ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କାହିଁକି ଟଙ୍କା ଖର୍ଚ୍ଚ ହେଉନି ବାବୁଙ୍କ ଉପରେ ବର୍ଷିଲେ ନେତା

0

ଭୁବନେଶ୍ୱର: କୋଟିଏ କି ଦୁଇ କୋଟି ନୁହେଁ, ପୂରା ୧୨୦୮ କୋଟି ୪୨ଲକ୍ଷ ଟଙ୍କା ଜିଲ୍ଲା ଖଣିଜ ପାଣ୍ଠିରେ ଆଦାୟ ହୋଇଛି। ୧୦୯୮ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ପାଇଲାଣି। କିନ୍ତୁ ଟଙ୍କା ବିନିଯୋଗରେ କାହିଁକି ପଛୁଆ ବୋଲି ଅନୁଗୁଳ ଜିଲ୍ଳା ଖଣିଜ ପାଣ୍ଠି ସପ୍ତମ ବୋର୍ଡ଼ ବୈଠକରେ ଉଦବେଗ ପ୍ରକାଶ ପାଇଛି।ପାଖାପାଖି ୩୦୦୦ ପ୍ରକଳ୍ପ ଅନୁମୋଦନ ପାଇଥିଲେ ହେଁ ୫୪୨ଟି ପ୍ରକଳ୍ପ ଆଦୌ ଆରମ୍ଭ ହୋଇନାହିଁ। ୧୬୨୭ଟିର କାର୍ଯ୍ୟ ଶେଷ ହୋଇଛି। ଏହାକୁ ନେଇ ଜନ ପ୍ରତିନିଧି ଓ ସରକାରୀ ବାବୁ ମୁହାଁମୁହିଁ ହୋଇଥିଲେ।କଣ ପାଇଁ ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ ସେ ନେଇ ବାବୁଙ୍କୁ କୈଫିୟତ ମାଗିଥିଲେ ଲୋକପ୍ରଟିନିଧି।

ସୋମବାର ଅପରାହ୍ନରେ ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟିଙ୍କ ବୈଠକ ବସିଥିଲା। ୨୦୧୫ ମସିହାରୁ ଅନୁଗୁଳ ଜିଲ୍ଲାରେ ଜିଲ୍ଳା ଖଣିଜ ପାଣ୍ଠି ଖର୍ଚ୍ଚ ହେଉଛି। ଏହି ବୈଠକରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖ ଥାଉକି କେନ୍ଦୁଝର ଜିଲ୍ଲାରେ ମଧ୍ୟ ଜିଲ୍ଲା ଖଣିଜ ପାଣ୍ଠିରେ ନିଆଯାଉଥିବା ପ୍ରକଳ୍ପ ଓ ଅର୍ଥ ଖର୍ଚ ନେଇ ସାମାଜିକ ସଂଗଠନ ଓ କିଛି ଲୋକ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ରହିଛି।

Leave A Reply

Your email address will not be published.