ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

କାଲିଠୁ ଶିରିଡି ସାଇବାବାଙ୍କ ମନ୍ଦିର ବନ୍ଦ!

0

ମୁମ୍ବାଇ: ଆସନ୍ତାକାଲି ଠାରୁ ଶିରିଡି ସାଇ ବାବାଙ୍କ ମନ୍ଦିର ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ। ଏକଥା ଆମେ କହୁନାହୁଁ। ଶିରିଡି ସାଇ ସଂସ୍ଥାନ ଏଭଳି ଅପ୍ରୀତିକର ନିଷ୍ପତ୍ତି ନେବାକୁ ଯାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସାଇବାବାଙ୍କ ଜନ୍ମସ୍ଥାନ ସଂପର୍କରେ ଦେଇଥିବା ମନ୍ତବ୍ୟରୁ ସଂସ୍ଥାନ ଏଭଳି ଆଭିମୁଖ୍ୟ ଗ୍ରହଣ କରୁଥିବା ସୂଚନା ମିଳିଛି। ଶ୍ରୀ ଠାକରେ କହିଥିଲେ, ଶିରିଡି ସାଇବାବାଙ୍କ ଜନ୍ମସ୍ଥଳୀ ନୁହେଁ। ବରଂ ପରଭଣୀର ପାଥରୀ ହିଁ ତାଙ୍କର ଜନ୍ମସ୍ଥାନ ବୋଲି କହିଥିଲେ।

ଶିରି଼ଡି ସାଇ ସଂସ୍ଥାନ ପକ୍ଷରୁ ବି ଵାକଚୌରେ କହିଛନ୍ତି, ଆଜି ସନ୍ଧ୍ୟାରେ ଶିରିଡି ଗାଁରେ ବୈଠକ ବସିବ। ଏଥିରୁ ଯେଉଁ ନିର୍ଯ୍ୟାସ ମିଳିବ, ତାକୁ ନେଇ ନିଷ୍ପତ୍ତି ହେବ। ତେବେ ବାବାଙ୍କ ମନ୍ଦିର ବନ୍ଦ ନେଇ ସହମଚି ହୋଇଥିବା ସେ କହିଛନ୍ତି। ଶିରିଡିକୁ ଆସୁଥିବା ଦର୍ଶକ ଯେଭଳି କୌଣସି ସମସ୍ୟାରେ ନ ପଡନ୍ତି, ସେ ନେଇ ପଦକ୍ଷେପ ନିଆଯିବ।

ଏହି ଖବର ଏବେ ସମଗ୍ର ଭାରତବର୍ଷରେ ଚାଞ୍ଚଲ୍ୟ ଖେଳାଯାଇଛି। ରାଜନୈତିକ ନେତାମାନେ ଯେଉଁଭଳି ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସଂପର୍କରେ ମତ ରଖୁଛନ୍ତି, ତାହା ସମସ୍ତଙ୍କୁ ବିଚଳିତ କଲାଣି।

Leave A Reply

Your email address will not be published.