ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ପ୍ରତି ଅଧିକ ବିପଦ!

0
  • ମାର୍ଚ ସୁଦ୍ଧା ସବୁ ବ୍ଲାକସ୍ପଟ୍ ଚିହ୍ନଟ ହେବ
  • ଚଳିତବର୍ଷ ୪.୫ ପ୍ରତିଶତ ଦୁର୍ଘଟଣା କମିଛି
  • ଦୁର୍ଘଟଣାରେ ମୃତ୍ୟୁ ହାର ୧୨ ପ୍ରତିଶତ କମିଛି
  • ଆଗକୁ ଯାନବାହନ ଯାଞ୍ଚ ପୁଣି କଡାକଡି ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଦ୍ଵିତୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ନୂଆ ପରିବହନ ନୀତି ନେଇ ଆଲୋଚନା ହୋଇଥିଲା। ମନ୍ତ୍ରୀ କହିଥିଲେ, ନୂଆ ନିୟମ ଲାଗୁପରେ ଦୁର୍ଘଟଣା ହାର କମିଛି। ଆସନ୍ତା ଦିନରେ ଦୁର୍ଘଟଣା କମିବା ନେଇ ଉଦ୍ୟମ ଜାରି ରହିବ। ଆଜି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି। ମଦ ପିଇ ଗାଡି ଚାଳନା ଉପରେ ନଜର ରଖାଯିବ।

ମନ୍ତ୍ରୀ ଆହୁରି କହିଥିଲେ, ଇତିମଧ୍ୟରେ ପାଖାପାଖି ୫ ଲକ୍ଷରୁ ଅଧିକ ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦିଆଗଲାଣି। ଅନେକ ଲୋକ ଟ୍ରେନିଂ ନ ନେଇ ଗାଡି ଚଳାଉଥିବା ନଜରକୁ ଆସିଛି। ଉଭୟ ପୋଲିସ ଓ ପରିବହନ ବିଭାଗ ଏ କ୍ଷେତ୍ରରେ ଫାଇନ ଆଦାୟ କରିପାରିବେ। ସେହିପରି ଜାତୀୟ ରାଜପଥରେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବ। ଏବେ ଗ୍ରାମାଞ୍ଚଳ ମଧ୍ୟ କଡାକଡି ଚେକିଂ କରାଯିବ। ମାର୍ଚ୍ଚମାସ ସୁଦ୍ଧା ଜାତୀୟ ରାଜପଥର ସମସ୍ତ ବ୍ଲାକସ୍ପଟ ଚିହ୍ନଟ ସହ ଏହାର ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ।

ଅନ୍ୟପକ୍ଷରେ ବୈଠକରୁ ମିଳିଥିବା ପରିସଂଖ୍ୟାନରୁ ଜଣାପଡିଛି ଯେ କଡା ମୋଟର ଯାନ ଆଇନ ଯୋଗୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୪.୫ ପ୍ରତିଶତ ଦୁର୍ଘଟଣା କମିଛି। ଦୁର୍ଘଟଣାରେ ମୃତ୍ୟୁ ହାର ୧୨ ପ୍ରତିଶତ କମିଥିବା ଦେଖାଯାଉଛି। ରାଜ୍ୟର ବୌଦ୍ଧ, ରାୟଗଡା, ସୋନପୁର, କନ୍ଧମାଳ, ଦେବଗଡ଼, ମାଲକାନଗିରି ପ୍ରଭୃତି ଜିଲା ସର୍ବାଧିକ ଦୁର୍ଘଟଣା ପ୍ରବଣ ବୋଲି ତଥ୍ୟ ସୂଚାଉଛି।

ଏହି ପରିସଂଖ୍ୟାନ ଅନୁସାରେ, ୨୦୧୮ ରେ ସମଗ୍ର ଭାରତରେ ୧.୫୨ ଲକ୍ଷ ଲୋକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପ୍ରତି ଘଣ୍ଟାରେ ସମଗ୍ର ଦେଶରେ ସତର ଜଣ ଲୋକଙ୍କ ଜୀବନ ଯାଉଛି। ଗତ ଦଶନ୍ଧିରେ ଓଡ଼ିଶାରେ ୩୮ ହଜାର ୨୦୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୨୦୧୮ ରେ ଓଡ଼ିଶାରେ ୫୩୧୫ ଲୋକ ପ୍ରାଣ ହରାଇଥିଲେ। ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ସତୁରି ପ୍ରତିଶତ ଯୁବକ ବୋଲି ଜଣାପଡ଼ିଛି।

ସମଗ୍ର ଦେଶରେ ଦୁର୍ଘଟଣାରେ ଶହେରେ ବତିଶ ଜଣଙ୍କ ମୃତ୍ୟୁ ଘଟୁଥିବାବେଳେ ଓଡ଼ିଶାରେ ସତଚାଳିଶ ଜଣଙ୍କ ମୃତ୍ୟୁ ଘଟୁଥିବା ଏହି ପରିସଂଖ୍ୟାନ ଜଣାଉଛି। ୨୦୧୪ରୁ ୨୦୧୮ ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ହାର ୩୫.୨ ପ୍ରତିଶତ ବଢିଛି। ୨୦୧୯ ବର୍ଷ ଆରମ୍ଭରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪୧୧୫ଜଣଙ୍କ ମୃତ୍ୟୁ ହୋଇଛି। ବର୍ତମାନ ସୁଦ୍ଧା ଆଠ ହଜାର ମଦ୍ୟପ ଡ୍ରାଇଭର ଗିରଫ ହୋଇଛନ୍ତି ଓ ସାତ ସହ ପଚାଶ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସରକାରଙ୍କ ରିପୋର୍ଟ ସୂଚାଉଛି।

Leave A Reply

Your email address will not be published.