ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ପୁଣି ରାତିରେ ପରୀକ୍ଷା, ପୁଣି ସଫଳ

0

ଭୁବନେଶ୍ବର: ଚାନ୍ଦିପୁର ପ୍ରତିରକ୍ଷା ପରୀକ୍ଷଣ କେନ୍ଦ୍ରରୁ ପୃଥ୍ବୀ-୨ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍‌କ୍ଷେପଣ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୩୫୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ। ଆଜି ସଂଧ୍ୟା ପ୍ରାୟ ୭ଟା ୫୦ରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିଲା।

କେବଳ ସେତିକି ନୁହେଁ, ଦ୍ବିତୀୟ ଥର ପାଇଁ ରାତିରେ ଏହି ପରୀକ୍ଷଣ ସଫଳ ହୋଇଛି। ୫୦୦ରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ପୃଥ୍ବୀ-୨। ଏହାର ଲମ୍ବ ୯ ମିଟର, ମୋଟେଇ ୧୧୦ ସେମି ଓ ଓଜନ ୪.୬ ଟନ୍‌। ୨୦୦୩ ମସିହାରୁ ପୃଥ୍ବୀ-୨କୁ ଭାରତୀୟ ସେନାରେ ସାମିଲ କରାଯାଇଛି।

Leave A Reply

Your email address will not be published.