ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଅସଲ ବିରୋଧୀ କିଏ?

0

ବିଧାନସଭା ଶୀତ ଅଧିବେଶନ ଉପରେ ଆଖି
ଅଧାରେ ଅଟକିଲା ବିଜେପି ବିଧାୟକ ଦଳ ବୈଠକ
ମଙ୍ଗଳବାର ଏକାଠି ବସିପାରନ୍ତି କଂଗ୍ରେସ ନେତା
୧୩ ତାରିଖ ଦିନ ବିଜେଡି ବିଧାୟକ ଦଳ ବସିବେ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ସ୍ମିତାରାଣୀ ବିଶ୍ୱାଳ ଆତ୍ମହତ୍ୟା ମାମଲା ବିଧାନସଭାରେ ଉଠିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ ବି । ପୂର୍ଣ୍ଣାଙ୍ଗ ବିଧାୟକ ଦଳ ବୈଠକ ବାକିଥିଲେ ବି ଆଜି ବିଜେପି ବିଧାୟକ ଦଳର ପ୍ରାରମ୍ଭିକ ବୈଠକରେ ଏମିତି ନିଷ୍ପତ୍ତି ହୋଇଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଆସନ୍ତା ୧୩ ତାରିଖ ଦିନ ସବୁ ବିଧାୟକ ବସି ଆଉଥରେ ରଣନୀତି ଉପରେ ବିଶଦ ଚର୍ଚ୍ଚା ହେବ । କେଉଁ ଦିନ ପ୍ରସଙ୍ଗ ଉଠିବ, କିଭଳି ଢଙ୍ଗରେ ସରକାରଙ୍କୁ ହଲାପଟା କରାଯିବ, ସେ ନିଷ୍ପତ୍ତି ନିଆଯିବ ।

ଆସନ୍ତାକାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସିପାରେ । ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଥିବା ୧୩ ତାରିଖ ଦିନ ବିଜେଡି ବିଧାୟକ ଦଳ ବୈଠକ ବସି ବିରୋଧୀଙ୍କ ରଣନୀତିର କିଭଳି ଜବାବ ଦିଆଯିବ, ତାହା ସ୍ଥିର କରାଯିବ । ତିନି ଦଳର ହାବଭାବ ଦେଖିଲେ ଯାହା ଜଣାପଡୁଛି, ଏଥର ବିଧାନସଭା ଅଧିବେଶନ ସରଗରମ ହେବ ।

କିନ୍ତୁ ରାଜନୈତିକ ମହଲ ଭିନ୍ନ ଚର୍ଚ୍ଚା କରୁଛନ୍ତି । ଏହି ମହଲର କହିବା କଥା ହେଉଛି, ବିଧାନସଭାରେ ସରକାରୀ ବିରୋଧୀ ଆଭିମୁଖ୍ୟ ବାସ୍ତବରେ କିଏ ନେବ । ବିଧାନସଭାରେ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା (୯) ଥିଲେ ବି କଂଗ୍ରେସ ପୂର୍ବଥର ମାନଙ୍କ ଭଳି ବିଜେପି ଉପରେ ବଡ଼ ଭାଇ ଗିରି ଦେଖାଇବ ନା ବିଜେପି ଏଥର କଂଗ୍ରେସକୁ ତା ସୀମାରେ ରଖିବା ଲାଗି ଆରମ୍ଭରୁ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିବ । ଏହି ପ୍ରଶ୍ନଟି ଉପରେ ଅଧିବେଶନର ରୂପରେଖ ନିର୍ଧାରଣ ହେବ ।

ସବୁଠାରୁ ବଡ଼ କଥା ହେଉଛିି, ବିଜେଡି ବିରୋଧୀଙ୍କୁ ମୁକାବିଲା କରିବା ଲାଗି କିଭଳି ଅସ୍ତ୍ର ପ୍ରୟୋଗ କରିବ । ଗତ ଦିନମାନଙ୍କରେ ଦେଖାଯାଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଅତ୍ୟନ୍ତ ଶାଣିତ ଶଦ୍ଦରେ ସମାଲୋଚନା କରିବା ବେଳେ ଜଣେ ବିଜେଡି ଏହାର ସେଭଳି ପ୍ରତିବାଦ କରେନାହିଁ, ଯେମିତି ନରେନ୍ଦ୍ର ମୋଦୀ, ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଧରିଲେ ବିଜେପି କରେ ବା ଗାନ୍ଧୀ ପରିବାର କଥା ଉଠିଲେ କଂଗ୍ରେସ ନେତାମାନେ ଚିହିଁକି ଉଠନ୍ତି ।

ଏଥର ଯେତେସବୁ ପ୍ରସଙ୍ଗ ଉଠିଛି, ତାହାକୁ ନିରେଖି ଦେଖିଲେ ବିଜେଡି ବିଧାୟକମାନଙ୍କ ଭୂମିକା ଦଳ ପାଇଁ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । କାରଣ ସ୍ମିତାରାଣୀ ଘଟଣାରେ ସରକାରଙ୍କୁ ବିଜେପି ଓ କଂଗ୍ରେସ ହଲାପଟା କଲା, ଅଥଚ ଦଳର ଜଣେ ଦୁଇଜଣଙ୍କୁ ଛାଡିଦେଲେ ଅନ୍ୟମାନେ ଥରୁଟିଏ ବି ଉଭୟ ଦଳକୁ ପ୍ରତିରୋଧ କରିବା ଲାଗି ସେମିତି କିଛି ବି କଲେନି । ଆବାସ ଓ ଫନି ସହାୟତା କେଳେଙ୍କାରୀରେ ପ୍ରଶାସନ ବିରୋଧରେ ବିଜେପି ଓ କଂଗ୍ରେସ ଅପେକ୍ଷା ବିଜେଡି ନେତାଙ୍କ ଅଭିଯୋଗ ଅଧିକ । ତେବେ ବିଧାନସଭାରେ ଏହି ନେତାମାନେ କିଭଳି ଆଭିମୁଖ୍ୟ ଗ୍ରହଣ କରିବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ବିଧାନସଭାର ଶୀତ ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିଛି । ୧୩ ତାରିଖ ଦିନ ୨୦୧୯-୨୦ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‍ ଆଗତ ହେବ ।

Leave A Reply

Your email address will not be published.