ପ୍ରମୁଖ ଖବର

ଭୁବନେଶ୍ୱରର ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରାବାସରେ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା
ଅଣ୍ଡରୱେଟ୍ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ପାଇଁ ବଢ଼ିଲା ଖର୍ଚ୍ଚ, ପ୍ରତିଦିନ ମିଳିବ ୧୮ ଟଙ୍କାର ପୋଷଣ
ପିପିଲିରେ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଜବତ
ଏସଟି, ଏସସି ଓ ଏସିବିସି ପାଇଁ ସଂରକ୍ଷଣ ବୃଦ୍ଧି, ୨୦୨୬-୨୭ରୁ ଲାଗୁ ହେବ ନୂଆ ନୀତି
ପୁଣି ବଢ଼ିଲା ବସ୍ ଭଡ଼ା, ଯାତ୍ରୀଙ୍କ ପକେଟକୁ ଝଟକା
ମଦର ଡେରୀର ନୂଆ ପଦକ୍ଷେପ: ମାଟିରେ ମିଶିଯିବ କ୍ଷୀର ପାଉଚ୍
ବିଜେପି ଛାଡ଼ିଲେ କେ. ଆନ୍ନାମଲାଇ, ଶୀଘ୍ର ଗଠନ କରିପାରନ୍ତି ନୂଆ ଆଞ୍ଚଳିକ ଦଳ

ମୋବାଇଲରେ ପାଠ ପଢିବେ ପିଲା

0

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ମଧୁ ଆପ୍’ ଉନ୍ମୋଚିତ
ଘରେ ବସି ସମାଧାନ ରାସ୍ତା ବାହାର କରିବେ
ଗଞ୍ଜାମ ଜିଲ୍ଲାରୁ ପାଇଲଟ୍ ପ୍ରକଳ୍ପ ଆରମ୍ଭ

ଭୁବନେଶ୍ବର: ପିଲାମାନେ ମୋବାଇଲ୍ ଧରି ବିଭିନ୍ନ ଖେଳରେ ମାତୁଥିଲେ। ଏହାକୁ ନେଇ ଅଭିଭାବକ ଓ ପିଲାମାନଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା। ଏଣିକି ପିଲାମାନେ ଶ୍ରେଣୀରେ ପାଠ ନ ବୁଝିପାରିଲେ, ଘରେ ଏହାର ମନେ ମନେ ସମାଧାନ କରିପାରିବେ। ଅଭ୍ୟାସ ମଧ୍ୟ ଆପେ କରିପାରିବେ।

ଓଡ଼ିଶା ସରକାର ଏଭଳି ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଆଗୁଆ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପାଇଲଟ୍ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ‘ମଧୁ ଆପ୍’ ଉନ୍ମୋଚନ କରି ଏଭଳି ପଦକ୍ଷେପ ନେଇଛନ୍ତି। ଏହି ଆପ୍ ଛାତ୍ରଛାତ୍ରୀମାନେ ଡାଉନଲୋଡ୍ କରିବେ ଓ ସେଥିରୁ ଭିଡିଓ ଦ୍ବାରା ସେମାନଙ୍କୁ ପଢାଯାଇଥିବା ପାଠ ବୁଝିପାରିବେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି।

ଏହି ଅବସରରେ ଆୟୋଜିତ ଏକ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ପିଲାମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ। ତେଣୁ ଭଲ ପାଠ ପଢି ଦେଶର ଗୌରବ ବୃଦ୍ଧି କରିବା ଲାଗି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଓଡ଼ିଆ ଜାତି ପାଇଁ ମଧୁବାବୁଙ୍କ ତ୍ୟାଗ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହିତ ତାଙ୍କ ଭଳି ହେବା ଲାଗି ପ୍ରବର୍ତାଇଥିଲେ।

Leave A Reply

Your email address will not be published.