ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

୪ ରାଜ୍ୟସଭା ଆସନ ପାଇଁ ଭୋଟ ୨୬ରେ

0

ଭୁବନେଶ୍ବର: ଓଡ଼ିଶାର ୪ଟି ଆସନ ସମେତ ଆଗକୁ ଖାଲି ପଡୁଥିବା ପ୍ରାୟ ୫୫ଟି ରାଜ୍ୟସଭା ପଦବି ଲାଗି ଆଜି ଭାରତର ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁସାରେ, ମାର୍ଚ୍ଚ ୬ ତାରିଖରେ ବିଜ୍ଞପ୍ତି ଜାରି ହେବ। ସେହିଦିନ ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ଓ ୧୩ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ୧୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ, ୧୮ ତାରିଖରେ ପ୍ରତ୍ୟାହାର ଶେଷ ତାରିଖ ରହିଛି। ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବ। ସେହିଦିନ ଅପରାହ୍ନ ୫ଟାରେ ଭୋଟଗ୍ରହଣ କାର୍ଯ୍ୟ ସମାହିତ ହେବ।

ଓଡ଼ିଶାର ଚାରିଟି ଆସନରେ ଏହି ନିର୍ବାଚନ ହେବ। ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହେବା ପରେ ଏହି ଆସନ ଖାଲି ପଡିଥିଲା। ଏହାବ୍ୟତୀତ ବିଜେଡିର ନରେନ୍ଦ୍ର ସ୍ବାଇଁ, ସରୋଜିନୀ ହେମ୍ବ୍ରମ୍ ଓ କଂଗ୍ରେସର ରଂଜୀବ ବିଶ୍ବାଳଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ ତାରିଖରେ ଶେଷ ହେଉଛି।

ସେହିଭଳି ଜାତୀୟସ୍ତରରେ କଂଗ୍ରେସର ଦିଗବିଜୟ ସିଂହ, ମୋତିଲାଲ ଭୋରା, ସି ପି ଠାକୁର, କୁମାରୀ ଶୈଳଜା, ସତ୍ୟନାରାୟଣ ଜାଟିଆଙ୍କ ଭଳି ମୋଟ ୫୫ ଜଣଙ୍କର କାର୍ଯ୍ୟକାଳ ଶେଷ ହେଉଛି।

Leave A Reply

Your email address will not be published.