ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଥରୁଛି ସାରା ଓଡ଼ିଶା, ଆଉ ତିନି ଦିନ

0

ଭୁବନେଶ୍ବର: ସାରା ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିଛି। ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ତିନି ଚାରିଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ବଢିବ, ନିସ୍ତାର ନାହିଁ। ଏବର୍ଷ ଡିସେମ୍ବର ଉଷ୍ଣମାସ ଭାବେ ପରିଗଣିତ ହୋଇ ଆସୁଛି। ଏହି ଶୀତ ଲୋକଙ୍କ ଭିତରେ ଆନନ୍ଦ ଆଣିଛି। କନ୍ଧମାଳରେ ପାରଦ ଖସିଛି। ଫୁଲବାଣୀରେ ୯ ଡିଗ୍ରି ସେଲସିୟସ ଓ ଦାରିଙ୍ଗିବାଡିରେ ୮.୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

ସାର୍ଥକ ମିଶ୍ରଙ୍କ ପୂର୍ବାନୁମାନ କହୁଛି, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଥଣ୍ଡାର ପ୍ରକୋପ ଜାରି ରହିବ। ରାତି ତାପମାତ୍ରା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨-୩° ଯାଏ କମ ରହିବ। ରାଜ୍ୟକୁ ଉତ୍ତର ଦିଗରୁ ପ୍ରବାହିତ ହେଉଥିବା ବାୟୁ ଓ ମେଘମୁକ୍ତ ଆକାଶ ତାପମାତ୍ରା କମାଇବାରେ ସହାୟକ ହେଉଛି। ଯାହାଫଳରେ ଶୀତ ବଢୁଛି। ଏହିପରି ଶୀତ ଆସନ୍ତା 72 ଘଣ୍ଟା ଯାଏ ଅନୁଭୂତ ହେବ l ପରେ ଶୀତ ସାମାନ୍ୟ କମିପାରେ କିନ୍ତୁ ୨୩-୨୪ ତାରିଖ ଯାଏ ଶୀତ ଅନୁଭୂତ ହେବ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଂଚଳରେ ହାଲ୍କାରୁ ମଧ୍ୟମ କୁହୁଡି ଅନୁଭୂତ ହେବ। ରାଜ୍ୟର ସମସ୍ତ ଅଂଚଳରେ ଶୀତର ପ୍ରଭାବ ଅଧିକ ରହିବ। ଏବେ ରାଜ୍ୟରେ ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିପରି ୨୬-୨୭ତାରିଖ ବେଳକୁ ରାଜ୍ୟର କିଛି ଅଂଚଳରେ ହାଲ୍କା ବର୍ଷା ଆଶଙ୍କା ରହିଛି।

Leave A Reply

Your email address will not be published.