ଭୁବନେଶ୍ୱର:୯ତାରିଖରୁ ଜିଲ୍ଲା ଗସ୍ତରେ ବାହାରିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କାର୍ତ୍ତିିକେୟନ ପାଣ୍ଡିଆନ୍ଙ୍କ ଜିଲ୍ଲା ଗସ୍ତ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କଲାଣି । ଜିଲ୍ଲାପାଳଙ୍କ ଠାରୁ ଅାରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ଛାନିଅା ହୋଇପଡିଛନ୍ତି । ରାଜନୈତିକ ମହଲରେ ମଧ୍ୟ ଏହାକୁ ନେଇ କମ୍ପନ ସୃଷ୍ଟି ହେଲାଣି । କାହିଁକି ତଥା କେଉଁ କାରଣ ପାଇଁ ଶ୍ରୀ ପାଣ୍ଡିଆନ୍ ତୋଫାନି ଗ୍ରସ୍ତ ଅାରମ୍ଭ କରିଛନ୍ତି, ତାହା କେହି ଠଉରାଇ ପାରୁନାହାନ୍ତି। କିନ୍ତୁ କେଉଁଠି ନା କେଉଁଠି ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ଛପି ରହିଥାଇ ପାରେ ବୋଲି ଅାଶଙ୍କା ପ୍ରକାଶ ପାଉଛି।
ଅନ୍ୟ ପକ୍ଷରେ ଜିଲ୍ଲା ଗସ୍ତରୁ ଶ୍ରୀ ପାଣ୍ଡିଆନ୍ ଫେରିବା ପରେ ପ୍ରଶାସନିକ ସ୍ତରରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ଦେଖାଦେଇଛି । ପୂର୍ବରୁ ବିଭିନ୍ନ ଜିଲ୍ଲାର ଶାସନ ସଚିବଙ୍କୁ ଜିଲ୍ଲା ଗ୍ରସ୍ତ କରିବାର ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀମାନଙ୍କୁ ବି ଅନୁରୁପ ଭାବେ ଜିଲ୍ଲା ବୁଲିବା ପାଇଁ କୁହାଯାଇଛି । କିନ୍ତୁ ଏସବୁର ଯେତିକି ପ୍ରଭାବ ପଡୁନି,ପାଣ୍ଡିଆନ୍ଙ୍କ ଗସ୍ତ ତା ଠାରୁ ଢେ଼ର ଗୁଣା ଚର୍ଚ୍ଚାକୁ ଅାସିଲାଣି । ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ କାଳେ କେଉଁ ସମୟରେ ୫ଟି ସଚିବ ଅାସି ପହଁଞ୍ଚିବେ ସେ ନେଇ ଅଧିକାରୀ ଓ କର୍ମଚାରୀ ଭୀତତ୍ରସ୍ତ ହୋଇପଡିଛନ୍ତି । କେଉଁଠି ଅଫିସରେ ଅଳିଅା ସଫା ଅାରମ୍ଭ ହେଲାଣି ତ ଅାଉ କେଉଁଠି ମେଡ଼ିକାଲରେ । କିଛି କାର୍ଯ୍ୟାଳୟରେ ଅଧିକାରୀ ମାନେ ଚିତ୍ର ବିଚିତ୍ର କରିବାକୁ ମଧ୍ୟ ଭୁଲୁ ନାହାନ୍ତି । ଅାଗକୁ ପ୍ରଭାବ ଯାହା ପଡୁ ନା କାହିଁକି ପାଣ୍ଡିଆନ୍ଙ୍କ ଫେରିବା ପୂର୍ବରୁ ସାଧାରଣ ଲୋକ ରୋଗୀ ଖୁସ୍ । ହଠାତ୍ ସେମାନଙ୍କ ପ୍ରତି ପ୍ରଶାସନ ସଦୟ ହୋଇ ପଡିଛନ୍ତି । ଗୋଟିଏ ମହଲର ମତ ହେଉଛି ଶ୍ରୀ ପାଣ୍ଡିଆନ୍ ଜିଲ୍ଲା ଗସ୍ତରୁ ଫେରି ଯେଉଁମାନେ ଦେଷୀ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି । ତେବେ କାର୍ଯ୍ୟାନୁଷ୍ଠାନର ରୂପରେଖ କଣ ହେବ ତାହା ଜଣା ପଡୁ ନଥିବାରୁ ସମସ୍ତେ ଏବେ ଚିନ୍ତାରେ ।
ପ୍ରମୁଖ ଖବର
ମହାନଦୀରେ ବୁଡ଼ି ୩ କଲେଜ ଛାତ୍ର ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର
ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଆକ୍ରମଣ: ୩ ଅଭିଯୁକ୍ତ ଗିରଫ
ଅନୁଗୁଳୁ:ଚଳନ୍ତା ବସ୍ରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କାଲି ସବୁ ସ୍କୁଲ୍ ବନ୍ଦ
ଶିବସେନା (ୟୁବିଟି)ରେ ବଡ଼ ଆଶଙ୍କା, ୧୪ ବିଧାୟକ ଯାଇପାରନ୍ତି ସିନ୍ଦେ ଶିବିରକୁ
ସେଚେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି
ବିଶ୍ୱ କ୍ୟାଡେଟ୍ ଚେସ୍ରେ ଭାରତର ଚମକ: ଓଡ଼ିଆ ପୁଅ ସାତ୍ତ୍ବିକଙ୍କୁ କାଂସ୍ୟ
କରାଚିରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନଙ୍କ ସହ ୬ ମୃତ