ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

ଓଡ଼ିଶାରୁ କେଉଁଆଡେ ଯାଉଛନ୍ତି ବଜ୍ରକାପ୍ତା?

0

ଆଠଗଡ଼ରେ ଦୁର୍ଦାନ୍ତ ଗ୍ୟାଙ୍ଗକୁ ଗିରଫ କଲେ ଡିଏଫ୍‍ଓ
ଦେଶ ବାହାରକୁ ଲମ୍ୱିଛି ଚେର, କୋଲକାତା ହେଉଛି ମାଧ୍ୟମ
୬ ଜଣ ସ୍ଥାନୀୟ ବ୍ୟବସାୟୀ ଗିରଫ, ଅନ୍ୟମାନଙ୍କୁ ଖୋଜାଯାଉଛି

ଭୁବନେଶ୍ୱର: ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ଆଜି ଦୁର୍ଦାନ୍ତ ଗ୍ୟାଙ୍ଗକୁ ଧରିିଛନ୍ତି ଆଠଗଡ ଡିଏଫ୍‍ଓ । ଏହି ରାକେଟ୍‍ର ୬ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଖୁଣ୍ଟୁଣି ରେଂଜ ଅନ୍ତର୍ଗତ ସୁନିଆମୁହଁ ସଂରକ୍ଷିତ ଜଙ୍ଗଲରୁ ଏମାନେ ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ଖୁଣ୍ଟୁଣି ଅନ୍ତର୍ଗତ ସୁନିଆମୁହଁର ଆକାଶ ବେହେରା, ଡାବୋରା ଗାଁର ସତିଆ ବେହେରା, ଗୁରୁଡିଝାଟିଆର ରାଜୁ ଦେହୁରୀ, ପ୍ରଶାନ୍ତ ସେଠୀ, ନୂଆପାଟଣାର ଧ୍ରୁବଚରଣ ସାହୁ, ରଥଗଡ ନରାଜ ଗୋଡିସାହି ଅଞ୍ଚଳର ବିଭୂତି ସାହୁ ବୋଲି ଜଣାପଡିଛି । ଏହାବ୍ୟତୀତ ବ୍ରଜକାପ୍ତା ଚୋରାଚାଲାଣରେ ଆଉ କିଛି ବ୍ୟକ୍ତି ସାମିଲ ଥିବା ଜଣାପଡିଛି ଓ ଆଠଗଡ ବନଖଣ୍ଡ ଅଧିକାରୀ ସେମାନଙ୍କୁ ଖୋଜୁଛନ୍ତି, ତଦନ୍ତ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ, ଆଠଗଡ ଡିଏଫ୍‍ଓ ସସ୍ମିତା ଲେଙ୍କା ସୁନିଆମୁହଁ ଠାରେ ଏହି ରାକେଟ୍‍ କାରବାର ସଂପର୍କରେ ସୂଚନା ପାଇଥିଲେ । ସ୍ଥାନୀୟ ଅଞ୍ଚଳର କିଛି ବ୍ୟବସାୟୀଙ୍କ ମାଧ୍ୟମରେ ଏହି ସୂଚନା ମିଳିଥିଲା । ପରେ ଅଧିକାରୀମାନେ ଚଢଉ କରିବାରୁ ଏହି ଦୁର୍ଦାନ୍ତ ଗ୍ୟାଙ୍ଗକୁ ଗିରଫ କରାଯାଇପାରିଛି । ଏମାନେ ଚାଇନା ଓ ମିଆଁମାରକୁ ବଜ୍ରକାପ୍ତାର ବିଭିନ୍ନ ଅଂଶ ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । କୋଲକାତା ଦେଇ ଏହା ଚାଲାଣ ହୋଇଥାଏ ବୋଲି ଜେରା ବେଳେ ଅଭିଯୁକ୍ତମାନେ ସୂଚନା ଦେଇଛନ୍ତି ।

ଡିଏଫ୍‍ଓ ସସ୍ମିତା ଲେଙ୍କା କହିଛନ୍ତି, ଏହି କାରବାରର ବିଭିନ୍ନ ଦିଗକୁ ଅନୁଶୀଳନ କରାଯାଉଛି । ଏଥିରେ ବାହାର ଅଞ୍ଚଳର ମଧ୍ୟ କିଛି ବ୍ୟକ୍ତି ସାମିଲ ଥିବା ସୂଚନା ମିଳୁଛି । ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.