ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ସରକାରଙ୍କ ପାଇଁ ପୁଲିସ ଅଡୁଆ!

0

ସ୍ମିତାରାଣୀ ପରେ ରୁକ୍ମୁଣୀ ମଣ୍ଡଳ ଘଟଣା ନେଲା ନୂଆ ମୋଡ଼
ପୁଲିସ କାର୍ଯ୍ୟାନୁଷ୍ଠାନକୁ ମାସେ ଅପେକ୍ଷା ପରେ ଆତ୍ମହତ୍ୟା କଲେ
ରୁକ୍ମୁଣୀ ଜୀବନ ହାରିବା ପରେ ପୁଲିସ ଚେଇଁଲା, ଧରାହେଲା ଅଭିଯୁକ୍ତ
ଇତିଶ୍ରୀ ମାମଲାରୁ କିଛି ବି ଶିଖିଲେନି ଆମ ପୁଲିସ ବାବୁ, ପୁନରାବୃତ୍ତି

ଭୁବନେଶ୍ୱର: ସ୍ମିତାରାଣୀ ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଥମିନାହିଁ । ତେଲେଙ୍ଗାନାରେ ଜଣେ ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ଜାଳି ଦିଆଯାଇଛି । ଏହାକୁ ନେଇ ଦେଶର ବିଭିନ୍ନ ଭାଗର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଠିକ୍‍ ଏମିତି ଏକ ସମୟରେ ମୟୂରଭଂଜରେ ଜଣେ ଅଧ୍ୟାପିକା ଆତ୍ମହତ୍ୟା କରିବା ଘଟଣା ଚହଳ ସୃଷ୍ଟି କରିଛି । ରାଇରଙ୍ଗପୁର କଲେଜର ପଦାର୍ଥ ବିଜ୍‍ଞାନ ଅଧ୍ୟାପିକା ରକ୍ମୁଣୀ ମଣ୍ଡଳ କଲେଜ ହଷ୍ଟେଲ କ୍ୟାମ୍ପସରେ ଗତକାଲି ବିଳମ୍ୱିତ ରାତିରେ ଆତ୍ମହତ୍ୟା କରିଛନ୍ତି । ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି ।

କିନ୍ତୁ ଯେଉଁ କାରଣ ପାଇଁ ସେ ମାନସିକ ଭାରସାମ୍ୟ ହରାଇଲେ, ତାହା ଅତ୍ୟନ୍ତ ସାଂଘାତିକ । ସଂପୃକ୍ତ ଅଧ୍ୟାପିକା ଅଭିଯୋଗ କରିଥିଲେ ଯେ କେନ୍ଦୁଝରର ଜଣେ ଯୁବକ ଅକ୍ଟୋବର ୩୦ ତାରିଖରେ ତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଏ ସଂକ୍ରାନ୍ତରେ ଝାରପୋଖରିଆ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିିଁ । ମାସେ କାଳ ନ୍ୟାୟ ନ ପାଇବା ପରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ପୂର୍ବରୁ ଇତିଶ୍ରୀ ମାମଲାରେ ମଧ୍ୟ ସରକାର ଏମିତି ଏକ ଅଡୁଆ ପରିସ୍ଥିତିକୁ ସାମ୍ନା କରିଥିଲେ । ଇତିଶ୍ରୀଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଓଲଟା ଇତିଶ୍ରୀକୁ ହତ୍ୟା କରାଗଲା । କିଛି ବର୍ଷ ପରେ ରାୟଗଡାର ଏହି ମାମଲାର ଏକପ୍ରକାର ପୁନରାବୃତ୍ତି ଘଟିଛି ମୟୂରଭଂଜରେ ।

ରାଜ୍ୟ ସରକାର ମୋ ସରକାର କାର୍ଯ୍ୟକ୍ରମରେ ଏବେ ତନାଘନା କରୁଛନ୍ତି । ଏହା ପରେ ବି ପୁଲିସ ଏତେ ବେଫିକର ହେଲା କେମିତି, ତାହା ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ । ଅଧ୍ୟାପିକା ଆତ୍ମହତ୍ୟା କରିବାର ୧୨ ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତକୁ ଧରି ପଚରାଉଚରା କରୁଛି । ଏକଥା ଆଗରୁ କାହିିଁକି କରୁନଥିଲା?ସଂପୃକ୍ତ ମୟୂରଭଂଜ ପୁଲିସ ଏସପିଙ୍କ ଦାୟିତ୍ୱଟି କଣ? ଥାନାରେ ରୁଜୁ ହେଉଥିବା ମାମଲାର ସମୀକ୍ଷା ଏସପି କରୁଛନ୍ତି କି ନାହିଁ? ଯଦି ହେଉଛି, ଏମିତି ସ୍ଥିତି କାହିିଁକି ହେଲା? ଇତିମଧ୍ୟରେ ସଂପୃକ୍ତ ଥାନାଧିକାରୀଙ୍କୁ ବଦଳି କରିଦିଆଯାଇଛି ।

ଅନ୍ୟପଟରେ ଏହି ପ୍ରସଙ୍ଗକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସୁଇସାଇଡ୍‍ ନୋଟ୍‍ ଦାବିରେ ଲୋକେ ଅଡି ବସିଛନ୍ତି । ହଷ୍ଟେଲରୁ ମୃତ ଦେହ ଲୋକେ ଛାଡୁନାହାନ୍ତି । ଘଟଣାସ୍ଥଳରେ ସୁଇଡସାଇଡ୍‍ ନୋଟ୍‍ ଥିଲା, ହେଲେ କୁଆଡେ ଗଲା ବୋଲି ସେମାନେ ପ୍ରଶ୍ନ କରୁଛନ୍ତି ।

Leave A Reply

Your email address will not be published.