ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନୂଆବର୍ଷ ଆରମ୍ଭରୁ ଫାଶୀ ପାଇପାରନ୍ତି ନିର୍ଭୟା ଦୋଷୀ

0
  • ସର୍ବୋଚ୍ଚ ଅଦାଲତରେ ଅକ୍ଷୟ ସିଂର ରିଭ୍ୟୁ ପିଟିସନ ଖାରଜ
  • ସାତ ଦିନ ମଧ୍ୟରେ ରାଜକ୍ଷମା ପାଇଁ ଆବେଦନ ନିର୍ଦେଶ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ମାମଲାରେ ଆଜି ସୁପ୍ରିମକୋର୍ଟ ଅନ୍ୟତମ ଦୋଷୀ ଅକ୍ଷୟ ସିଂର ରିଭ୍ୟୁ ପିଟିସନ ଖାରଜ କରିଦେଇଛନ୍ତି। ଚିନିଜଣିଆ ଖଣ୍ଡପୀଠ ଏହି ପିଟିସନକୁ ଖାରଜ କରିଦେଇଥିଲେ। ଫଳରେ ଏବେ ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ସମ୍ଭାବନା ପୁଣି ଥରେ ଉଜ୍ଜଳ ଦେଖାଯାଉଛି।

ସବୁଠାରୁ ବଡ଼ କଥା ହେଲା, ସୁପ୍ରିମକୋର୍ଟ ଏହି ଫାଶୀ ଦଣ୍ଡ ଦେବା ପ୍ରକ୍ରିୟାକୁ ଆହୁରି ଶୀଘ୍ର କରିଦେଇଛନ୍ତି। ରାଜକ୍ଷମା ପାଇଁ ୭ ଦିନ ମଧ୍ୟରେ ସେ ଆବେଦନ କରିପାରିବେ ବୋଲି କୋର୍ଟ କହିଛନ୍ତି। ଯଦି ସେ ଆବେଦନ ନ କରନ୍ତି ବା କରିବା ପରେ ବି ରାଷ୍ଟ୍ରପତି ଏହାକୁ ଅଗ୍ରାହ୍ୟ କରନ୍ତି, ତେବେ ୧୪ ଦିନ ପରେ ଫାଶୀ ଦିଆଯିବ। ଅର୍ଥାତ୍ ନୂଆବର୍ଷ ଆରମ୍ଭରୁ ନିର୍ଭୟା ଦୋଷୀଙ୍କୁ ଫାଶୀ ଦଣ୍ଡ ମିଳିବା ସମ୍ଭାବନା ଏବେ ଜଳ ଜଳ ହୋଇ ଦିଶିଲାଣି।

ଗତକାଲି ଏହି ମାମଲାର ଶୁଣାଣି ହୋଇଥାନ୍ତା। ପ୍ରଧାନ ବିଚାରପତି ଏହି ମାମଲା ବିଚାରକୁ ଓହରିଯାଇଥିଲେ। ଫଳରେ ଆଜି ବିଚାରପତି ଭାନମତୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରିଭ୍ଯୁ ପିଟିସନର ଶୁଣାଣି କରିଥିଲେ। କୋର୍ଟଙ୍କ ଏଭଳି ବିଚାରରେ ନିର୍ଭୟାଙ୍କ ମାଆ ସନ୍ତୋଷ ତଥା ଖୁସି ବ୍ୟକ୍ତ କରିଛନ୍ତି।

ତେବେ ଅକ୍ଷୟକୁ ନିର୍ଦୋଷ ବୋଲି ସାବ୍ୟସ୍ତ କରିବା ଲାଗି ତାର ପରିବାର ଉଦ୍ୟମ ଚଳାଇଛନ୍ତି। କ୍ୟୁରେଟିଭ୍ ପିଟିସନ ଦାଖଲ କରାଯିବ ବୋଲି ଅକ୍ଷୟର ଓକିଲ ସୂଚନା ଦେଇଛନ୍ତି। ଆଜି କିମ୍ବା କାଲି ଏହା ଦାଖଲ ହୋଇପାରେ।

ସେପଟେ ତିହାର ଜେଲ କର୍ତୃପକ୍ଷ ଦୋଷୀଙ୍କୁ ଫାଶୀ ଦେବା ନେଇ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଫାଶୀ ଦଉଡି ପ୍ରସ୍ତୁତି ଠାରୁ ଜହ୍ଲାଦ ପର୍ଯ୍ୟନ୍ତ ସବୁକିଛି ଠିକ୍ କରାଯାଇଛି।

Leave A Reply

Your email address will not be published.