟି) ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ସେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ ।
ସବୁଠାରୁ ବଡ଼ କଥା ହେଲା, ପ୍ରତିମାସ ଚତୁର୍ଥ ଶନିବାର ଏବେ ପାଣ୍ଡିଆନ୍‍ଙ୍କ ଦିନହେବ । ସେହିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି କାର୍ଯ୍ୟକାରିତା ନେଇ ସଚିବମାନଙ୍କର ହିସାବ ନିକାସ କରିବେ ବୋଲି କହିଥିଲେ । ଏବେ ଏହି ଦାୟିତ୍ୱଟି ପାଣ୍ଡିଆନ ହିଁ ତୁଲାଇବେ । ଏହାଦ୍ୱାରା ସମସ୍ତ ବିଭାଗ ଓ ସମସ୍ତ ଯୋଜନା ଉପରେ ତାଙ୍କର ନିୟନ୍ତ୍ରଣ ରହିବ ।
ମୁଖ୍ୟଶାସନ ସଚିବ ପରିବର୍ତନ ପୂର୍ବରୁ ନବୀନଙ୍କର ଏଭଳି ସଙ୍କେତ ରାଜ୍ୟ ରାଜନୀତି ପାଇଁ ଅନେକ ଗୁରୁତ୍ୱ ବହନ କରେ ।

Leave A Reply

Your email address will not be published.