ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କେବଳ ନବୀନ, ଏକା ନବୀନ… କାହିଁକି

0
  • ବିଜେପି ଗତବର୍ଷ ଗର୍ଜୁଥିଲା, ଏବେ ନିକଟରେ
  • ସାଙ୍ଗ ହୋଇ ବସିବେ ନବୀନ-ଅମିତ ଶାହ
  • ବିଜେଡି ନେତା ବି ବୁଝିପାରୁନାହାନ୍ତି ଓଡ଼ିଶା ଗଣିତ
  • କଂଗ୍ରେସ ଠାରୁ ଢେର୍ ଦୟନୀୟ ସ୍ଥିତିରେ ବିଜେପି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ଏବେ ଜାତୀୟ ରାଜନୀତି ଚର୍ଚ୍ଚାର ଶୀର୍ଷ ଛୁଇଁଛି। ଏଥର ଚର୍ଚ୍ଚା କିନ୍ତୁ ଭିନ୍ନ ଏକ କାରଣରୁ। ନବୀନଙ୍କ ଉତ୍ତରଦାୟୀ ସରକାର ଓ ପ୍ରଶାସନ ସ୍ଲୋଗାନ ତଥା ୫ଟି ଓ ମୋ ସରକାର ଗଣିତ କାହାକୁ ବୁଝାପଡୁନି। ଯିଏ ଯେମିତି ନିଜ ଢଙ୍ଗରେ ଏହି ପ୍ରସଙ୍ଗଟିକୁ ବୁଝାଇବାରେ ଲାଗିଛନ୍ତି। ସବୁଠାରୁ ବଡ଼ କଥା ହେଲା, ଏହି ପ୍ରସଙ୍ଗ ସହିତ ବିକାଶ ସମାନ୍ତରାଳ ରାସ୍ତାରେ ଚାଲିଥିବା କାରଣରୁ ରାଜନୀତି ଗଣିତ ଟିକେ ଓଲଟପାଲଟ ହୋଇଯାଉଛି।

ଓଡ଼ିଶାରେ କଣ ଘଟୁଛି, ସରକାର କେତେବେଳେ କେଉଁ ମୋଡ଼ ନେଉଛି, ତାହା ବିରୋଧୀ ଦଳ ତ ଦୂରର କଥା, ଖୋଦ ବିଜେଡି ନେତାମାନେ ମଧ୍ୟ ଜାଣିପାରୁନାହାନ୍ତି। ସବୁଠାରୁ ବଡ଼ କଥା ହେଲା, କେନ୍ଦ୍ର ସରକାରଙ୍କୁ ମଧ୍ୟ ଏହି ପ୍ରସଙ୍ଗଟି ଏବେ ଆନ୍ଦୋଳିତ କଲାଣି। ଗତବର୍ଷ ଏହି ସମୟରେ ଯିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାସନ ଗାଦିରୁ ଫିଙ୍ଗି ଦେବା ଲାଗି ଆହ୍ବାନ ଦେଉଥିଲେ, ସେହି ଅମିତ ଶାହ ଏବେ ଗୃହ ମନ୍ତ୍ରୀ ଭାବେ ବର୍ଷକ ପରେ ଭୁବନେଶ୍ବରରେ ପୂର୍ବାଞ୍ଚଳ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ କରିବା ଲାଗି ଆଗ୍ରହ ଦେଖାଇଛନ୍ତି। ଭୁବନେଶ୍ବରରେ ନବୀନ-ଶାହ ଏକାଠି ବସିବେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଓ ଓଡ଼ିଶାରୁ ପୂର୍ବାଞ୍ଚଳର ବିକାଶ ମାପିବେ। ବିଜେପି ଗତବର୍ଷ ବିଜେଡିକୁ ବାଦ୍ ଦେଇ ପୂର୍ବାଞ୍ଚଳ ସ୍ବପ୍ନ ଦେଖାଉଥିଲା।

ପୂର୍ବାଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ବୈଠକ କେଉଁଠି ନା କେଉଁଠି ବୁଝାଇ ଦେଉଛି ଯେ ପୂର୍ବାଞ୍ଚଳ ବିକାଶର ମଡେଲ ଭାବେ କେନ୍ଦ୍ର ସରକାରଙ୍କ ଆଖିକୁ ଓଡ଼ିଶା ଆସିଛି। ରାଜନୈତିକ ମହଲ ଭିନ୍ନ ଦୃଷ୍ଟି କୋଣରୁ ଏହି ପ୍ରସଙ୍ଗକୁ ବିଚାର କରୁଛନ୍ତି। ଏହି ମହଲର କହିବା କଥା, ରାଜନୀତି ଦୃଷ୍ଚି କୋଣରୁ ନବୀନ ହେଉଛନ୍ତି ଭାରତବର୍ଷର ଏକମାତ୍ର ମୁଖ୍ୟମନ୍ତ୍ରୀ, ଯିଏ କି ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ସହିତ ଶୀର୍ଷ ଲଢେଇ ସାମ୍ନା କଲା ଓ ନିର୍ବାଚନ ପରେ ଘନିଷ୍ଠ ବନ୍ଧୁ ଭାବେ ନିଜକୁ କେନ୍ଦ୍ରରେ ଉପସ୍ଥାପିତ କରିପାରିଲା। ବିଜେଡି ସହଯୋଗ ବିଜେପିକୁ ଅନେକ ବିପଦରୁ ଉଦ୍ଧାର କରିଛି। କେହି କେହି କହିଥାନ୍ତି, ପ୍ରତିଦ୍ବନ୍ଦ୍ବୀଙ୍କୁ ପଶ୍ଚାତାପ ଭିତରେ ଛନ୍ଦିହେବ, ଯେତେବେଳେ ବିକାଶ ବା ସଫଳତା ରହିବ। ସମ୍ଭବତଃ, ନବୀନ ଏବେ ବିକାଶ ଓ ସଫଳତା ଜାଲରେ ଏମିତି ଆଗକୁ ମାଡି ଚାଲିଛନ୍ତି ଯେ କଂଗ୍ରେସ ଠାରୁ ବିଜେପି ସ୍ଥିତି ଆହୁରି ଶୋଚନୀୟ ହୋଇପଡିଛି। ପ୍ରଥମ ଥର ବିରୋଧୀ ଦଳ ମାନ୍ୟତା ପାଇଥିବା ବିଜେପି ଏବେ ବିଜେଡିକୁ ସେତିକି ଅର୍ଥ ସମର୍ଥନ ଯୋଗାଇ ଦେଉଛି,ଯେତିକି ନେତୃତ୍ବକୁ ଦଳରୁ ମିଳୁନାହିଁ। ବିଜେପି ବିଧାୟକମାନଙ୍କର ନବୀନଙ୍କ ସହିତ ଘନିଷ୍ଠତା ଖୋଦ୍ ତାଙ୍କ ଦଳର ନେତୃତ୍ବକୁ ଅକଳରେ ପକାଇ ଦେଲାଣି।

କେତେବେଳେ ଶ୍ରୀମନ୍ଦିର ବିକାଶ କଥା କହି ନବୀନ ସାମ୍ନାକୁ ଆସୁଛନ୍ତି ତ ଆଉ କେତେବେଳେ ଶ୍ରୀମନ୍ଦିର ଭଳି ଅତି ସମ୍ବେଦନଶୀଳସ୍ଥାନରେ ଜମି ଅଧି୍ଗ୍ରହଣ କ୍ଷେତ୍ରରେ ରେକର୍ଡ କରି ସାରା ଭାରତବର୍ଷର ଦୃଷ୍ଟି ଆକର୍ଷଣ କରୁଛନ୍ତି। କଟକରେ ଏମ୍ସ ପ୍ଲସ ମଡେଲ ପାଇଁ ସଜବାଜ, କୋଣାର୍କ, ସମ୍ବଲପୁର, କ୍ୟାନସର୍ ହସ୍ପିଟାଲ, ବିମାନ ଚଳାଚଳ, ପର୍ଯ୍ୟଟନ ସମୃଦ୍ଧି, ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ମଡେଲ ଆଦି ସବୁ କଥାକୁ ଏକାସାଙ୍ଗରେ ନେଉଛନ୍ତି ନବୀନ। ଯେଉଁ ସମୟରେ ଅଫିସରଙ୍କୁ ବାନ୍ଧୁଛନ୍ତି, ସେ ସମୟରେ ନିଜ ଦଳର ନେତାଙ୍କ ଘରେ ଭିଜିଲାନ୍ସ ପୂରାଇବା ଲାଗି ମଧ୍ୟ ଆଦୌ କୁଣ୍ଠାବୋଧ ପ୍ରକାଶ କରୁନାହାନ୍ତି।

ଏକଥା ନୁହେଁ ଯେ ରାଜ୍ୟ ପ୍ରଶାସନ, ଶାସକ ଦଳ, ଗଣମାଧ୍ୟମ ଆଦିରେ ନବୀନ ବିରୋଧୀ ନାହାନ୍ତି। କିନ୍ତୁ ସେମାନଙ୍କ ଗ୍ରହଣୀୟତା ବା ବିଶ୍ବସନୀୟତା ଏବେ ନବୀନଙ୍କ ପାଖରେ ବାଜି ଲାଗିଯାଇଛି। ବିରୋଧୀ ଦଳର ସମର୍ପଣ ଭାବ ସମସ୍ତଙ୍କ ମୁଣ୍ଡ ଗୋଳମାଳ କରିଦେଇଛି। ଯେଉଁ ବିଜେପି ଗତବର୍ଷ ବିଜେଡି ବିରୋଧରେ ଅଗ୍ନିବର୍ଷା କରୁଥିଲା, ସେମାନେ ଏବେ ଫୁଲ ବର୍ଷା କରିବା ଘଟଣାକୁ କେହି ହଜମ କରିପାରୁନାହାନ୍ତି। ଅର୍ଥାତ୍ ନବୀନଙ୍କ ବିକାଶର ଗତିରୋଧ କଲେ ସାଧାରଣ ଲୋକଙ୍କ ରୋଷର ଶୀକାର ହେବାକୁ ପଡିପାରେ, ଏକଥା ସେମାନେ ବୁଝିଛନ୍ତି। କେବଳ ସେତିକି ନୁହେଁ, ଏକଥା ବି ସେମାନେ ଅନୁମାନ ଲଗାଇ ପାରୁଛନ୍ତି ଯେ ନବୀନଙ୍କୁ ମୁକାବିଲା କରିବା ସ୍ଥିତିକୁ ସେମାନେ ଆସିନାହାନ୍ତି।

ସବୁଠାରୁ କୌତୂହଳ କଥା ହେଉଛି, ପୂର୍ବରୁ କଂଗ୍ରେସର ଏଭଳି ଆଭିମୁଖ୍ୟ ଉପରେ ବିଜେପି ନେତା ହସୁଥିଲେ, ସମାଲୋଚକମାନେ ମଧ୍ୟ ନାନା କଥା କହୁଥିଲେ। ଏଥର କିନ୍ତୁ ବିଜେପି ସେମିତି ଅକଳରେ ପଡିଛି। ସଂସଦରେ ଆବଶ୍ୟକ ସଂଖ୍ୟା ଲାଗି ବିଜେପିର କେନ୍ଦ୍ର ସରକାର ଚୁପ୍ ଅଛନ୍ତି ବୋଲି କୁହାଯାଇପାରିବନି। ଏହା ଗୋଟିଏ କାରଣ ହୋଇପାରେ। ଅସଲ କଥା ହେଲା, ନବୀନଙ୍କ ଭାବମୂର୍ତିକୁ କଳଙ୍କିତ କରିପାରୁନାହାନ୍ତି, କାରଣ ନବୀନ ଘରେ ଘରେ ପଶିଯାଇଛନ୍ତି। ବିରୋଧୀଙ୍କ ଶଦ୍ଦ ସଶକ୍ତ ନ ହୋଇପାରିବା ତଥା ବାକ୍ୟ ଶାଣିତ ହେଲେ ବି ଲୋକଙ୍କ ଭିତରେ ପଶୁନଥିବା ପଛରେ କେବଳ ନବୀନ, ଏକା ନବୀନ।

Leave A Reply

Your email address will not be published.