ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ତିନି ଆଡୁ ଘେରିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବାବୁ

0
  • ଜିଲ୍ଲାପାଳଙ୍କୁ ନୋଟିସ, ସିଡିଏମ୍‍ଓ ନିଲମ୍ୱିତ
  • ଏବେ ଧରାପଡିଲା ଜିଲ୍ଲାସ୍ତରୀୟ ସ୍ଥାଣୁତା
  • ପଶ୍ଚିମ, କେନ୍ଦ୍ର ଓ ଉପକୂଳ ଓଡ଼ିଶାରେ କମ୍ପନ

ଭୁବନେଶ୍ୱର: ସାଙ୍ଗରେ ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିସନ ପରିଚାଳନା ନିର୍ଦେଶକ ଶାଳିନୀ ପଣ୍ଡିତଙ୍କୁ ଧରି ସୁନ୍ଦରଗଡ ଠାରୁ ମୟୂରଭଂଜ ଯାଏ ତନାଘନା କରୁଛନ୍ତି ୫ଟି ସଚିବ ଭି କାର୍ତିକେୟନ ପଣ୍ଡିଆନ୍‍ । ମୋ ସରକାର କାର୍ଯ୍ୟାନ୍ୱୟନରେ ତ୍ରୁଟି କାରଣରୁ ତତ୍କାଳ କାର୍ଯ୍ୟାନୁଷ୍ଠାନ ପୂର୍ବକ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଦାୟିତ୍ୱରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଙ୍କଜ ପଟେଲଙ୍କୁ ସରକାର ନିଲମ୍ୱିତ କରିଛନ୍ତି । ନିକଟ ଭବିଷ୍ୟତରେ ରାଜ୍ୟ ସରକାର କୌଣସି ଜିଲ୍ଲାପାଳଙ୍କ ବିରୋଧରେ ଏଭଳି ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏମିତିରେ ଶ୍ରୀ ପବନ କଲ୍ୟାଣ ଢେଙ୍କାନାଳ ଗଛକଟା ଘଟଣାରେ ଚର୍ଚ୍ଚାକୁ ଆସିଥିଲେ । ହେଲେ ସେତେବେଳେ କିନ୍ତୁ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।

ପଶ୍ଚିମ ଓଡ଼ିଶାର ଏହି ଘଟଣାକୁ ନେଇ ଚର୍ଚ୍ଚା ଥମିନି, ହଠାତ୍‍ କେନ୍ଦ୍ର ଓଡ଼ିଶାରେ ଅତର୍କିତ ଚଢଉ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଓଏସ୍‍ଡି ଡି ସେ କୁଟ୍ଟେ । ଆଜି ଶ୍ରୀ କୁଟ୍ଟେ ହଠାତ୍‍ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ଘଟଣା ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ସମାନ ସମୟରେ ପୁରୀରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ରୁପାରୋଷନ୍‍ ସାହୁ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଯାମିନୀ ଷଡଙ୍ଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚଢଉ କରିଛନ୍ତି ।

ଏହି ଘଟଣା ଆଜି ରାଜ୍ୟ ପ୍ରଶାସନରେ କମ୍ପନ ସୃଷ୍ଟି କରିଛି । ରବିବାରରେ ସମୁଦାୟ ପ୍ରଶାସନ କଳ ହଠାତ୍‍ ସତେଜ ହୋଇ ଉଠିଛନ୍ତି । ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏହାକୁ ନେଇ ଅଧିକାରୀଙ୍କ ମନରେ ଛନକା ପଶିଲେଣି । କାରଣ, ଅଧିକାରୀମାନେ ଧରିନେଇଥିଲେ ଯେ ଶ୍ରୀ ପାଣ୍ଡିଆନ୍‍ ପର୍ଯ୍ୟାୟ କ୍ରମେ ଜିଲ୍ଲା ବୁଲିବେ । ହେଲେ ଅନ୍ୟ ଅଧିକାରୀ ଜିଲ୍ଲାରେ ଚଢଉ ଅାରମ୍ଭ କରିବା ପରେ କେଉଁ ଜିଲ୍ଲାରେ କେତେବେଳେ ଉଚ୍ଚ ପଦାଧିକାରୀ ପହଞ୍ଚିବେ, ତାହା କେହି ଠଉରାଇ ପାରୁନାହାନ୍ତି ।

ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି, ଏହାଦ୍ୱାରା ଆଉ କିଛି ହେଉ ନ ହେଉ, ଜିଲ୍ଲା ପ୍ରଶାସନ ଭିତରେ ସକ୍ରିୟତା ଦେଖାଦେବ । ପ୍ରଶାସନ ଅଧିକ ତପùର ହେବେ ଓ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଲାଗି ଉଦ୍ୟମ କରିବେ । ତେବେ ଏହି ପ୍ରକ୍ରିୟା ଗୋଟିଏ ଥରରେ ସୀମିତ ନ ରଖି ନିୟମିତ ବ୍ୟବଧାନରେ କରିବା ଲାଗି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଜୋର ଦେଉଛନ୍ତି ।

Leave A Reply

Your email address will not be published.