ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

କିଛି କଥା ଯେବେ ମୁଖ୍ୟମନ୍ତ୍ରୀଙ୍କ ନଜରରେ ପଡେ…

0
  • କୋରାପୁଟର ନକୁଳ ପେଣ୍ଠିଆ ପରିବାର ପାଖରେ ପହଞ୍ଚିଲେ ସରକାର
  • ନକୁଳଙ୍କ ପୁଅର ଚିକିତ୍ସା କଟକରେ ବଡ଼ ମେଡିକାଲରେ ଆରମ୍ଭ କରାଗଲା
  • ପୂର୍ବରୁ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଏମସ ଯାଇ ନେଇଥିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗଣମାଧ୍ୟମ ଯେବେ ସାଧାରଣ ଲୋକଙ୍କ କଥା କୁହେ, ଆଉ ସରକାର ଗଣମାଧ୍ୟମକୁ ବିଶ୍ବାସକୁ ନିଅନ୍ତି, ସେବେ ସମାଜର ଅତି ତଳସ୍ତର ପାଖରେ ମଧ୍ୟ ପ୍ରଶାସନ ଆଖି ପଲକରେ ପହଞ୍ଚେ। ଏଇ ଯେମିତି କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଲାଠିଗୁଡା ଗ୍ରାମର ନକୁଳ ପେଣ୍ଠିଆଙ୍କ ପୁଅ ବିଷ୍ଣୁ ସଂପର୍କରେ ସଂପର୍କରେ ସରକାର ଜାଣିଲେ ଓ ମୁଖ୍ୟମନ୍ତ୍ରୀଙ୍କ ସହାୟତା କେଇ ମୁହୂର୍ତ ମଧ୍ୟରେ କୋରାପୁଟର କେଉଁ ଏକ ଗାଁ ପର୍ଯ୍ୟନ୍ତ ପହଞ୍ଚିପାରିଲା।

ଘଟଣାଟି ଏମିତି। କେରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଲାଠିଗୁଡା ଗାଁରେ ରହନ୍ତି ନକୁଳ ପେଣ୍ଠିଆ। ନିଜର ତିନି ଛୋଟ ଛୁଆ (ଦୁଇ ପୁଅ ଓ ଗୋଟିଏ ଝିଅ) ଓ ପତ୍ନୀ ସହ ପାଞ୍ଚ ପ୍ରାଣୀ କୁଟୁମ୍ବ । ଆର୍ଥିକ ଦୁରାବସ୍ଥା ସବୁବେଳେ ତାଙ୍କ ବାଟ ଓଗାଳି ବସିଥାଏ। ନକୁଳ ପେଣ୍ଠିଆ ପର ଘରେ ମୁଲ ଲାଗି ପରିବାର ପ୍ରତିପୋଷଣ କରନ୍ତି ।

ବୋଝ ଉପରେ ଲଳିତା ବିଡା ପରି ତାଙ୍କର ବଡ ପୁଅ(୫ ବର୍ଷ) ବିଷ୍ଣୁ ପେଣ୍ଠିଆଙ୍କ ଗୋଡ଼ରେ ଏକ ମାଂସ ପିଣ୍ଡୁଳା ଅହେତୁକ ଭାବେ ବଢୁଥିଲା। ଏହି ଦୁର୍ଦ୍ଦଶା ନକୁଳ ପେଣ୍ଠିଆଙ୍କର ଚିନ୍ତାକୁ ଦ୍ୱିଗୁଣିତ କରୁଥିଲା। ପାଖରେ ଅର୍ଥ ନଥାଇ ମଧ୍ୟ ସେ ବୋରିଗୁମ୍ମା, ଜୟପୁର, କୋରାପୁଟ ମେଡ଼ିକାଲରେ ପୁଅକୁ ଦେଖାଇଥିଲେ । ସେଠାରେ ଡାକ୍ତରମାନେ ବିଷ୍ଣୁଙ୍କର ଚିକିତ୍ସା କଟକ କିମ୍ବା ବ୍ରହ୍ମପୁରରେ କରିବା ପାଇଁ ପରାମର୍ଶ ଦେଇଥିଲେ ।
ନକୁଳ ପେଣ୍ଠିଆଙ୍କ ଏହି ଦୁଃଖଦ କାହାଣୀ ଖବର କାଗଜରେ ପ୍ରକାଶ ପାଏ। ଆଉ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଢନ୍ତି।

ବିଷ୍ଣୁଙ୍କର ଦୁର୍ଦ୍ଦଶା ସଂପର୍କରେ ଜାଣିବା ପରେ ତାଙ୍କର ତୁରନ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ‘ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’, ଜୟପୁରର ଅଧିକାରୀମାନେ ତୁରନ୍ତ ଲାଠିଗୁଡ଼ା ଗ୍ରାମକୁ ଯାଇଥିଲେ । ବିଷ୍ଣୁଙ୍କ ବାପା ମା’ଙ୍କ ସହ ଆଲୋଚନା କରି ତା’ର ଚିକିତ୍ସା ପାଇଁ ସ୍ଥାନୀୟ ବୋରିଗୁମ୍ମା ହସ୍ପିଟାଲ ନେଇଥିଲେ । ପରେ କୋରାପୁଟ ମେଡ଼ିକାଲରେ ଆବଶ୍ୟକୀୟ ପରୀକ୍ଷା ପରେ ଏକ ଆମ୍ବୁଲାନ୍ସରେ ବିଷ୍ଣୁଙ୍କୁ କଟକ ବଡ ମେଡିକାଲ ପଠାଯାଇଥିଲା ।

ଆଜି ବିଷ୍ଣୁ ନିଜ ବାପା, ମା’ ଏବଂ ବୋରିଗୁମ୍ମାର ଆୟୁଷ ଡାକ୍ତର ଆଲୋକ ବିଶୋୟୀଙ୍କ ସହ କଟକ ବଡ଼ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ପଠାଯାଇଥିଲା । ବିଭାଗୀୟ ମୁଖ୍ୟ ଡଃ ଅନ୍ନଦା ପ୍ରସାଦ ପଟ୍ଟନାୟକ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କ କ୍ଷେତ୍ରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୂପ ଦରଦ ପ୍ରକଟ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କୋଟିଏ ଟଙ୍କାର ଅନୁଦାନ ଘୋଷଣା ହୋଇଥିଲା। ଏମସରେ ହୋଇଥିଲା ଚିକିତ୍ସା ଓ ଏହି ବିରଳ ଅସ୍ତ୍ରୋପଚାର ସାରା ବିଶ୍ବରେ ସମସ୍ତଙ୍କୁ ସମ୍ଭୀଭୂତ କରିଥିଲା। ଆଜି ଜଗା ବଳିଆ ସୁସ୍ଥ ଅଛନ୍ତି। ଜଗା ପାଠ ପଢିବ ବୋଲି ପ୍ରସ୍ତୁତି ଆରମ୍ଭ କରୁଛି। ବଳିଆ ସୁସ୍ଥ ହେଉଛି ଧୀରେ ଧୀରେ। ଉଭୟ ଏବେ କଟକ ବଡ଼ ଡାକ୍ତରଖାନାରେ ଅଛନ୍ତି। ଏକଥା ବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ସମ୍ଭବ ହୋଇଛି।

Leave A Reply

Your email address will not be published.