ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

୫୭% ଭୋଟ୍ ମୂଲ୍ୟ କଣ ଏୟା?

0
  • ଚୁପ୍ ବସିଛନ୍ତି ବିରୋଧୀ, ମାତ୍ରାଧିକ ସକ୍ରିୟ ରାଜ୍ୟ ସରକାର
  • ବିଜେପି ହାତରେ କାର୍ଯ୍ୟକ୍ରମ ନାହିଁ,କଂଗ୍ରେସ ସ୍ଥିତି ସାଂଘାତିକ

ଭୁବନେଶ୍ବର: ମୁଖ୍ୟ ବିରୋଧୀ ଦଳ ବିଜେପି ସଭାପତି ଭାବେ ସମୀର ମହାନ୍ତି ଦାୟିତ୍ବ ନେବା ପରେ ଏବେ ବିଭିନ୍ନ ସ୍ଥାନରେ ତାଙ୍କୁ ଶୁଭେଚ୍ଛାର ପର୍ବ ଜାରି ରହିଛି। ଏଯାଏ ଶ୍ରୀ ମହାନ୍ତି ତାଙ୍କ ପୂରା ଟିମ୍ ଗଠନ କରିନାହାନ୍ତି। ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବା ଲାଗି କିଛି ସମୟ ଲାଗିବ। ହେଲେ ବିରୋଧୀ ଦଳ ନେତା? କାହା ଚାପରେ ପ୍ରଦୀପ ନାୟକ ଚୁପ୍?

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥିତି ତା ଚାହିଁ ସାଂଘାତିକ। କନ୍ଦଳରୁ ମୁକୁଳି ପାରୁନି ଦଳ। ସମସ୍ତଙ୍କୁ ସାଙ୍ଗରେ ନେଇ ଯିବାରେ ଶ୍ରୀ ପଟ୍ଟନାୟକ ସଫଳ ହୋଇନାହାନ୍ତି। ବରଂ ପିସିସି ସଭାପତି କାର୍ଯ୍ୟାଳୟରେ ଥିବା ବେଳେ ବାହାରେ ବିରୋଧୀ ଆନ୍ଦୋଳନ କରିବା ଭଳି ଅଭାବନୀୟ ଘଟଣା ଏହି ରାଜ୍ୟ ଦେଖିଲା। ଯଦି ତୃତୀୟସ୍ଥାନରେ ରହି, ଦଳର ନେତା ଓ କର୍ମୀଙ୍କ ଆଚରଣ ଏମିତି, ତେବେ ସରକାରକୁ ଆସିଲେ କେମିତି ହେବେ? ସବୁଠାରୁ ବଡ଼ କଥା ହେଲା, ରାଜ୍ୟର କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବି ଶ୍ରୀ ପଟ୍ଟନାୟକଙ୍କ ସ୍ବର ଆଉ ସରକାରଙ୍କ ବିରୋଧରେ ଶୁଭୁନି।

ଆହୁରି କୌତୂହଳ କଥା ହେଲା, ବିଧାୟକ ସନ୍ତୋଷ ସିଂହ ସାଲୁଜା ସିଧା ସିଧା ଗଣମାଧ୍ୟମରେ ରାଜ୍ୟ କଂଗ୍ରେସ କିଭଳି ବିଜେଡିର ବି ଟିମ୍ ଭାବେ କାର୍ଯ୍ୟ କଲା, ସେ ନେଇ ଆକ୍ଷେପ କଲେ। ହେଲେ ଏ ପ୍ରସଙ୍ଗରେ ବି କଂଗ୍ରେସର କେହି ମୁହଁ ଖୋଲିଲେ ନାହିଁ। ପରୋକ୍ଷରେ ଏକଥା ସ୍ବୀକାର କଲେ ଯେ ଶ୍ରୀ ସାଲୁଜାଙ୍କ ଅଭିଯୋଗରେ ବିଶେଷ କିଛି ମିଛ ନାହିଁ। ଯଦି କଂଗ୍ରେସ ନିଜ ବିରୋଧରେ ଆସୁଥିବା ଅଭିଯୋଗର ମୁକାବିଲା ପାଇଁ ଅଯୋଗ୍ୟ, ତେବେ ସେମାନେ ଲୋକଙ୍କ କଥା କେମିତି କହିବେ?

ଏଭଳି ମାଳ ମାଳ ପ୍ରଶ୍ନ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହେଲାଣି। ଗୋଟିଏ ପଟେ ସରକାର ନିର୍ବାଚନ ପରେ ମାତ୍ରାଧିକ ସକ୍ରିୟ ହୋଇଥିବା ବେଳେ ବିରୋଧୀ ଦଳ ତା ଠାରୁ ଅଧିକ ନିଷ୍କ୍ରିୟ ହୋଇପଡିବା ଗଣତନ୍ତ୍ର ପାଇଁ କେତେ ଶୁଭଙ୍କର, ତାହା ବିଚାର୍ଯ୍ୟ। ନିକଟରେ ଗୋଟିଏ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସରକାରଙ୍କୁ ସବୁ କଥାରେ ବିରୋଧ ନ କରି ସକାରାତ୍ମକ ଢଙ୍ଗରେ ସେମାନେ ସମର୍ଥନ ଦେବେ। ଶେଷ ଛଅ ମାସ ସେମାନେ ଭିନ୍ନ ଆଚରଣ କରିବେ। ଜାତୀୟ ରାଜନୀତି ସମୀକରଣ ଦୃଷ୍ଟିରୁ କେନ୍ଦ୍ରମନ୍ତ୍ରୀଙ୍କର ଏଭଳି ଉତ୍ତର ଅନେକ ମହତ୍ତ୍ବ ରଖେ। କାରଣ ଗୋଟିଏ ସଦ୍ୟ ନିର୍ବାଚିତ ହୋଇ ଆସିଥିବା ସରକାରକୁ କାର୍ଯ୍ୟ କରିବା ପାଇଁ ଅନେକ ସମୟ ଦରକାର। ସମାଲୋଚନା କରିବା ପୂର୍ବରୁ ଯଥେଷ୍ଟ ସୁଯୋଗ ଦିଆଯିବା ମଧ୍ୟ ଉଚିତ୍। ହେଲେ ରାଜ୍ୟ ବିଜେପି ନେତାମାନେ ଏହାକୁ କେମିତି ବିଜେପି ଦଳର ଆଭିମୁଖ୍ୟ ବୋଲି ବିଚାର କରିନେଇ ହାତବାନ୍ଧି ବସିଯାଉଛନ୍ତି, ତାହା ବୁଝାପଡୁନାହିଁ।

ମାତ୍ର ଉଭୟ କଂଗ୍ରେସ ଓ ବିଜେପି ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବାକୁ ଭୁଲି ଯାଇଛନ୍ତି। ଏପରିକି ସରକାରରେ ରହି ବିଜେଡି ଯେତିକି ସକ୍ରିୟ, ସେତିକି ବିରୋଧୀଙ୍କ ପାଖରେ ଦିଶୁନାହିଁ। ନେତାମାନଙ୍କ ସ୍ବରରେ ଏହା ପ୍ରତିଫଳିତ ହେଉନାହିଁ କି ଆଚରଣରେ ବି। ତେବେ ରାଜ୍ୟର ୫୭ ପ୍ରତିଶତ ଭୋଟରଙ୍କ ଭୋଟର କଣ କିଛି ବି ମୂଲ୍ୟ ନାହିଁ। ଉଭୟ ରାଜନୈତିକ ଦଳ ପାଖାପାଖି ଏତିକି ପ୍ରତିଶତ ଭୋଟ ଗତ ନିର୍ବାଚନରେ ପାଇଛନ୍ତି। ସେମାନଙ୍କ ମତକୁ ଏମାନେ ସମ୍ମାନ ଦେବେ ନାହିଁ?

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କହିବା କଥା, କଂଗ୍ରେସର ଆଚରଣ ଅସହ୍ୟ ହେଲା ବୋଲି ସେମାନଙ୍କୁ ପଛକୁ ଠେଲି ଲୋକେ ଗତ ନିର୍ବାଚନରେ ବିଜେପିକୁ ପ୍ରମୁଖ ବିରୋଧୀ ଦଳ ଆସନରେ ବସାଇଲେ। ହେଲେ ସେମାନେ ସରକାରୀ ଦଳ ନେତାଙ୍କ ଭଳି ଆଚରଣ ପ୍ରଦର୍ଶନ କଲେ, ଏହାର ବାର୍ତା କଣ ଯିବ?

Leave A Reply

Your email address will not be published.