ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

୩୦୦ ସ୍କୁଲ ଓ ୩୦ ହସ୍ପିଟାଲ ଗଢ଼ିବ ଆଦାନୀ ଗ୍ରୁପ୍

0

ନୂଆଦିଲ୍ଲୀ: ଦେଶର ସାମାଜିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆଦାନୀ ଗ୍ରୁପ୍ ବଡ଼ ନିବେଶ ଯୋଜନା ଘୋଷଣା କରିଛି। ଆଗାମୀ ଦଶ ବର୍ଷ ମଧ୍ୟରେ ସାରା ଦେଶରେ ୩୦୦ଟି ସ୍କୁଲ ଓ ୩୦ଟି ଆଧୁନିକ ହସ୍ପିଟାଲ ନିର୍ମାଣ ପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କାର ସାମାଜିକ ନିବେଶ କରିବାକୁ ଗୋଷ୍ଠୀ ପକ୍ଷରୁ ଯୋଜନା କରାଯାଇଛି।

ନୂଆଦିଲ୍ଲୀରେ ଆୟୋଜିତ ଏକ ନେତୃତ୍ୱ ସମ୍ମିଳନୀରେ ଆଦାନୀ ପୋର୍ଟସ୍ ଏବଂ ସ୍ପେଶାଲ୍ ଇକୋନୋମିକ୍ ଜୋନ୍‌ର ପରିଚାଳନା ନିର୍ଦ୍ଦେଶକ ଓ ଆଦାନୀ ସିମେଣ୍ଟର ନିର୍ଦ୍ଦେଶକ କରଣ ଆଦାନୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆର୍ଥିକ ଅଭିବୃଦ୍ଧି ସହ ସାମାଜିକ ପ୍ରତିଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ଦେଶର ସମଗ୍ର ବିକାଶ ପାଇଁ ଆବଶ୍ୟକ।

ଏହି ଯୋଜନା ପ୍ରଥମେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ୨୦୨୨ ମସିହାରେ ତାଙ୍କ ୬୦ତମ ଜନ୍ମଦିନରେ ଦେଇଥିବା ଦାନଶୀଳ ପ୍ରତିଶ୍ରୁତିର ଅଂଶ ଭାବେ ଘୋଷଣା କରିଥିଲେ। ଯୋଜନା ଅନୁସାରେ ପର୍ଯ୍ୟାୟକ୍ରମେ ସ୍କୁଲ ଓ ହସ୍ପିଟାଲଗୁଡ଼ିକ ଗଢ଼ାଯିବ, ଯାହା ମାଧ୍ୟମରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ପହଞ୍ଚ ଆହୁରି ବଢ଼ିବ।

Leave A Reply

Your email address will not be published.