ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କହୁ କହୁ ବଡ କଥାଟେ କହିଦେଲେ ଶିବା ରେଡ୍ଡି

0

ଭୁବନେଶ୍ବର: ଦେଶରେ ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ବିତର୍କ ଜାରି ରହିଥିବା ବେଳେ ଭାରତ ବର୍ଷର ପ୍ରଖ୍ୟାତ କବି ତଥା ସରସ୍ବତୀ ସମ୍ମାନ ବିଜେତା କେ. ଶିବା ରେଡ୍ଡି ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଭୁବନେଶ୍ବରରେ ଅନୁଷ୍ଠିତ ସାହିତ୍ୟ ପତ୍ରିକା କଥାର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଶିବା ରେଡ୍ଡି କହିଥିଲେ ଯେ ସେ ନିଜେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର େଗାଟିଏ ମଧ୍ୟବିତ୍ତ ଚାଷୀ ପରିବାରରେ ଜନ୍ମ ନେଇଛନ୍ତି। ଆଜି ଦିନରେ ଚାଷୀ ଆତ୍ମହତ୍ୟା କରୁଥିବା କଥା ଶୁଣିବାକୁ ମିଳୁଛି। ମାତ୍ର ଚାଷୀ ସମାଜକୁ ଭିନ୍ନ ଏକ ବାର୍ତା ଦେଇଥାଏ। ଜୀବନ କିଭଳି ଜିଇଁବାକୁ ପଡେ, ଅର୍ଥାତ୍ ବଞ୍ଚି ରହିବାର ପ୍ରେରଣା ଚାଷୀ ଠାରୁ ହିଁ ଶିଖିପାରିବ। ତାର କାର୍ଯ୍ୟପ୍ରକ୍ରିୟାରେ ସେ ଏ ସଙ୍କେତ ଦେଇଥାଏ। ସେ କେବେ ଆତ୍ମହତ୍ୟା କରିପାରେନା। ଗୋଟିଏ ଫସଲ ନଷ୍ଟ ହୋଇଗଲେ, ସେ ତତ୍କାଳ ଆଉ ଗୋଟିଏ ଫସଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଏ ଓ ତତ୍କାଳ ଅଣ୍ଟା ସଳଖିବାକୁ ଚେଷ୍ଟା କରିଥାଏ। ଏତେ ଶୀଘ୍ର ଜୀବନ ଜିଇଁବାର କଳା ଆଉ କେଉଁଠାରେ ଦେଖିବାକୁ ମିଳେ ନାହିଁ।

ପ୍ରଫେସର ଶିବା ରେଡ୍ଡିଙ୍କର ଏଭଳି ବକ୍ତବ୍ଯ ଉଭଯ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବଳ ଦେଇଛି। ବିରୋଧୀଙ୍କୁ ମୁକାବିଲା ପାଇଁ କିମ୍ବା ସାଧାରଣ ଲୋକଙ୍କର ସ୍ବରକୁ ଚାପି ଦେବା ଲାଗି ନୁହେଁ, ବରଂ ହତୋତ୍ସାହିତ ହୋଇ ପଡୁଥିବା ଚାଷୀ ଭିତରେ ଆତ୍ମବିଶ୍ବାସର ମଞ୍ଜି ବୁଣିବା ପାଇଁ ଶିବା ରେଡ୍ଡିଙ୍କ ମନ୍ତବ୍ୟ ବେଶ୍ ଉପଯୋଗୀ। ଏଭଳି ବିଶିଷ୍ଟ ବ୍ୟକ୍ତିଙ୍କୁ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ସରକାର ବାଟ କାଢିବା ଦରକାର। କେବଳ ସେତିକି ନୁହେଁ, ଏଭଳି ବକ୍ତବ୍ଯକୁ ରେକର୍ଡିଂ କରି ଚାଷୀ ମେଳାରେ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ପୂର୍ବରୁ ଡାକ୍ତର ଦାମୋଦର ରାଉତ କୃଷି ମନ୍ତ୍ରୀ ଥିବା ବେଳେ ଚାଷୀ ଆତ୍ମହତ୍ୟା କରିପାରିବ ନାହିଁ ବୋଲି ମନ୍ତବ୍ଯ ଦେଉଥିଲେ। କିନ୍ତୁ ସେ କଥା ଭିତରେ ବିରୋଧୀଙ୍କ ସ୍ବରକୁ ଚାପିଦେବାର ପ୍ରଚେଷ୍ଟା ଅଧିକ ଥିଲା ଓ ରାଜନୀତିର ଗନ୍ଧ ଭଣ ଭଣ ହୋଇ ବାରି ହେଉଥିଲା। ଡାକ୍ତର ରାଉତଙ୍କ ଚାଷୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଲାଗି ଚେଷ୍ଟା କରିବା ପରିବର୍ତେ ଚାଷୀ ଆତ୍ମହତ୍ୟା ଜନିତ ଅଭିଯୋଗକୁ ଦମନ କରିବାରେ ବେଶୀ ସମୟ ଦେଉଥିବା କୁହାଯାଉଥିଲା।

ଏନସିଆରବି ରିପୋର୍ଟ ଅନୁସାରେ, ଏଥର ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ଘଟଣା ନାହିଁ। କିନ୍ତୁ ଭାରତବର୍ଷର ଅନେକ ରାଜ୍ଯରେ ଏବେ ଏହି ପ୍ରସଙ୍ଗଟି ବଡ଼ ବିତର୍କ ଲାଗି ଖୋରାକ ଯୋଗାଉଛି। ଚାଷ ଜମି ଛାଡି ଆନ୍ଦୋଳନକୁ ଯିବା ଲାଗି ଚାଷୀକୁ ବାଧ୍ୟ କରୁଛି। ଏହାଦ୍ବାରା ଚାଷୀର କିଛି ବିଶେଷ ଲାଭ ହେଉନାହିଁ। ବରଂ ଚାଷୀ ଓ ଚାଷକୁ ନେଇ ରାଜନୀତିକୁ କରିବାକୁ ରାଜନୈତିକ ଦଳକୁ ସୁଯୋଗ ଜୁଟୁଛି। ଭୋଟ ରାଜନୀତିରେ ଏହା ଏକ ପ୍ରସଙ୍ଗ ପାଲଟୁଛି। ଫସଲ ଉତ୍ପାଦନ କମୁଛି ଓ ଶସ୍ୟ ହାନି ଭୟ ବଢିବାରେ ଲାଗିଛି।

କଥାର ଏହି ବାର୍ଷିକ ଉତ୍ସବରେସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ଦେଶର ଆଉ ଦୁଇ ବିଶିଷ୍ଟ ସାହିତ୍ୟିକ ତଥା ମରାଠୀ ଲେଖକ ବିଶ୍ବାସ ପାଟିଲ, ବସିରେଡ୍ଡି ନବୀନ ଏବଂ ପତ୍ରିକାର ସଂପାଦକ ତଥା ଜଣାଶୁଣା କଥାକାର ଗୌରହରି ଦାସ ଉପସ୍ଥିତ ଥିଲେ। ସମ୍ବାଦର ପରିଚାଳନା ନିର୍ଦେଶିକା ମୋନିକା ନାୟାର ପଟ୍ଟନାୟକ ଓ କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ବି ମଞ୍ଚାସୀନ ଥିଲେ।

Leave A Reply

Your email address will not be published.