ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବଡ଼ ବିବାଦର ବଡ଼ ରାୟ

0

ଅଯୋଧ୍ୟା ବିବାଦର ସମାଧାନ ରାସ୍ତା କାଢିଲେ କୋର୍ଟ
ବିଚାରପତି ଗୋଗଇ ଓ ଚାରି ବିଚାରପତି ସହମତ
୧୦୪୫ ପୃଷ୍ଠାର ରାୟ ଶୁଣାଇଲେ ସର୍ବୋଚ୍ଚ ଅଦାଲତ
ରାମଲୀଲାଙ୍କୁ ମିଳିବ ବିବାଦୀୟ ୨.୭୭ ଏକର ଜମି
୩ ମାସ ମଧ୍ୟରେ କେନ୍ଦ୍ର ସରକାର ଟ୍ରଷ୍ଟ ଗଠନ କରିବେ
ସୁନି ଵାକଫ୍‍ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି ଦିଆଯିବ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ଭାରତର ନ୍ୟାୟିକ ଇତିହାସରେ ସବୁଠାରୁ ଦୀର୍ଘ ସମୟ ଚାଲିଥିବା ଏହି ମାମଲାରେ କୋର୍ଟ ୧୦୪୫ ପୃଷ୍ଠାର ମଧ୍ୟ ଏକ ଲମ୍ୱା ରାୟ ଦେଇଛନ୍ତି । ଅଯୋଧ୍ୟା ଅଞ୍ଚଳର ବିବାଦୀୟ ସ୍ଥଳ ଅର୍ଥାତ୍‍ ରାମଙ୍କ ଜନ୍ମ ସ୍ଥାନ ବୋଲି କୁହାଯାଉଥିବା ଅଞ୍ଚଳରେ ହିଁ ରାମ ମନ୍ଦିର ନିର୍ମାଣ ହେବ । କେନ୍ଦ୍ର ସରକାର ତିନିମାସ ମଧ୍ୟରେ ଏକ ଟ୍ରଷ୍ଟ ଗଠନ କରିବେ ଓ ଏହି ନ୍ୟାସକୁ ଏହି ୨.୭୭ ଏକର ଜମି ପ୍ରଦାନ କରିବା ସହିତ ମନ୍ଦିର ନିର୍ମାଣ ନେଇ ପଦକ୍ଷେପ ନେବାକୁ କୁହାଯାଇଛି । ନିଜକୁ ସେବାୟତ ବୋଲି ଦାବି କରୁଥିବା ନିମୋହି ଆଖଡା କେବଳ ଏହି ଟ୍ରଷ୍ଟର ଜଣେ ଭାବେ ପ୍ରତିନିଧିତ୍ୱ କରିବେ । ଅନ୍ୟପକ୍ଷରେ ସହରର ଅନ୍ୟତ୍ର ଓ ପ୍ରମୁଖ ସ୍ଥାନରେ ୫ ଏକର ଜମି ସୁନି ଵାକଫ୍‍ ବୋର୍ଡକୁ ଦେବାକୁ କୋର୍ଟ ତାଙ୍କ ରାୟରେ କହିଛନ୍ତି । ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଥିଲେ ।

କୋର୍ଟଙ୍କ ରାୟରେ ଅଲଇଣ୍ଡିଆ ମୁସଲିମ୍‍ ପର୍ସନାଲ ଲ ବୋର୍ଡ ସନ୍ତୋଷ ପ୍ରକାଶ କରିନାହିଁ । ଅନ୍ୟପକ୍ଷରେ କଂଗ୍ରେସ କହିଛି, ସେମାନେ ରାମମନ୍ଦିର ନିର୍ମାଣ ସପକ୍ଷରେ ଅଛନ୍ତି । ଏହି ରାୟ ରାମ ମନ୍ଦିର ନିର୍ମାଣ ପାଇଁ କେବଳ ରାସ୍ତା ଖୋଲିଛି ତା ନୁହେଁ, ବରଂ ବିଜେପି ଓ ଅନ୍ୟ ରାଜନୈତିକ ଦଳ ପାଇଁ ଏହି ପ୍ରସଙ୍ଗର ରାଜନୀତିକରଣ ପାଇଁ ବାଟ ବନ୍ଦ କରିଦେଇଛି।

ଆଜି କୋର୍ଟ ତାଙ୍କ ରାୟରେ କହିଥିଲେ, ବାବ୍ରି ମସଜିଦ୍‍ ଖାଲି ଜମିରେ ତିଆରି ହୋଇନାହିଁ । ଏଏସ୍‍ଆଇ ରିପୋର୍ଟ କହୁଛି, ଦ୍ୱାଦଶ ଶତାଦ୍ଦୀରେ ଏଠାରେ ମନ୍ଦିର ଥିଲା । ତେବେ ମନ୍ଦିର ଭଙ୍ଗାଯାଇ ମସଜିଦ୍‍ କରାଯାଇଛି କି ନାହିଁ, ସେ ନେଇ କୌଣସି ପ୍ରମାଣ ମିଳୁନାହିଁ । ଜମି ଉପରେ କବଜା ନେଇ ପ୍ରମାଣ ଦେବାରେ ମଧ୍ୟ ମୁସଲିମ୍‍ ପକ୍ଷ ବିଫଳ ହୋଇଛନ୍ତି ।

କୋର୍ଟ ତାଙ୍କ ରାୟରେ ଆହୁରି କହିଛନ୍ତି ଯେ ହିନ୍ଦୁମାନଙ୍କର ବିଶ୍ୱାସକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯାଇପାରିବ ନାହିଁ । ଅଯୋଧ୍ୟା ରାମଙ୍କ ଜନ୍ମଭୂମି ଏହା ସେମାନଙ୍କର ଦୃଢ ବିଶ୍ୱାସ । କିନ୍ତୁ କୌଣସି ଆସ୍ଥା ଓ ବିଶ୍ୱାସକୁ ନେଇ କୋର୍ଟ ତାଙ୍କ ରାୟ ଶୁଣାଇପାରିବେ ନାହିଁ । ବରଂ ତଥ୍ୟଗତ ପ୍ରମାଣ ରାୟ ପ୍ରକାଶର ମୂଳ ଆଧାର ହେବ । ଆଇନ ଅନୁଯାୟୀ ଦେଖାଯିବ ଯେ ମାଲିକାନାଟି କାହାର । ମୁସଲିମମାନେ ସେମାନଙ୍କର ଏକାକୀ ମାଲିକାନା ଜାହିର କରିପାରିବେ ନାହିଁ, କାରଣ ଇଂରେଜ ଆସିବା ପର୍ଯ୍ୟନ୍ତ ସେମାନେ ସେଠାରେ ନମାଜ ପାଠ କରୁଥିବା ପ୍ରମାଣ ମିଳୁନାହିଁ । ବରଂ ହିନ୍ଦୁମାନେ ରାମ ଚଉତରା ଓ ହିନ୍ଦୁ ରୋଷେଇ ସ୍ଥଳ ଭାବେ ଏହାକୁ ପୂଜା କରିଆସୁଥିଲେ । ଯାହା ସୂଚନା ମିଳୁଛି, ବାବରଙ୍କ ସମୟରେ ମୀର ବାଜି ଏହି ମସଜିଦ୍‍ ନିର୍ମାଣ କରିଥିଲେ । କୋର୍ଟ ଏଥିସହିତ ସେବାୟତ ବୋଲି ଦାବି କରୁଥିବା ନିମୋହି ଆଖଡା ଓ ସିହାଙ୍କ ପିଟିସନକୁ ଖାରଜ କରିଦେଇଛନ୍ତି ।

ଏଠାରେ ପ୍ରକାଶ ଥାଉକି, ଅଗଷ୍ଟ ୬ରୁ କ୍ରମାଗତ ୪୦ ଦିନ ଧରି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ ଓ ୯୬ ଦିନ ପରେ ରାୟ ପ୍ରକାଶ କରିଛନ୍ତି । ପୂର୍ବରୁ ଆହ୍ଲାବାଦ କୋର୍ଟ ବିବାଦୀୟ ୨.୭୭ ଏକର ଜମିକୁ ନିମୋହି ଆଖଡା, ସୁନି ଵାକଫ୍‍ ବୋର୍ଡ ଓ ରାମ ଜନ୍ମଭୂମି ନ୍ୟାସ କମିଟି ମଧ୍ୟରେ ୩ ଭାଗ କରି ବାଣ୍ଟିଦେବା ପାଇଁ ରାୟ ଶୁଣାଇଥିଲେ, ଯାହା ଉପରେ ଉଚ୍ଚତମ ନ୍ୟାୟାଳୟ ସ୍ଥଗନାଦେଶ ଜାରି କରିଥିଲେ ।

Leave A Reply

Your email address will not be published.