ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ନିଆରା ନବୀନ: ବାପାଙ୍କ ସମାଧି ବି ଭାଙ୍ଗିବାକୁ କହିଲେ

0

ଭୁବନେଶ୍ବର: େଗାଟିଏ ସମୟରେ ନିଜର ପୈତୃକ ସଂପତ୍ତି କଟକର ଆନନ୍ଦଭବନକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରିବାର। ଏହାକୁ ଏବେ ସଂଗ୍ରହାଳୟ କରାଯାଇଛି।

ଆଜି ପୁଣି ଏକ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ। ନିଜେ ଶାସନରେ ରହି ନିଜ ପିତାଙ୍କ ସମାଧି ଭାଙ୍ଗିବା ଲାଗି ନିର୍ଦେଶ ଦେଇଛନ୍ତି। ଏହି ଘଟଣାଟି ଓଡ଼ିଶା ରାଜନୀତିରେ ସବୁ ସମୟ ପାଇଁ ଏକ ଉଦାହରଣ େହାଇ ରହିବ। ପୁରୀ ସ୍ବର୍ଗଦ୍ବାରରେ ବିଜୁ ବାବୁଙ୍କର ସମାଧି ନବୀନ ପଟ୍ଟନାୟକ ସରକାର କ୍ଷମତାକୁ ଆସିବା ପରେ ହିଁ େହାଇଥିଲା। ପୁରୀର ତତ୍କାଳୀନ ବିଧାୟକ ମହେଶ୍ବର ମହାନ୍ତି ଏ େନଇ ସେ ସମୟରେ ମାତ୍ରାଧିକ ଉତ୍ସାହ େଦଖାଇଥିଲେ।

ଏବେ କିନ୍ତୁ ପୁରୀ ସ୍ବର୍ଗଦ୍ବାର ପାଇଁ େଯଉଁ ବିକାଶର ନକ୍ସା ପ୍ରସ୍ତୁତ କରାଯାଉଛି, େସଥିରେ ନବୀନ ନିଜଠାରୁ ହିଁ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଚାହୁଁଛନ୍ତି। ସ୍ବର୍ଗଦ୍ବାରର ଆକାର ବଢିବ। ଜବରଦଖଲ କରିଥିବା ଅନେକ ନିର୍ମାଣ ମାଟିରେ ମିଶିବ। ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏହି ସମାଧିକୁ ଭାଙ୍ଗିବା ଲାଗି ଆଗ୍ରହ େଦଖାଇଛନ୍ତି। ଯାହା ଫଳରେ ଅନ୍ୟମାନେ ଏ ସଂପର୍କରେ ପଦୁଟିଏ ବି କହିପାରିବେନାହିଁ। ପୂର୍ବରୁ ବିଭିନ୍ନ ସଂଗଠନ ଏହି ସମାଧିକୁ ବିରୋଧ କରି ଆସିଛନ୍ତି। ଏପରିକି ଏ ସଂକ୍ରାନ୍ତରେ କୋର୍ଟରେ ମାମଲା ରୁଜୁ ବି କରାଯାଇଥିଲା।

ରାଜନୈତିକ ତଥ୍ୟାଭିଜ୍ଞ ମହଲର କହିବା କଥା ହେଉଛି, ଓଡ଼ିଶା ରାଜନୀତିରେ ଅଧିକାଂଶ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ କ୍ଷମତାକୁ ଆସିବା ପରେ ସଂପତ୍ତି ବଢାଇଛନ୍ତି। ନବୀନ ଏ େକ୍ଷତ୍ରରେ ଏକ ବିଲକ୍ଷଣ। େଯଉଁଥିପାଇଁ ସେ ଅନ୍ୟମାନଙ୍କ ଠାରୁ ଅଲଗା। ତାଙ୍କର ସଂପତ୍ତି ବଢିନାହିଁ। ସେ ପୂର୍ବଭଳି ସେମିତି ସାଧାରଣ ଜୀବନ ଅତିବାହିତ କରୁଛନ୍ତି। ଭାରତର ରାଜନୈତିକ ଇତିହାସରେ ବର୍ତମାନ ପାଇଁ ଏମିତି ଉଦାହରଣ ହୁଏତ ନଥିବ। ଖାସ୍ ଏଇଥିଲାଗି ଓଡ଼ିଶାରେ ସେ କ୍ରମାଗତ ଭାବେ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ େନଲେଣି ଓ ବିେରାଧୀଙ୍କର ଅସ୍ତ୍ର ତାଙ୍କ ବିେରାଧରେ କାଟୁ କରୁନାହିଁ।

ଉଲ୍ଲେଖଯୋଗ୍ୟ, ବାତ୍ୟା ‘ଫନି’ରେ କ୍ଷତିଗ୍ରସ୍ତ ସ୍ବର୍ଗଦ୍ବାର ବିକାଶ ନିଷ୍ପତ୍ତି େହାଇଛି। ଆଜି େଲାକସେବା ଭବନରେ ହୋଇଥିବା ବୈଠକ ପରେ ରାଜ୍ୟ ସରକାର କହିଛନ୍ତି, ସ୍ବର୍ଗଦ୍ବାରର ବିକାଶ ପ୍ରକ୍ରିୟାରେ ଶବଦାହ ଠାରୁ ଆରମ୍ଭ କରି ଶବ ବାହକମାନଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ସବୁ ଋତୁରେ ସୁବିଧାରେ େଯଭଳି ଶବ ଦାହ ହେବ, ସେ େନଇ ସରକାର ଶବ ବାହକମାନଙ୍କ ସୁବିଧା ପାଇଁ ବିଶ୍ରାମ କକ୍ଷ ନିର୍ମାଣ କରିବେ ଓ ଚାରିପାଖରେ ବ୍ୟାପକ ବୃକ୍ଷରୋପଣ ବି କରାଯିବ। ଏହି କାମ ଆରମ୍ଭର ୬ମାସ ମଧ୍ୟରେ େଶଷ କରିବା ଲାଗି ସରକାର ସମୟ ଧାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.