ନୂଆଦିଲ୍ଲୀ: ଜଣେ କି ଦୁଇଜଣ ନୁହେଁ, ପୂରା ୫୧ ଜଣ ଆର୍ଥିକ ଅପରାଧୀ ଦେଶ ଛାଡ଼ି ବାହାରକୁ ପଳାଇଛନ୍ତି। ପାଖାପାଖି ୧୭,୯୦୦ କୋଟି ଟଙ୍କା ଠକିଛନ୍ତି ଏହି ଠକମାନେ। ଆଜି ରାଜ୍ୟସଭାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏଭଳି ସାଂଘାତିକ ତଥ୍ୟ ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏସବୁ ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଯାଉଛି। କୌତୂହଳ କଥା ହେଲା, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଏହି ଖିଲାପକାରୀଙ୍କୁ ଋଣ ପ୍ରଦାନ କରାଯାଇଥିଲା। ଏହି ୫୧ ଜଣ ଠକଙ୍କୁ ପ୍ରତ୍ୟର୍ପଣ ପାଇଁ ସିବିଆଇ ସମ୍ପୃକ୍ତ ଦେଶମାନଙ୍କୁ ଲେଖିଛି। ଏମାନଙ୍କ ମଧ୍ୟରେ ବିଜୟ ମାଲ୍ୟା, ନିରବ ମୋଦୀ, ମେହୁଲ ଚୋକ୍ସି ପ୍ରମୁଖ ଅଛନ୍ତି। ଏମାନେ ଭାରତରୁ ଅର୍ଥ ଠକି ନେଇ କିନ୍ତୁ ବିଦେଶରେ ବେଶ ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି।
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ