ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ତିନି ଆଡୁ ଘେରିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବାବୁ

0
  • ଜିଲ୍ଲାପାଳଙ୍କୁ ନୋଟିସ, ସିଡିଏମ୍‍ଓ ନିଲମ୍ୱିତ
  • ଏବେ ଧରାପଡିଲା ଜିଲ୍ଲାସ୍ତରୀୟ ସ୍ଥାଣୁତା
  • ପଶ୍ଚିମ, କେନ୍ଦ୍ର ଓ ଉପକୂଳ ଓଡ଼ିଶାରେ କମ୍ପନ

ଭୁବନେଶ୍ୱର: ସାଙ୍ଗରେ ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିସନ ପରିଚାଳନା ନିର୍ଦେଶକ ଶାଳିନୀ ପଣ୍ଡିତଙ୍କୁ ଧରି ସୁନ୍ଦରଗଡ ଠାରୁ ମୟୂରଭଂଜ ଯାଏ ତନାଘନା କରୁଛନ୍ତି ୫ଟି ସଚିବ ଭି କାର୍ତିକେୟନ ପଣ୍ଡିଆନ୍‍ । ମୋ ସରକାର କାର୍ଯ୍ୟାନ୍ୱୟନରେ ତ୍ରୁଟି କାରଣରୁ ତତ୍କାଳ କାର୍ଯ୍ୟାନୁଷ୍ଠାନ ପୂର୍ବକ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଦାୟିତ୍ୱରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଙ୍କଜ ପଟେଲଙ୍କୁ ସରକାର ନିଲମ୍ୱିତ କରିଛନ୍ତି । ନିକଟ ଭବିଷ୍ୟତରେ ରାଜ୍ୟ ସରକାର କୌଣସି ଜିଲ୍ଲାପାଳଙ୍କ ବିରୋଧରେ ଏଭଳି ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏମିତିରେ ଶ୍ରୀ ପବନ କଲ୍ୟାଣ ଢେଙ୍କାନାଳ ଗଛକଟା ଘଟଣାରେ ଚର୍ଚ୍ଚାକୁ ଆସିଥିଲେ । ହେଲେ ସେତେବେଳେ କିନ୍ତୁ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।

ପଶ୍ଚିମ ଓଡ଼ିଶାର ଏହି ଘଟଣାକୁ ନେଇ ଚର୍ଚ୍ଚା ଥମିନି, ହଠାତ୍‍ କେନ୍ଦ୍ର ଓଡ଼ିଶାରେ ଅତର୍କିତ ଚଢଉ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଓଏସ୍‍ଡି ଡି ସେ କୁଟ୍ଟେ । ଆଜି ଶ୍ରୀ କୁଟ୍ଟେ ହଠାତ୍‍ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ଘଟଣା ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ସମାନ ସମୟରେ ପୁରୀରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ରୁପାରୋଷନ୍‍ ସାହୁ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଯାମିନୀ ଷଡଙ୍ଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚଢଉ କରିଛନ୍ତି ।

ଏହି ଘଟଣା ଆଜି ରାଜ୍ୟ ପ୍ରଶାସନରେ କମ୍ପନ ସୃଷ୍ଟି କରିଛି । ରବିବାରରେ ସମୁଦାୟ ପ୍ରଶାସନ କଳ ହଠାତ୍‍ ସତେଜ ହୋଇ ଉଠିଛନ୍ତି । ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏହାକୁ ନେଇ ଅଧିକାରୀଙ୍କ ମନରେ ଛନକା ପଶିଲେଣି । କାରଣ, ଅଧିକାରୀମାନେ ଧରିନେଇଥିଲେ ଯେ ଶ୍ରୀ ପାଣ୍ଡିଆନ୍‍ ପର୍ଯ୍ୟାୟ କ୍ରମେ ଜିଲ୍ଲା ବୁଲିବେ । ହେଲେ ଅନ୍ୟ ଅଧିକାରୀ ଜିଲ୍ଲାରେ ଚଢଉ ଅାରମ୍ଭ କରିବା ପରେ କେଉଁ ଜିଲ୍ଲାରେ କେତେବେଳେ ଉଚ୍ଚ ପଦାଧିକାରୀ ପହଞ୍ଚିବେ, ତାହା କେହି ଠଉରାଇ ପାରୁନାହାନ୍ତି ।

ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି, ଏହାଦ୍ୱାରା ଆଉ କିଛି ହେଉ ନ ହେଉ, ଜିଲ୍ଲା ପ୍ରଶାସନ ଭିତରେ ସକ୍ରିୟତା ଦେଖାଦେବ । ପ୍ରଶାସନ ଅଧିକ ତପùର ହେବେ ଓ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଲାଗି ଉଦ୍ୟମ କରିବେ । ତେବେ ଏହି ପ୍ରକ୍ରିୟା ଗୋଟିଏ ଥରରେ ସୀମିତ ନ ରଖି ନିୟମିତ ବ୍ୟବଧାନରେ କରିବା ଲାଗି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଜୋର ଦେଉଛନ୍ତି ।

Leave A Reply

Your email address will not be published.