ପ୍ରମୁଖ ଖବର

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ଶାବକର ମୃତ୍ୟୁ
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରୁ ୪କୋଟିର ଗଞ୍ଜେଇ ଜବତ
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି
ତୁଟିଲା ବିବାଦ, ସ୍ଵାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ଶ୍ରୀମନ୍ଦିର ରତ୍ନସିଂହାସନ ନିକଟରେ ଟଳିପଡ଼ିଲେ ସେବାୟତ
ନାମାଙ୍କନ ଭରିଲେ କେଜ୍ରିଓ୍ବାଲ

ପ୍ରସନ୍ନଙ୍କ କଥାରେ ଶାହ ଟେବୁଲ ବାଡେଇଲେ

0

ରାଜ୍ୟ ମାନ୍ୟତା ହରାଇଲା ଜମ୍ମୁ ଓ କଶ୍ମୀର

ପ୍ରତ୍ୟାହାର ହୋଇଗଲା ସବୁ ସ୍ୱତନ୍ତ୍ର ସୁବିଧା

ବିଧାନସଭା ବ୍ୟବସ୍ଥା ଥିବା କେନ୍ଦ୍ର ଶାସିତ ଅଞ୍ଚଳ

ଲଦାଖ ବି କେନ୍ଦ୍ର ଶାସିତ ଅଞ୍ଚଳ, ବିଧାନସଭା ରହିବନି

ନୂଆଦିଲ୍ଲୀ: ଗତ ସପ୍ତାହେ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଟିମ୍‍ ଯେଉଁ ପ୍ରସ୍ତୁତି ଚଳାଇଥିଲେ, ଆଜି ତାହା ନିର୍ଣ୍ଣାୟକ ରୂପ ନେଇଛି । ଏନଡିଏ-୨ ସରକାର ଆଜି ସବୁଠାରୁ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଦଫା ୩୭୦ ଉଚ୍ଛେଦ କରିବା ସହିତ କେନ୍ଦ୍ର ସରକାର ଆଜି ଜମ୍ମୁ ଓ କଶ୍ମୀର ଠାରୁ ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିନେଇଛନ୍ତି । ଏଥିସହିତ ଏଣିକି ଏହା ଏକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇ ରହିବ, ଯେଉଁଠାରେ ବିଧାନସଭା ବ୍ୟବସ୍ଥା ରହିବ । ଜମ୍ମୁ ଓ କଶ୍ମୀରର ଆଇନଶୃଙ୍ଖଳା କେନ୍ଦ୍ର ହାତରେ ରହିବ । ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଛି । ହେଲେ ସେଠାରେ ବିଧାନସଭା ରହିବ ନାହିଁ । ଆଜି ସଂସଦରେ ଏ ନେଇ ଗୃହମନ୍ତ୍ରୀ ଅମିତ ସାହ ସୂଚନା ଦେଇଛନ୍ତି । ହେଲେ ସମୁଦାୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ପୂରା ଚୁପ୍‍ ରହିଛନ୍ତି । ଆସନ୍ତା ୭ ତାରିଖ ଦିନ ସେ ଦେଶବାସୀଙ୍କୁ ଉଦବୋଧନ ଦେବେ ବୋଲି ସୂଚନା ମିଳିଛି ।

କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପକୁ ବିଜେଡି ସମେତ ବିଏସ୍‍ପି, ଏଆଇଏଡିଏମ୍‍କେ ପ୍ରମୁଖ ସମର୍ଥନ ଜଣାଇଛନ୍ତି । ଡିଏମ୍‍କେ, ଏଡିଏମ୍‍କେ ଓ ଜେଡିୟୁ ବିରୋଧ କରିଛନ୍ତି । ଜେଡିୟୁ ସାଂସଦମାନେ କକ୍ଷତ୍ୟାଗ କରି ଚାଲିଯାଇଥିଲେ । ପିଡିପିର ଦୁଇ ସାଂସଦ ସମ୍ୱିଧାନ ପୁସ୍ତିକା ଚିରିବାକୁ ଉଦ୍ୟମ କରିଥିଲେ । ଫଳରେ ଅଧ୍ୟକ୍ଷ ଉଭୟଙ୍କୁ ଗୃହରୁ ବିଦା କରିଥିଲେ ।

ଦଫା ୩୭୦ ଉଚ୍ଛେଦକୁ ସମର୍ଥନ କରିଛି ବିଜେଡି । ଜମ୍ମୁ ଓ କଶ୍ମୀର ସଂପର୍କିତ ନିଷ୍ପତ୍ତିକୁ ବି । ହେଲେ ଆଜି ଓଡ଼ିଶାର ସାଂସଦ ତଥା ବିଜେଡି ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ଯ୍ୟ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସାମ୍ନାରେ ଏକ ବଡ ଆହ୍ୱାନ ରଖିଛନ୍ତି । ସିଧା ସିଧା ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ବିଜେଡି ସନ୍ତୁଷ୍ଟ । କିନ୍ତୁ ପାକ୍‍ ଅଧିକୃତ କଶ୍ମୀର ଭାରତକୁ ଫେରିବା ଦରକାର । ଶ୍ରୀ ଆଚାର୍ଯ୍ୟଙ୍କ ଏହି ମନ୍ତବ୍ୟକୁ ସାଂସଦମାନେ ଟେବୁଲ ବାଡେଇ ସମର୍ଥନ କରିଥିଲେ ।

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଖୁସି ହେବା ସହିତ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । କହିଛନ୍ତି, ଇଂରେଜ ସରକାର କୂଟନୀତି ଆଇନ ଉପରେ ଶକ୍ତ ପ୍ରହାର ଲାଗିଛି । ଏହା ହେବାର ଆବଶ୍ୟକତା ଥିଲା ।

ଶ୍ରୀ ଆଚାର୍ଯ୍ୟ କହିଥିଲେ, କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ଆଜି ସାରା ଭାରତ ଗୋଟିଏ ହେଲା । ବିଜେଡି ଗୋଟିଏ ଆଞ୍ଚଳିକ ଦଳ ହୋଇଥିଲେ ହେଁ, ଅଖଣ୍ଡ ଭାରତ ପ୍ରତିଷ୍ଠା ହେଉ, ଏହା ଚାହେଁ । ଏଣୁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସେ ଓ ତାଙ୍କ ଦଳ ସମର୍ଥନ କରୁଛନ୍ତି ।

Leave A Reply

Your email address will not be published.