ଭୁବନେଶ୍ବର: ଭାରତ-ୱେଷ୍ଟ୍ଇଣ୍ଡିଜ୍ ମଧ୍ୟରେ ଚଳିତମାସ ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଦିବା-ରାତ୍ର ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ଏଥିପାଇଁ ୫ ତାରିଖରୁ ଅନ୍ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ। ୧୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। www.paytm.com କିମ୍ବା www.insider.in ୱେବ୍ସାଇଟ୍ରେ ଯାଇ କ୍ରିକେଟ୍ ପ୍ରେମୀ ଟିକେଟ୍ କିଣିପାରିବେ। ଯେଉଁମାନେ ଅନଲାଇନ୍ ଟିକେଟ୍ କିଣିଥିବେ, ସେମାନଙ୍କୁ ୧୯ରୁ ୨୧ ତାରିଖ ମଧ୍ୟରେ କଟକ କେମ୍ବ୍ରିଜ୍ ସ୍କୁଲ୍ କାଉଣ୍ଟ୍ରରୁ ବୈଧ ଟିକେଟ୍ ମିଳିବ। ମୋଟ ଅନ୍ଲାଇନ୍ରେ ୮୫୦୦ ଟିକେଟ୍ ବିକ୍ରି ହେବ ବୋଲି ଓଡ଼ିଶା କ୍ରିକେଟ୍ ସଂଘର ସମ୍ପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି।
ପ୍ରମୁଖ ଖବର
ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀଙ୍କ ୯ଟି ଟାସ୍କ: ଦୁର୍ନୀତି ହଟାଅ, ସଚ୍ଚୋଟ ହୁଅ
ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ନିକଟସ୍ଥ ଏକ ଘରୋଇ ମେସରୁ ମଙ୍ଗଳବାର ଦିନ ଜଣେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ମାଓବାଦୀ ନିହତ