ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଏବେ ମୋ ସ୍କୁଲ ଭଳି ମୋ କଲେଜ କାର୍ଯ୍ୟକ୍ରମ

0

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମ ଭଳି ଏବେ ମୋ କଲେଜ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆଜି ବିଧାନସଭାରେ ଉଚ୍ଚଶିକ୍ଷା ସଂପର୍କିତ ମୁଲତବୀ ଆଲୋଚନାରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏଭଳି ଘୋଷଣା କରିଛନ୍ତି।

ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା, କଲେଜରୁ ଉତ୍ତୀର୍ଣ୍ଣ ହୋଇ ଯେଉଁମାନେ ସମାଜରେ ପ୍ରତିଷ୍ଠିତ ହୋଇଛନ୍ତି, ସେମାନେ ନିଜ ନିଜର କଲେଜର ବିକାଶ ଦିଗରେ ହାତ ବଢାଇବା ଦରକାର । ମୋ ସ୍କୁଲ ଭଳି ମୋ କଲେଜ କାର୍ଯ୍ୟକ୍ରମ ଜରିଆରେ ସେମାନେ ନିଜେ ପଢୁଥିବା ଅନୁଷ୍ଠାନକୁ ଆଗକୁ ନେଇପାରିବେ । ଉଚ୍ଚଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ବିଚାର ଆଲୋଚନା ଆରମ୍ଭ କରିଛନ୍ତି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରିଥିଲେ ।

କେବଳ ସେତିକି ନୁହେଁ, ଦଳମତ ନିର୍ବିଶେଷରେ ବିଧାୟକମାନେ ନିଜ ନିଜ ଅଞ୍ଚଳର କଲେଜ ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରି ସରକାରଙ୍କୁ ଅବଗତ କରିବା ଲାଗି ମଧ୍ୟ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଖୁବ୍‍ ଶୀଘ୍ର ରାଜ୍ୟରେ ଖାଲିଥିବା ଅଧ୍ୟାପକ ପଦବି ପୂରଣ ହେବ । ସେହିଭଳି ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ମଧ୍ୟ ରିଡରମାନଙ୍କର ନାମ ପଠାଯାଇଛି ।

ଏଠାରେ ଉଲ୍ଲେଖଥାଉକି, ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ମୋ ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ପୂର୍ବତନ ଛାତ୍ରମାନେ ନିଜ ବିଦ୍ୟାଳୟକୁ ଯେତିକି ଅନୁଦାନ ଦେବେ, ସରକାର ମଧ୍ୟ ସେତିକି ଦେବେ ବୋଲି ଘୋଷଣା ହୋଇଥିଲା । ଏହା ବେଶ ଲୋକପ୍ରିୟ ହୋଇଥିଲା ।

Leave A Reply

Your email address will not be published.