ପ୍ରମୁଖ ଖବର

ଇସ୍ତଫା ଦେବାର ୮ ଦିନରେ ସରକାରୀ ବାସଭବନ ଛାଡିବେ କେଜରିୱାଲ
ଝାଡ଼ଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ହେମନ୍ତ ସୋରେନ
ବଢିଲା ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ: ୨୦୨୬ ପର୍ଯ୍ୟନ୍ତ ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର

ନାଗରିକତା ସଂଶୋଧନ ଆଇନ: ଏକ ଦୃଷ୍ଟିପାତ

0

।। ସୁଜାତା ପାଢ଼ୀ।।

ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ମଧ୍ଯ। ବିଭିନ୍ନ ସମୟରେ ବିଭିନ୍ନ ଧର୍ମର ଲୋକ ଏଠାକୁ ଆସିଛନ୍ତି। ଆମକୁ ଶାସନ କରିଛନ୍ତି। ସମୟକ୍ରମେ ଦୁଃଖଦ ପରିସ୍ଥିତିରେ ଆମ ଦେଶ ବିଭାଜନ ହୋଇଛି । ହିନ୍ଦୁ, ଜୈନ, ବୌଦ୍ଧ ଅନେକ ଧର୍ମ ଯାହାଙ୍କ ମୂଳ ଭୂମି ଭାରତ ସେମାନେ ଅନ୍ୟ ଦେଶରେ ନିଜକୁ ସୁରକ୍ଷିତ ମଣିଲେ ନାହିଁ। ଅନେକ ଭାରତକୁ ଆସିଛନ୍ତି ଶରଣ ନେଇଛନ୍ତି। ଅନେକ ବିଭିନ୍ନ କାରଣରୁ ଆସି ପାରନ୍ତି ନାହିଁ। ପ୍ରତାରିତ ନିର୍ଯାତନା ସହି ନିଜ ଜୀବନ ହରାଇ ଛନ୍ତି। ସେମାନଙ୍କର ଉତ୍ତର ଦାୟିତ୍ୱ ନେବା ପାଇଁ ଭାରତଠୁ ଅପେକ୍ଷା ରଖିଥିଲେ। ନାଗରିକତା ସଂଶୋଧନ ଆଇନ ସେଭଳି ଏକ ପ୍ରକ୍ରିୟା। କିଛି ପ୍ରତାରିତଙ୍କୁ ସୁରକ୍ଷା ତ କିଛି ଶରଣାର୍ଥୀଙ୍କୁ ସହଯୋଗ ର ହାତ ବଢାଯାଇଛି। ଯେଉଁମାନେ ସାହାଯ୍ୟ ମାଗିବେ ସେମାନଙ୍କୁ ସୁରକ୍ଷା ସହ ପରିଚୟ ମିଳିବ। ସେହିପରି ତସଲିମା ନସରିନ୍, ଆଦନାନ ଶାମ୍ମୀ ମଧ୍ଯ ଆମ ଦେଶ ସ୍ବୀକାର କରିଛି।
ଯେଉଁ ମାନେ ବିନା କାରଣରେ ଆମ ଦେଶରେ ମନ୍ଦ ଉଦେଶ୍ଯରେ ଆସିଛନ୍ତି ସେମାନଙ୍କୁ ଭୟ ଘାରିଛି। ଆମ ଦେଶର ହିନ୍ଦୁ ଓ ମୁସଲିମ ଭାଇଚାରାକୁ ଭାଙ୍ଗିବା ପାଇଁ ଷଡ଼ୟନ୍ତ୍ର ଆରମ୍ଭ କରିଛନ୍ତି। ଆମ ଦେଶର ନାଗରିକମାନଙ୍କୁ ଏହା କୌଣସି ମତେ ପ୍ରଭାବିତ କରୁନାହିଁ। ଖୋଦ୍ ଦେଶର ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏ ନେଇ ଦେଶକୁ ଆଶ୍ବସ୍ତ କରିଛନ୍ତି। ତଥାପି ଅସନ୍ତୋଷର ବୀଜ ବୁଣୁଛିି କିଏ? ନାଗରିକତା ସଂଶୋଧନ ବିଲ ବିରୋଧକୁ ନେଇ ଉଠୁଥିବା ସ୍ୱରକୁ ନେଇ ଦେଶରେ ଏକ ପ୍ରକାର ଅଶାନ୍ତ ପରିବେଶ ସୁଷ୍ଟି ହୋଇଛି। ଆଇନର ବିରୋଧ କେବଳ ରାଜନୈତିକ ଉଦ୍ଦେଶ୍ଯ ପ୍ରଣୋଦିତ।

ଅବଦୁଲ କାଲାମ , ସଲମାନ ଖାନ ଆଉ ଜାଭେଦ ଅକ୍ତର ସମସ୍ତେ ଆମର ।ଆମର ସବୁ ମୁସଲମାନ ଭାଇ ଭଉଣୀ ଆଉ କଲେଜ ଓ ସ୍କୁଲ ର ବନ୍ଧୁ ମାନେ ମଧ୍ଯ ଏଇ ଦେଶର ଓ ଆମର। ସମସ୍ତଙ୍କ ପରି ଆମେ ସବୁ ଭାରତୀୟ, ଏଥିପାଇଁ ଆମେ ଗର୍ବିତ । ଏମିତି ନୁହଁ ଯେ ଏହି ଯେ ଏହି ଆଇନ ହଠାତ୍ ଦେଶକୁ ଅଣାଯାଇଛି। କଂଗ୍ରେସ ମନମୋହନ ସିଂହ ଙ୍କ ସମୟରେ ୨୦୦୩,କମ୍ୟୁନିଷ୍ଟ ପାର୍ଟି ୨୦୧୨, ଆଉ ଏବେ ସଂସଦରେ ଆଗତ ବିଜେପି ଆଗତ କରିଲା। ରାଷ୍ଟ୍ରପତି ଙ୍କ ମୋହର ପରେ ଏହା ଆଜି ଆଇନ ରେ ପରିଣତ ହୋଇଛି। ଏହା ସମସ୍ତ ଦେଶବାସୀଙ୍କ ପାଇଁ। ଏଥିରେ ଭାରତର ମୂଳ ବାସିନ୍ଦା ଙ୍କ ର କୌଣିସି ପ୍ରଭାବ ପଡିବ ନାହିଁ। ଏହା ପ୍ରତାରିତଙ୍କୁ ନାଗରିକତା ଦେବା ପାଇଁ, କାହାର ନାଗରିକତା ନେବା ପାଇଁ ନୁହଁ ବୋଲି ଗୁହମନ୍ତ୍ରୀ କହିଛନ୍ତି।

ତେବେ ଏ ଦ୍ବନ୍ଦ୍ବ ସୃଷ୍ଟି କରିଛି କିଏ? ଅଶାନ୍ତି ର ନିଅାଁ ଲଗାଇଲା କିଏ? ମୋଦୀ ସରକାର ଗୋଟିଏ ଗୋଟିଏ କରି କଡା ପଦକ୍ଷେପ ନେଉଛନ୍ତି ବୋଲି ବିରୋଧୀ ଗୋଷ୍ଠୀ ଭୟଭୀତ ହୋଇ ମୋଦି ଛବିରେ ଦାଗ ଆଣିବା ପାଇଁ ଏପରି କରୁନି ତ? ଆମ ଦେଶର ନାଗରିକ, ଆସୁଥିବା ଶରଣାର୍ଥୀ ଙ୍କୁ ପରିଚୟ ମିଳିଲେ ଦେଶ ସୁରକ୍ଷିତ ରହିବ? ଆଉ ମନ୍ଦ ଉଦେଶ୍ଯ ରେ ଆସୁଥିବା ଅନୁପ୍ରବେଶକାରୀ ଙ୍କୁ ଚିହ୍ନଟ କରିବା ସହଜ ହେବ। ସେସବୁ ପାଇଁ ପ୍ରକ୍ରିୟା ଏହି ଆଇନରେ ରହିଛି। ତେବେ ରାଷ୍ଟ୍ରପତି ଙ୍କ ମୋହର ବାଜୁଣୁ ଆସାମ, ପଶ୍ଚିମ ବଙ୍ଗ ତଥା ଦିଲ୍ଲୀ ରେ କିଏ ବିଦ୍ରୋହ ର ନିଆଁ ଲଗାଇଛନ୍ତି।

ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତ୍ଯନ୍ତ ମର୍ମାହତ ହୋଇ କହିଛନ୍ତି ମୋତେ ବିରୋଧ କରିବା ପାଇଁ ଯାଇ ଦେଶକୁ ବିରୋଧ କରନ୍ତୁ ନାହିଁ। ଜାତୀୟ ସଂପତ୍ତି କୁ ନଷ୍ଟ କରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି। ବିଷୟକୁ ନବୁଝି କାହା କଥାରେ ଭ୍ରମିତ ନହେବା ପାଇଁ ତଥା ଦେଶ ପ୍ରତି ନିଜ ଦାୟିତ୍ୱ ବୁଝିବା ପାଇଁ ଛାତ୍ର ସମାଜ କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ।

(ଲେଖକଙ୍କର ଏହା ବ୍ୟକ୍ତିଗତ ମତ)

Leave A Reply

Your email address will not be published.