ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ଏବେ ମୋ ସ୍କୁଲ ଭଳି ମୋ କଲେଜ କାର୍ଯ୍ୟକ୍ରମ

0

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମ ଭଳି ଏବେ ମୋ କଲେଜ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆଜି ବିଧାନସଭାରେ ଉଚ୍ଚଶିକ୍ଷା ସଂପର୍କିତ ମୁଲତବୀ ଆଲୋଚନାରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏଭଳି ଘୋଷଣା କରିଛନ୍ତି।

ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା, କଲେଜରୁ ଉତ୍ତୀର୍ଣ୍ଣ ହୋଇ ଯେଉଁମାନେ ସମାଜରେ ପ୍ରତିଷ୍ଠିତ ହୋଇଛନ୍ତି, ସେମାନେ ନିଜ ନିଜର କଲେଜର ବିକାଶ ଦିଗରେ ହାତ ବଢାଇବା ଦରକାର । ମୋ ସ୍କୁଲ ଭଳି ମୋ କଲେଜ କାର୍ଯ୍ୟକ୍ରମ ଜରିଆରେ ସେମାନେ ନିଜେ ପଢୁଥିବା ଅନୁଷ୍ଠାନକୁ ଆଗକୁ ନେଇପାରିବେ । ଉଚ୍ଚଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ବିଚାର ଆଲୋଚନା ଆରମ୍ଭ କରିଛନ୍ତି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରିଥିଲେ ।

କେବଳ ସେତିକି ନୁହେଁ, ଦଳମତ ନିର୍ବିଶେଷରେ ବିଧାୟକମାନେ ନିଜ ନିଜ ଅଞ୍ଚଳର କଲେଜ ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରି ସରକାରଙ୍କୁ ଅବଗତ କରିବା ଲାଗି ମଧ୍ୟ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଖୁବ୍‍ ଶୀଘ୍ର ରାଜ୍ୟରେ ଖାଲିଥିବା ଅଧ୍ୟାପକ ପଦବି ପୂରଣ ହେବ । ସେହିଭଳି ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ମଧ୍ୟ ରିଡରମାନଙ୍କର ନାମ ପଠାଯାଇଛି ।

ଏଠାରେ ଉଲ୍ଲେଖଥାଉକି, ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ମୋ ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ପୂର୍ବତନ ଛାତ୍ରମାନେ ନିଜ ବିଦ୍ୟାଳୟକୁ ଯେତିକି ଅନୁଦାନ ଦେବେ, ସରକାର ମଧ୍ୟ ସେତିକି ଦେବେ ବୋଲି ଘୋଷଣା ହୋଇଥିଲା । ଏହା ବେଶ ଲୋକପ୍ରିୟ ହୋଇଥିଲା ।

Leave A Reply

Your email address will not be published.