ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

କରୋନା ପାଇଁ ନବୀନଙ୍କ ୨୨୦୦ କୋଟିର ପ୍ୟାକେଜ ଘୋଷଣା

0

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ଆଜି କରୋନା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି। ଗତକାଲି ସ୍ବତନ୍ତ୍ର କୋଭିଡ୍ ମେଡିକାଲ ପରେ ଆଜି ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଏକ ବଡ଼ ସହାୟତା ବୋଲି ବିଚାର କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଘରେ ରହିବା ଲାଗି ପୁଣି ଥରେ ଅନୁରୋଧ କରିବାକୁ ଭୁଲିନାହାନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଭାଇରସ୍ ଏବେ ସାରା ବିଶ୍ବ ପାଇଁ ସଙ୍କଟ ଭାବେ ଦେଖାଦେଇଛି। ଏହି ସଙ୍କଟ ଦ୍ବାରା ଆମର ଗରିବ ଲୋକଙ୍କ ଜୀବନ ଜୀବିକା ବିଶେଷ ଭାବେ ପ୍ରଭାବିତ ହେଉଛି। ଆମର ଗରିବ ଲୋକଙ୍କ କଲ୍ୟାଣ ପାଇଁ ମୁଁ ଆଜି ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରୁଛି। ଖାଦ୍ୟ ସୁରକ୍ଷା ଯୋଜନାର ସବୁ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ତିନିମାସର ରାସନ ସରକାର ଆଗୁଆ ଦେଉଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ୯୪ ଲକ୍ଷ ପରିବାରକୁ ସରକାର ୧ହଜାର ଟଙ୍କା ଲେଖାଏଁ ଦେବେ ବୋଲି ମୁଁ ଘୋଷଣା କରୁଛି। ଏଥିପାଇଁ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆମର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ୪ମାସର ଭତ୍ତା ଆଗୁଆ ଦିଆଯାଉଛି। ଏଥିପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ଆମର ୨୨ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ସରକାର ୧୫୦୦ ଟଙ୍କା ଲେଖାଏଁ ଯୋଗାଇ ଦେବେ। ଏଥିରେ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ।

Leave A Reply

Your email address will not be published.