ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ନିଆରା ନବୀନ: ବାପାଙ୍କ ସମାଧି ବି ଭାଙ୍ଗିବାକୁ କହିଲେ

0

ଭୁବନେଶ୍ବର: େଗାଟିଏ ସମୟରେ ନିଜର ପୈତୃକ ସଂପତ୍ତି କଟକର ଆନନ୍ଦଭବନକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରିବାର। ଏହାକୁ ଏବେ ସଂଗ୍ରହାଳୟ କରାଯାଇଛି।

ଆଜି ପୁଣି ଏକ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ। ନିଜେ ଶାସନରେ ରହି ନିଜ ପିତାଙ୍କ ସମାଧି ଭାଙ୍ଗିବା ଲାଗି ନିର୍ଦେଶ ଦେଇଛନ୍ତି। ଏହି ଘଟଣାଟି ଓଡ଼ିଶା ରାଜନୀତିରେ ସବୁ ସମୟ ପାଇଁ ଏକ ଉଦାହରଣ େହାଇ ରହିବ। ପୁରୀ ସ୍ବର୍ଗଦ୍ବାରରେ ବିଜୁ ବାବୁଙ୍କର ସମାଧି ନବୀନ ପଟ୍ଟନାୟକ ସରକାର କ୍ଷମତାକୁ ଆସିବା ପରେ ହିଁ େହାଇଥିଲା। ପୁରୀର ତତ୍କାଳୀନ ବିଧାୟକ ମହେଶ୍ବର ମହାନ୍ତି ଏ େନଇ ସେ ସମୟରେ ମାତ୍ରାଧିକ ଉତ୍ସାହ େଦଖାଇଥିଲେ।

ଏବେ କିନ୍ତୁ ପୁରୀ ସ୍ବର୍ଗଦ୍ବାର ପାଇଁ େଯଉଁ ବିକାଶର ନକ୍ସା ପ୍ରସ୍ତୁତ କରାଯାଉଛି, େସଥିରେ ନବୀନ ନିଜଠାରୁ ହିଁ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଚାହୁଁଛନ୍ତି। ସ୍ବର୍ଗଦ୍ବାରର ଆକାର ବଢିବ। ଜବରଦଖଲ କରିଥିବା ଅନେକ ନିର୍ମାଣ ମାଟିରେ ମିଶିବ। ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏହି ସମାଧିକୁ ଭାଙ୍ଗିବା ଲାଗି ଆଗ୍ରହ େଦଖାଇଛନ୍ତି। ଯାହା ଫଳରେ ଅନ୍ୟମାନେ ଏ ସଂପର୍କରେ ପଦୁଟିଏ ବି କହିପାରିବେନାହିଁ। ପୂର୍ବରୁ ବିଭିନ୍ନ ସଂଗଠନ ଏହି ସମାଧିକୁ ବିରୋଧ କରି ଆସିଛନ୍ତି। ଏପରିକି ଏ ସଂକ୍ରାନ୍ତରେ କୋର୍ଟରେ ମାମଲା ରୁଜୁ ବି କରାଯାଇଥିଲା।

ରାଜନୈତିକ ତଥ୍ୟାଭିଜ୍ଞ ମହଲର କହିବା କଥା ହେଉଛି, ଓଡ଼ିଶା ରାଜନୀତିରେ ଅଧିକାଂଶ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ କ୍ଷମତାକୁ ଆସିବା ପରେ ସଂପତ୍ତି ବଢାଇଛନ୍ତି। ନବୀନ ଏ େକ୍ଷତ୍ରରେ ଏକ ବିଲକ୍ଷଣ। େଯଉଁଥିପାଇଁ ସେ ଅନ୍ୟମାନଙ୍କ ଠାରୁ ଅଲଗା। ତାଙ୍କର ସଂପତ୍ତି ବଢିନାହିଁ। ସେ ପୂର୍ବଭଳି ସେମିତି ସାଧାରଣ ଜୀବନ ଅତିବାହିତ କରୁଛନ୍ତି। ଭାରତର ରାଜନୈତିକ ଇତିହାସରେ ବର୍ତମାନ ପାଇଁ ଏମିତି ଉଦାହରଣ ହୁଏତ ନଥିବ। ଖାସ୍ ଏଇଥିଲାଗି ଓଡ଼ିଶାରେ ସେ କ୍ରମାଗତ ଭାବେ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ େନଲେଣି ଓ ବିେରାଧୀଙ୍କର ଅସ୍ତ୍ର ତାଙ୍କ ବିେରାଧରେ କାଟୁ କରୁନାହିଁ।

ଉଲ୍ଲେଖଯୋଗ୍ୟ, ବାତ୍ୟା ‘ଫନି’ରେ କ୍ଷତିଗ୍ରସ୍ତ ସ୍ବର୍ଗଦ୍ବାର ବିକାଶ ନିଷ୍ପତ୍ତି େହାଇଛି। ଆଜି େଲାକସେବା ଭବନରେ ହୋଇଥିବା ବୈଠକ ପରେ ରାଜ୍ୟ ସରକାର କହିଛନ୍ତି, ସ୍ବର୍ଗଦ୍ବାରର ବିକାଶ ପ୍ରକ୍ରିୟାରେ ଶବଦାହ ଠାରୁ ଆରମ୍ଭ କରି ଶବ ବାହକମାନଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ସବୁ ଋତୁରେ ସୁବିଧାରେ େଯଭଳି ଶବ ଦାହ ହେବ, ସେ େନଇ ସରକାର ଶବ ବାହକମାନଙ୍କ ସୁବିଧା ପାଇଁ ବିଶ୍ରାମ କକ୍ଷ ନିର୍ମାଣ କରିବେ ଓ ଚାରିପାଖରେ ବ୍ୟାପକ ବୃକ୍ଷରୋପଣ ବି କରାଯିବ। ଏହି କାମ ଆରମ୍ଭର ୬ମାସ ମଧ୍ୟରେ େଶଷ କରିବା ଲାଗି ସରକାର ସମୟ ଧାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.