ପ୍ରମୁଖ ଖବର

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୋମ୍ଫାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ଆତ୍ମହତ୍ୟା
ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି
ଲାଞ୍ଚ ନେଇ ଗିରଫ ହେଲେ ବିରମହାରାଜପୁର ଥାନା ଏଏସଆଇ
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ରାଜଧାନୀ ଭୁବନେଶ୍ବରରେ ମୋ ବସ୍‌ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ

ଏସଆଇଟି ଦେଲା କୁନ୍ଦୁଲି ରିପୋର୍ଟ

0
  • ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ସପ୍ତାହେ ସମୟ ମାଗିଥିଲେ
  • ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ସମୟ ଦେଲେ ହାଇକୋର୍ଟ
  • ୩ଜଣ ଏସଆଇଟି ଗଠନ କରି ତଦନ୍ତ କରାଉଥିଲେ କୋର୍ଟ
  • ବହୁ ଚର୍ଚ୍ଚିତ ଏହି ମାମଲାରେ ସରକାର ପୂର୍ବରୁ କମିସନ ବସାଇଥିଲେ

ଭୁବନେଶ୍ବର: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ହାଇକୋର୍ଟ ଗଠନ କରିଥିବା ଏସ୍ଆଇଟି ବା ସ୍ବତନ୍ତ୍ର ଅନୁସନ୍ଧାରୀ ଦଳ ଆଜି ତାଙ୍କର ରିପୋର୍ଟ ଦାଖଲ କରିଛନ୍ତି। ଏହି ପ୍ରତିନିଧି ଦଳ ମୁଦା ଲଫାପାରେ ତାଙ୍କ ରିପୋର୍ଟ ହାଇକୋର୍ଟଙ୍କୁ ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ, ପ୍ରତିନିଧି ଦଳ ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ଆଉ ଏକ ସପ୍ତାହ ସମୟ ମାଗିଥିଲେ। ଆଜି କୋର୍ଟ ଡିସେମ୍ବର ୨୩ ତାରିଖ ଯାଏ ସେମାନଙ୍କୁ ସମୟ ଦେଇଛନ୍ତି।

ପୀଡିତାଙ୍କ ପକ୍ଷରୁ ଏହି ମାମଲା ଲଢୁଥିବା ଜି ଉାଉସାର ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ। ବହୁ ଚର୍ଚ୍ଚିତ ଏହି ମାମଲାରେ ରାଜ୍ୟ ସରକାର ପୂର୍ବରୁ ବିଚାର ବିଭାଗୀୟ ତଦନ୍ତ କମିସନ ଗଠନ କରିଥିଲେ। ଏହି କମିସନ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ, ଯାହା ବିଧାନସଭାରେ ଉପସ୍ଥାପିତ ହୋଇସାରିଛି। ସେଥିରେ କମିସନ ଗଣଦୁଷ୍କର୍ମ ଘଟଣାକୁ ଏଡାଇ ଯାଇଥିଲେ ହେଁ କେଉଁ କାରଣ ପାଇଁ ପୀଡିତା ଆତ୍ମହତ୍ୟା କଲେ, ସେ ସଂକ୍ରାନ୍ତରେ ଅଧିକ ତଦନ୍ତ ଆବଶ୍ୟକ ବୋଲି ଜଣାଇଥିଲେ।

ଏପଟେ ନିକଟରେ ହାଇକୋର୍ଟ ଏ ସଂକ୍ରାନ୍ତରେ ପୂର୍ବରୁ ଥିବା ଏକ ମାମଲାର ଶୁଣାଣି କରି ମାମଲାର ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରିଥିଲେ। ତିିନି ଜଣ ଡିଆଇଜିଙ୍କୁ ନେଇ ଏହି ଟିମ୍ ଗଠନ ହୋଇଥିଲା। ସେମାନେ ତୁରନ୍ତ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ।

ତେବେ ଏସଆଇଟି ରିପୋର୍ଟରେ ନିର୍ଦିଷ୍ଟ କି ତଥ୍ୟ ରହିଛି, ତାହା ଜଣାପଡିନାହିଁ। ଏହି ରିପୋର୍ଟ ମାମଲାର ଭାଗ୍ୟ ବଦଳାଇପାରେ। ସାଧାରଣ ଲୋକଙ୍କ ମନରେ ଏହି ଘଟଣାକୁ ନେଇ ଯେଉଁ ଆଶା ଆଶଙ୍କା ପ୍ରକାଶ ପାଇଛି, ହାଇକୋର୍ଟଙ୍କ ଚୂଡାନ୍ତ ନିଷ୍ପତ୍ତି ଏ ଦିଗରେ ଏକ ବଡ଼ ପ୍ରଭାବ ରଖିବା ସମ୍ଭାବନା ଅଧିକ।

ଯବାନମାନେ ସଂପୃକ୍ତ ପୀଡିତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପରେ ଡାକ୍ତରୀମାଇନା ରିପୋର୍ଟ ଓ ଏହାର ନମୂନା ପରୀକ୍ଷା ଆଦିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। କିନ୍ତୁ ଏସବୁ ଭିତରେ ପୀଡିତାଙ୍କର ମୃତ୍ୟୁ ହୋଇଥିଲା। ଏହି ପ୍ରସଙ୍ଗଟି ରାଜ୍ୟ ସରକାର, ବିଶେଷକରି ପୁଲିସ ପାଇଁ ସମ୍ମାନର ପ୍ରଶ୍ନ ହୋଇ ରହିଛି, ଯାହା ହାଇକୋର୍ଟ ରାୟ ଶୁଣାଇବା ପରେ ସ୍ପଷ୍ଟ ହୋଇପାରେ।

Leave A Reply

Your email address will not be published.