ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା

0

ଭୁବନେଶ୍ବର: ଅବପାତ ଓ ସମ୍ଭାବ୍ୟ ଗଭୀର ଅବପାତ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ପଞ୍ଚମ ଶ୍ରେଣୀ ଉଚ୍ଚ ପ୍ରାଥମିକ ବୃତ୍ତି ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି। ସେପ୍ଟେମ୍ବର ୨୪ରେ ହେବାକୁ ଥିବା ପରୀକ୍ଷା ଏବେ ଅକ୍ଟୋବର ୩ ତାରିଖରେ ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହେବ।

ଅନ୍ୟପଟେ ପ୍ରବଳ ବର୍ଷା ଆଶଙ୍କାକୁ ନେଇ ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି। ମାଲକାନଗିରିରେ ଆସନ୍ତାକାଲିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ତେବେ ଶିକ୍ଷକ ଓ କର୍ମଚାରୀଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି।

ନବରଙ୍ଗପୁରରେ ଆସନ୍ତାକାଲି ଓ ୨୪ ତାରିଖ ଦୁଇଦିନ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରହିବ। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଶୀ ଡଙ୍ଗା ଚଳାଚଳ ଉପରେ ମଧ୍ୟ ରୋକ୍‌ ଲଗାଯାଇଛି। ଖୋର୍ଦ୍ଧା ଓ ଗଞ୍ଜାମରେ ୨୪ ତାରିଖ ପର୍ଯ୍ୟନ୍ତ ଶିଶୁବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲ ବନ୍ଦ ରହିବ। ଗଜପତିରେ ଦୁଇଦିନ ଏବଂ ଜଗତସିଂହପୁରରେ ଗୋଟିଏ ଦିନ ସ୍କୁଲ ବନ୍ଦ ରହିଛି। ଗଞ୍ଜାମରେ ଡିଗ୍ରୀ କଲେଜ, ବୈଷୟିକ ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟକୁ ମଧ୍ୟ ଛୁଟି ଘୋଷଣା ହୋଇଛି।

Leave A Reply

Your email address will not be published.