ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

କୁନ୍ଦୁଲି ରିପୋର୍ଟ ବଢାଇଲା ସରକାରଙ୍କ ଅଡୁଆ, କାହିଁକି ଜାଣନ୍ତୁ

0

ଭୁବନେଶ୍ୱର: ବହୁଚର୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ରାଜ୍ୟ ସରକାରଙ୍କୁ ଅକଳରେ ପକାଇ ଦେଇଛି । କମିସନଙ୍କ ରିପୋର୍ଟ ସରକାର ଏ କଳଙ୍କରୁ ଶତ ପ୍ରତିଶତ ମୁକ୍ତ କରିପାରିନି । ଯଦିଓ ଗଣଦୁଷ୍କର୍ମ ମିଥ୍ୟା ବୋଲି ଏଥିରେ କୁହାଯାଇଛି, କିନ୍ତୁ କେଉଁ ପରିସ୍ଥିତିରେ ଜଣେ ନାବାଳିକା ନିଜ ମୁଣ୍ଡକୁ ଅପବାଦ ନେଇ ଆତ୍ମହତ୍ୟା କରିବ, ଏହା ପଛରେ କି ରହସ୍ୟ ରହିଛି, ତାହା ଉନ୍ମୋଚନ କରିନପାରି କମିସନ ପରୋକ୍ଷରେ ସରକାରଙ୍କ ପାଇଁ ଆଉ ଏକ ବଡ଼ ପ୍ରସଙ୍ଗ ଠିଆ କରାଇଛନ୍ତି।

ମୂଳରୁ ଏହି ପ୍ରସଙ୍ଗ ମିଛ ବୋଲି କହି ପୁଲିସ ଯେତେବେଳେ ବାରମ୍ୱାର ସଫେଇ ଦେଉଥିଲା, ସେତେବେଳେ ସାରା ଓଡ଼ିଶା ଜାଣିବାକୁ ଚାହୁଁଥିଲା ଯେ ଜଣେ ନାବାଳିକା ଏମିତି କରିବ କାହିଁକି । ଏହା ହିଁ ଲୋକଙ୍କ ନିକଟରେ ପୁଲିସକୁ ଅବିଶ୍ୱାସୀ କରିଥିଲା ଓ ସରକାର ଅଡୁଆ ଜାଲରୁ ମୁକୁଳି ପାରିନଥିଲେ । ଯେଉଁ କାରଣ ପାଇଁ କମିସନ ଗଠନ କରାଯାଇଥିଲା, ତାହା ଏବେ ବସ୍ତୁତଃ ବିଫଳ ହୋଇଛି ।

ଏବେ ବଡ଼ ପ୍ରଶ୍ନ ହେଉଛି, ଜଣେ ନାବାଳିକା ଏଭଳି ଘଟଣା କାହିଁକି ଭିଆଇଲା, ତାହାର ବଡ଼ ତଦନ୍ତ ଦରକାର । ସରକାର ଏହାକୁ କରିବେ ନା ନାହିଁ । ଯଦି ନ କରନ୍ତି, ତେବେ କାଳ କାଳ ପାଇଁ ପୁଣି ପ୍ରଶ୍ନ ଚିହ୍ନ ସରକାରୀ ଆଭିମୁଖ୍ୟ ଉପରେ ଲାଗିବ । ଯଦି କରନ୍ତି, ତେବେ ତୃତୀୟ ପକ୍ଷ ତଦନ୍ତ ଆବଶ୍ୟକ କରୁଛି । କାରଣ ରାଜ୍ୟ ପୁଲିସ ବା ଅଥବା କ୍ରାଇମବ୍ରାଞ୍ଚ ଏହି ତଦନ୍ତ କଲେ ସମ୍ଭବତଃ ଗ୍ରହଣୀୟ ହେବନାହିଁ ।

ରାଜ୍ୟ ସରକାର ମାମଲାର ତଦନ୍ତ ଭାର ନିଜ ଆଡୁ ସିବିଆଇକୁ ଦେବେ କି ନା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଏସଆଇଟି ଗଠନ କରି ତଦନ୍ତ କରିବେ । ମାମଲାର ଆଉ ଏକ ସଙ୍ଗିନ୍‍ ଦିଗଟି ହେଉଛି, ରିପୋର୍ଟରେ ପୀଡିତାର ପରିବାର, ରାଜନେତାଙ୍କ ଉପରେ ଆଙ୍ଗୁଠି ଉଠିଛି । ସତରେ କଣ କୌଣସି ଷଡ୍‍ଯନ୍ତ୍ର୍‍ର ଶିକାର ହେଲେ କୁନ୍ଦୁଲି ପୀଡିତା । ସରକାରଙ୍କୁ ବଦନାମ କରିବା ପାଇଁ କେହି ରାଜନେତା ଏପରି ଚକ୍ରବ୍ୟୁହ ରଚନା କରିଥିଲେ କି । ନାବାଳିକା ଏଭଳି କରିବା ପଛରେ ଆଉ କାହାର ହାତ ଥିବ । ଏସବୁ ଏବେ ସାମ୍ନାକୁ ଆସିବା ଦରକାର ବୋଲି ମତପ୍ରକାଶ ପାଇଲାଣି ।

ଶନିବାର ବିଧାନସଭାରେ କୁନ୍ଦୁଲି ମାମଲାର ତଦନ୍ତ ରିପୋର୍ଟ ଉପସ୍ଥାପିତ ହୋଇଛି । ଏହି ରିପୋର୍ଟରେ ସରକାରଙ୍କୁ କ୍ଲିନ୍‍ଚିଟ୍‍ ମିଳିଛି । କିନ୍ତୁ ରିପୋର୍ଟରେ ଯେଉଁ କିଛି କଥାକୁ ରହସ୍ୟ ଜାଲରେ ଛନ୍ଦି ଦିଆଯାଇଛି, ତାହା ହିଁ ସରକାରଙ୍କ ପାଇଁ ଏବେ ଅଧିକ ଚିନ୍ତାର ବିଷୟ ହୋଇଛି ।

Leave A Reply

Your email address will not be published.