ପ୍ରମୁଖ ଖବର

ଆଇଏଏସ୍‌ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ

ମନରେଗା ମଜୁରି ମୁଣ୍ଡପିଛା ୨୦ ଟଙ୍କା ବଢିଲା

0

ବିଭିନ୍ନ ରାଜ୍ୟକୁ କେନ୍ଦ୍ର ଦେଲା ୪୪୩୧ କୋଟି ଟଙ୍କା


ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ସଂକଟ କାଳରେ ଶ୍ରମଜୀବୀମାନଙ୍କୁ କାମ ଯୋଗାଇବା ଏବଂ ସେମାନଙ୍କୁ ଅଧିକ ବେତନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ ୪୪୩୧ କୋଟି ଟଙ୍କା ଯୋଗାଇ ଦେଉଛନ୍ତି । ଏହା ସହିତ ଏହି ଯୋଜନାରେ କାମ କରୁଥିବା ଶ୍ରମିକମାନଙ୍କ ମଜୁରି ଏପ୍ରିଲ ପହିଲାରୁ ଜଣପିଛା ଦୈନିକ ହାରାହାରି ୨୦ ଟଙ୍କା ବୃଦ୍ଧି କରାଯାଇଛି ।

ଏହି ଯୋଜନାରେ ତଫସିଲଭୁକ୍ତ ଜାତି, ଜନଜାତି, ଗରିବ, କ୍ଷୁଦ୍ର ଓ ନାମପାତ୍ର ଚାଷୀ ଏବଂ ମହିଳା ପ୍ରଧାନ ପରିବାରର ମହିଳାମାନେ ଅଧିକ ସଂଖ୍ୟାରେ କାମ କରି ସିଧାସଳଖ ଉପକୃତ ହୋଇଥାନ୍ତି । ସେମାନଙ୍କୁ ଏଭଳି ସଂକଟ କ୍ଷଣରେ କାମ ଯୋଗାଇବା ସହ ଅଧିକ ମଜୁରି ପ୍ରଦାନ କରି ସରକାର ଉପକୃତ କରିବାକୁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ସାମ୍ପ୍ରତିକ ସମୟରେ ଏମଜି-ଏନଆରଇଜିଏସକୁ ରାଜ୍ୟ ସରକାର ଓ ଜିଲ୍ଲା କର୍ତ୍ତୃପକ୍ଷ ଆବଶ୍ୟକ ପରାମର୍ଶ ଓ ବିଚାର ଆଲୋଚନା କରି କାର‌୍ୟ୍ୟକାରୀ କରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଲକଡାଉନ ସମୟରେ ଏହାକୁ କାର‌୍ୟ୍ୟକାରୀ କରିବାବେଳେ ସାମାଜିକ ଦୂରତ୍ୱ ରକ୍ଷା ଓ ଅନ୍ୟାନ୍ୟ ନିୟମ ଯେପରି ଉପଯୁକ୍ତଭାବେ ପାଳନ କରାଯିବ ସେଥିପ୍ରତି ସତର୍କଦୃଷ୍ଟି ରଖିବାକୁ କୁହାଯାଇଛି ।

Leave A Reply

Your email address will not be published.