ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ବଡ଼ ବିବାଦର ବଡ଼ ରାୟ

0

ଅଯୋଧ୍ୟା ବିବାଦର ସମାଧାନ ରାସ୍ତା କାଢିଲେ କୋର୍ଟ
ବିଚାରପତି ଗୋଗଇ ଓ ଚାରି ବିଚାରପତି ସହମତ
୧୦୪୫ ପୃଷ୍ଠାର ରାୟ ଶୁଣାଇଲେ ସର୍ବୋଚ୍ଚ ଅଦାଲତ
ରାମଲୀଲାଙ୍କୁ ମିଳିବ ବିବାଦୀୟ ୨.୭୭ ଏକର ଜମି
୩ ମାସ ମଧ୍ୟରେ କେନ୍ଦ୍ର ସରକାର ଟ୍ରଷ୍ଟ ଗଠନ କରିବେ
ସୁନି ଵାକଫ୍‍ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି ଦିଆଯିବ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ଭାରତର ନ୍ୟାୟିକ ଇତିହାସରେ ସବୁଠାରୁ ଦୀର୍ଘ ସମୟ ଚାଲିଥିବା ଏହି ମାମଲାରେ କୋର୍ଟ ୧୦୪୫ ପୃଷ୍ଠାର ମଧ୍ୟ ଏକ ଲମ୍ୱା ରାୟ ଦେଇଛନ୍ତି । ଅଯୋଧ୍ୟା ଅଞ୍ଚଳର ବିବାଦୀୟ ସ୍ଥଳ ଅର୍ଥାତ୍‍ ରାମଙ୍କ ଜନ୍ମ ସ୍ଥାନ ବୋଲି କୁହାଯାଉଥିବା ଅଞ୍ଚଳରେ ହିଁ ରାମ ମନ୍ଦିର ନିର୍ମାଣ ହେବ । କେନ୍ଦ୍ର ସରକାର ତିନିମାସ ମଧ୍ୟରେ ଏକ ଟ୍ରଷ୍ଟ ଗଠନ କରିବେ ଓ ଏହି ନ୍ୟାସକୁ ଏହି ୨.୭୭ ଏକର ଜମି ପ୍ରଦାନ କରିବା ସହିତ ମନ୍ଦିର ନିର୍ମାଣ ନେଇ ପଦକ୍ଷେପ ନେବାକୁ କୁହାଯାଇଛି । ନିଜକୁ ସେବାୟତ ବୋଲି ଦାବି କରୁଥିବା ନିମୋହି ଆଖଡା କେବଳ ଏହି ଟ୍ରଷ୍ଟର ଜଣେ ଭାବେ ପ୍ରତିନିଧିତ୍ୱ କରିବେ । ଅନ୍ୟପକ୍ଷରେ ସହରର ଅନ୍ୟତ୍ର ଓ ପ୍ରମୁଖ ସ୍ଥାନରେ ୫ ଏକର ଜମି ସୁନି ଵାକଫ୍‍ ବୋର୍ଡକୁ ଦେବାକୁ କୋର୍ଟ ତାଙ୍କ ରାୟରେ କହିଛନ୍ତି । ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଥିଲେ ।

କୋର୍ଟଙ୍କ ରାୟରେ ଅଲଇଣ୍ଡିଆ ମୁସଲିମ୍‍ ପର୍ସନାଲ ଲ ବୋର୍ଡ ସନ୍ତୋଷ ପ୍ରକାଶ କରିନାହିଁ । ଅନ୍ୟପକ୍ଷରେ କଂଗ୍ରେସ କହିଛି, ସେମାନେ ରାମମନ୍ଦିର ନିର୍ମାଣ ସପକ୍ଷରେ ଅଛନ୍ତି । ଏହି ରାୟ ରାମ ମନ୍ଦିର ନିର୍ମାଣ ପାଇଁ କେବଳ ରାସ୍ତା ଖୋଲିଛି ତା ନୁହେଁ, ବରଂ ବିଜେପି ଓ ଅନ୍ୟ ରାଜନୈତିକ ଦଳ ପାଇଁ ଏହି ପ୍ରସଙ୍ଗର ରାଜନୀତିକରଣ ପାଇଁ ବାଟ ବନ୍ଦ କରିଦେଇଛି।

ଆଜି କୋର୍ଟ ତାଙ୍କ ରାୟରେ କହିଥିଲେ, ବାବ୍ରି ମସଜିଦ୍‍ ଖାଲି ଜମିରେ ତିଆରି ହୋଇନାହିଁ । ଏଏସ୍‍ଆଇ ରିପୋର୍ଟ କହୁଛି, ଦ୍ୱାଦଶ ଶତାଦ୍ଦୀରେ ଏଠାରେ ମନ୍ଦିର ଥିଲା । ତେବେ ମନ୍ଦିର ଭଙ୍ଗାଯାଇ ମସଜିଦ୍‍ କରାଯାଇଛି କି ନାହିଁ, ସେ ନେଇ କୌଣସି ପ୍ରମାଣ ମିଳୁନାହିଁ । ଜମି ଉପରେ କବଜା ନେଇ ପ୍ରମାଣ ଦେବାରେ ମଧ୍ୟ ମୁସଲିମ୍‍ ପକ୍ଷ ବିଫଳ ହୋଇଛନ୍ତି ।

କୋର୍ଟ ତାଙ୍କ ରାୟରେ ଆହୁରି କହିଛନ୍ତି ଯେ ହିନ୍ଦୁମାନଙ୍କର ବିଶ୍ୱାସକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯାଇପାରିବ ନାହିଁ । ଅଯୋଧ୍ୟା ରାମଙ୍କ ଜନ୍ମଭୂମି ଏହା ସେମାନଙ୍କର ଦୃଢ ବିଶ୍ୱାସ । କିନ୍ତୁ କୌଣସି ଆସ୍ଥା ଓ ବିଶ୍ୱାସକୁ ନେଇ କୋର୍ଟ ତାଙ୍କ ରାୟ ଶୁଣାଇପାରିବେ ନାହିଁ । ବରଂ ତଥ୍ୟଗତ ପ୍ରମାଣ ରାୟ ପ୍ରକାଶର ମୂଳ ଆଧାର ହେବ । ଆଇନ ଅନୁଯାୟୀ ଦେଖାଯିବ ଯେ ମାଲିକାନାଟି କାହାର । ମୁସଲିମମାନେ ସେମାନଙ୍କର ଏକାକୀ ମାଲିକାନା ଜାହିର କରିପାରିବେ ନାହିଁ, କାରଣ ଇଂରେଜ ଆସିବା ପର୍ଯ୍ୟନ୍ତ ସେମାନେ ସେଠାରେ ନମାଜ ପାଠ କରୁଥିବା ପ୍ରମାଣ ମିଳୁନାହିଁ । ବରଂ ହିନ୍ଦୁମାନେ ରାମ ଚଉତରା ଓ ହିନ୍ଦୁ ରୋଷେଇ ସ୍ଥଳ ଭାବେ ଏହାକୁ ପୂଜା କରିଆସୁଥିଲେ । ଯାହା ସୂଚନା ମିଳୁଛି, ବାବରଙ୍କ ସମୟରେ ମୀର ବାଜି ଏହି ମସଜିଦ୍‍ ନିର୍ମାଣ କରିଥିଲେ । କୋର୍ଟ ଏଥିସହିତ ସେବାୟତ ବୋଲି ଦାବି କରୁଥିବା ନିମୋହି ଆଖଡା ଓ ସିହାଙ୍କ ପିଟିସନକୁ ଖାରଜ କରିଦେଇଛନ୍ତି ।

ଏଠାରେ ପ୍ରକାଶ ଥାଉକି, ଅଗଷ୍ଟ ୬ରୁ କ୍ରମାଗତ ୪୦ ଦିନ ଧରି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ ଓ ୯୬ ଦିନ ପରେ ରାୟ ପ୍ରକାଶ କରିଛନ୍ତି । ପୂର୍ବରୁ ଆହ୍ଲାବାଦ କୋର୍ଟ ବିବାଦୀୟ ୨.୭୭ ଏକର ଜମିକୁ ନିମୋହି ଆଖଡା, ସୁନି ଵାକଫ୍‍ ବୋର୍ଡ ଓ ରାମ ଜନ୍ମଭୂମି ନ୍ୟାସ କମିଟି ମଧ୍ୟରେ ୩ ଭାଗ କରି ବାଣ୍ଟିଦେବା ପାଇଁ ରାୟ ଶୁଣାଇଥିଲେ, ଯାହା ଉପରେ ଉଚ୍ଚତମ ନ୍ୟାୟାଳୟ ସ୍ଥଗନାଦେଶ ଜାରି କରିଥିଲେ ।

Leave A Reply

Your email address will not be published.