ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

କାଲିଠୁ ଶିରିଡି ସାଇବାବାଙ୍କ ମନ୍ଦିର ବନ୍ଦ!

0

ମୁମ୍ବାଇ: ଆସନ୍ତାକାଲି ଠାରୁ ଶିରିଡି ସାଇ ବାବାଙ୍କ ମନ୍ଦିର ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ। ଏକଥା ଆମେ କହୁନାହୁଁ। ଶିରିଡି ସାଇ ସଂସ୍ଥାନ ଏଭଳି ଅପ୍ରୀତିକର ନିଷ୍ପତ୍ତି ନେବାକୁ ଯାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସାଇବାବାଙ୍କ ଜନ୍ମସ୍ଥାନ ସଂପର୍କରେ ଦେଇଥିବା ମନ୍ତବ୍ୟରୁ ସଂସ୍ଥାନ ଏଭଳି ଆଭିମୁଖ୍ୟ ଗ୍ରହଣ କରୁଥିବା ସୂଚନା ମିଳିଛି। ଶ୍ରୀ ଠାକରେ କହିଥିଲେ, ଶିରିଡି ସାଇବାବାଙ୍କ ଜନ୍ମସ୍ଥଳୀ ନୁହେଁ। ବରଂ ପରଭଣୀର ପାଥରୀ ହିଁ ତାଙ୍କର ଜନ୍ମସ୍ଥାନ ବୋଲି କହିଥିଲେ।

ଶିରି଼ଡି ସାଇ ସଂସ୍ଥାନ ପକ୍ଷରୁ ବି ଵାକଚୌରେ କହିଛନ୍ତି, ଆଜି ସନ୍ଧ୍ୟାରେ ଶିରିଡି ଗାଁରେ ବୈଠକ ବସିବ। ଏଥିରୁ ଯେଉଁ ନିର୍ଯ୍ୟାସ ମିଳିବ, ତାକୁ ନେଇ ନିଷ୍ପତ୍ତି ହେବ। ତେବେ ବାବାଙ୍କ ମନ୍ଦିର ବନ୍ଦ ନେଇ ସହମଚି ହୋଇଥିବା ସେ କହିଛନ୍ତି। ଶିରିଡିକୁ ଆସୁଥିବା ଦର୍ଶକ ଯେଭଳି କୌଣସି ସମସ୍ୟାରେ ନ ପଡନ୍ତି, ସେ ନେଇ ପଦକ୍ଷେପ ନିଆଯିବ।

ଏହି ଖବର ଏବେ ସମଗ୍ର ଭାରତବର୍ଷରେ ଚାଞ୍ଚଲ୍ୟ ଖେଳାଯାଇଛି। ରାଜନୈତିକ ନେତାମାନେ ଯେଉଁଭଳି ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସଂପର୍କରେ ମତ ରଖୁଛନ୍ତି, ତାହା ସମସ୍ତଙ୍କୁ ବିଚଳିତ କଲାଣି।

Leave A Reply

Your email address will not be published.