ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ରାଜ୍ୟରେ କଂଗ୍ରେସର ଏପରି ସ୍ଥିତି ପାଇଁ କେବଳ ବିଜେଡି ଦାୟୀ: ସୋଫିଆ

0

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଆଗରୁ ଖୋଲା ଅସନ୍ତୋଷ ଝାଡିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍। ବିଜେଡି ସହ ବୁଝାମଣାକୁ ନେଇ ବିଷୋଦଗାର କରିଛନ୍ତି ସେ। ରାଜ୍ୟସଭା ପାଇଁ ପ୍ରାର୍ଥୀ ଚୟନ ପୂର୍ବରୁ କାହାସହ ଆଲୋଚନା ହୋଇନି। ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା।

ନୂଆପଡା ଉପନର୍ବାଚନରେ ମୋତେ ଡକାଯାଇନଥିଲା ଏହା ସହ ମୋ ନିର୍ବାଚନ ମଣ୍ଡଳୀରେ କାହାକୁ ଯୋଡିଲେ ସେକଥା ମଧ୍ୟ ମୋତେ ଜଣାଇନାହାଁନ୍ତି। ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ସମର୍ଥନକୁ ନେଇ ପ୍ରଶ୍ନ କରିଛନ୍ତି ସୋଫିଆ। ସମର୍ଥନ ଦେବା ନେଇ ଆମ ସହ ପରାମର୍ଶ କରାଯାଇନାହିଁ।

ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି, ଆମକୁ ଉଭୟ ଦଳ (ବିଜେଡି ଓ ବିଜେପି)ଠାରୁ ସମାନ ଦୂରତା ରକ୍ଷା କରିବାର ଆବଶ୍ୟକତା ରହିଥିଲା। ଯଦି ଦୁଇ ଦଳର ମୁଖ୍ୟ (ବିଜେଡି ସଭାପତି ଓ ପିସିସି ସଭାପତି) ଏକାଠି ହୋଇ ଜଣେ ନିର୍ଦ୍ଦଳୀୟ ବ୍ୟକ୍ତିଙ୍କୁ କମନ୍ ପ୍ରାର୍ଥୀ ଘୋଷଣା କରିଥା’ନ୍ତେ, ତା’ହେଲେ ହୁଏତ ଆମର ଇଜ୍ଜତ ରହିଯାଇଥା’ନ୍ତା। ବିଜୁ ଜନତା ଦଳ ସବୁବେଳେ ଷଡ଼ଯନ୍ତ୍ର କରି ଆସିଛି କଂଗ୍ରେସକୁ ନଷ୍ଟ କରିବାକୁ। କଂଗ୍ରେସ ଦଳକୁ ସାମୂହିକ ଭାବେ ତଥା ଏହାର ନେତାମାନଙ୍କୁ ବ୍ୟକ୍ତିଗତ ସ୍ତରରେ କ୍ଷତି ପହଞ୍ଚାଇଛି ବିଜେଡି।

ରାଜ୍ୟରେ ଯଦି କଂଗ୍ରେସର ସ୍ଥିତି ଏପରି ହୋଇଛି ସେଥିପାଇଁ କେବଳ ବିଜେଡି ଦାୟୀ। ବିଜେଡି ସବୁବେଳେ ବିଜେପି ସହ ମିଶିକି ରହି ଆସିଛି। ଏହା ସହ ଯଦି ରାଜ୍ୟସଭା ଭୋଟ କଥା ପଡେ ତେବେ ବ୍ୟକ୍ତିଗତ ହିସାବରେ ଯିଏ ଯାହାର ଭୋଟ ଦେବ। ମୁଁ ମଧ୍ୟ ନିଶ୍ଚୟ ଭୋଟ ଦେବି ଏହା ମୋର ଅଧିକାର ବୋଲି ସୋଫିଆ ଫିର୍ଦ୍ଦୋଶ କହିଛନ୍ତି।

Leave A Reply

Your email address will not be published.