ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

ଓଡ଼ିଶାରୁ କେଉଁଆଡେ ଯାଉଛନ୍ତି ବଜ୍ରକାପ୍ତା?

0

ଆଠଗଡ଼ରେ ଦୁର୍ଦାନ୍ତ ଗ୍ୟାଙ୍ଗକୁ ଗିରଫ କଲେ ଡିଏଫ୍‍ଓ
ଦେଶ ବାହାରକୁ ଲମ୍ୱିଛି ଚେର, କୋଲକାତା ହେଉଛି ମାଧ୍ୟମ
୬ ଜଣ ସ୍ଥାନୀୟ ବ୍ୟବସାୟୀ ଗିରଫ, ଅନ୍ୟମାନଙ୍କୁ ଖୋଜାଯାଉଛି

ଭୁବନେଶ୍ୱର: ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ଆଜି ଦୁର୍ଦାନ୍ତ ଗ୍ୟାଙ୍ଗକୁ ଧରିିଛନ୍ତି ଆଠଗଡ ଡିଏଫ୍‍ଓ । ଏହି ରାକେଟ୍‍ର ୬ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଖୁଣ୍ଟୁଣି ରେଂଜ ଅନ୍ତର୍ଗତ ସୁନିଆମୁହଁ ସଂରକ୍ଷିତ ଜଙ୍ଗଲରୁ ଏମାନେ ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ଖୁଣ୍ଟୁଣି ଅନ୍ତର୍ଗତ ସୁନିଆମୁହଁର ଆକାଶ ବେହେରା, ଡାବୋରା ଗାଁର ସତିଆ ବେହେରା, ଗୁରୁଡିଝାଟିଆର ରାଜୁ ଦେହୁରୀ, ପ୍ରଶାନ୍ତ ସେଠୀ, ନୂଆପାଟଣାର ଧ୍ରୁବଚରଣ ସାହୁ, ରଥଗଡ ନରାଜ ଗୋଡିସାହି ଅଞ୍ଚଳର ବିଭୂତି ସାହୁ ବୋଲି ଜଣାପଡିଛି । ଏହାବ୍ୟତୀତ ବ୍ରଜକାପ୍ତା ଚୋରାଚାଲାଣରେ ଆଉ କିଛି ବ୍ୟକ୍ତି ସାମିଲ ଥିବା ଜଣାପଡିଛି ଓ ଆଠଗଡ ବନଖଣ୍ଡ ଅଧିକାରୀ ସେମାନଙ୍କୁ ଖୋଜୁଛନ୍ତି, ତଦନ୍ତ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ, ଆଠଗଡ ଡିଏଫ୍‍ଓ ସସ୍ମିତା ଲେଙ୍କା ସୁନିଆମୁହଁ ଠାରେ ଏହି ରାକେଟ୍‍ କାରବାର ସଂପର୍କରେ ସୂଚନା ପାଇଥିଲେ । ସ୍ଥାନୀୟ ଅଞ୍ଚଳର କିଛି ବ୍ୟବସାୟୀଙ୍କ ମାଧ୍ୟମରେ ଏହି ସୂଚନା ମିଳିଥିଲା । ପରେ ଅଧିକାରୀମାନେ ଚଢଉ କରିବାରୁ ଏହି ଦୁର୍ଦାନ୍ତ ଗ୍ୟାଙ୍ଗକୁ ଗିରଫ କରାଯାଇପାରିଛି । ଏମାନେ ଚାଇନା ଓ ମିଆଁମାରକୁ ବଜ୍ରକାପ୍ତାର ବିଭିନ୍ନ ଅଂଶ ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । କୋଲକାତା ଦେଇ ଏହା ଚାଲାଣ ହୋଇଥାଏ ବୋଲି ଜେରା ବେଳେ ଅଭିଯୁକ୍ତମାନେ ସୂଚନା ଦେଇଛନ୍ତି ।

ଡିଏଫ୍‍ଓ ସସ୍ମିତା ଲେଙ୍କା କହିଛନ୍ତି, ଏହି କାରବାରର ବିଭିନ୍ନ ଦିଗକୁ ଅନୁଶୀଳନ କରାଯାଉଛି । ଏଥିରେ ବାହାର ଅଞ୍ଚଳର ମଧ୍ୟ କିଛି ବ୍ୟକ୍ତି ସାମିଲ ଥିବା ସୂଚନା ମିଳୁଛି । ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.