ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ମୋର୍ଚ୍ଚା ସମ୍ଭାଳିଛନ୍ତି ଅସିତ୍-ପାଣ୍ଡିଆନ୍ ଟିମ୍

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ଆଇଏଏସ୍ ଅଫିସରମାନଙ୍କର କ୍ଷମତା ବୃଦ୍ଧି ନେଇ ସବୁବେଳେ ଚର୍ଚ୍ଚା ହୋଇ ଆସିଛି। କେତେବେଳେ ବେଣୁ ମିଶ୍ର ତ ଆଉ କେବେ ଯୁଗଳ ମହାପାତ୍ର। କେବେ ବିଜୟ ପଟ୍ଟନାୟକ, କେବେ ଆଦିତ୍ୟ ପାଢୀ। ମନ୍ତ୍ରୀଙ୍କ ଅପେକ୍ଷା ନବୀନ ସରକାରରେ ଅଫିସରମାନେ ସବୁବେଳେ ଚଳଚଞ୍ଚଳ ରହିଆସିବାର କାରଣ ଅନେକ ବାର ଦେଖାଯାଇଛି। କାରଣ ମନ୍ତ୍ରୀମାନଙ୍କ ଅପେକ୍ଷା ପ୍ରଶାସନରେ ବାବୁମାନେ ଅଧିକ ସକ୍ରିୟ ରହୁଛନ୍ତି। କାହିଁକି କେଜାଣି ଏ ଦିଗରେ ନବୀନ ସରକାର ଅମଳରେ କେହି କେବେ ଆଗ୍ରହ ଦେଖାଇନାହାନ୍ତି। ବନ୍ୟା, ବାତ୍ୟା, ମରୁଡି ମୁକାବିଲା କ୍ଷେତ୍ରରେ ନେତୃତ୍ବ ଯେଭଳି ସକ୍ରିୟ ରହିବା କଥା ତାହା ପରିଦୃଷ୍ଟ ହୋଇନାହିଁ।

ଏପରିକି ଏକଥା ବି ଦେଖାଯାଇଛି ଯେ ରାଜ୍ୟରେ ଯେତେ ବିପର୍ଯ୍ୟୟ ଆସିଛି, ସେଥିରେ ନେତାଙ୍କ ଅପେକ୍ଷା ଅଫିସରମାନେ ହିଁ ବେଶୀ ଗୁରୁ ଦାୟିତ୍ବ ନିର୍ବାହ କରିଥାନ୍ତି। ଦେହକୁ ଲଗାଇ କାମ କରିଥାନ୍ତି। ଫାଇଲିନ୍ ବେଳେ ଯୁଗଳ ମହାପାତ୍ର-ପ୍ରଦୀପ ଜେନାଙ୍କ ଠାରୁ ଆରମ୍ଭ କରି ଫନିରେ ଅସିତ୍-ପାଣ୍ଡିଆନ୍ ଯୋଡିଙ୍କ ପର୍ଯ୍ୟନ୍ତ ଯୋଗଦାନ କିଛି କମ୍ ନୁହେଁ। ନେତାମାନେ ଓଡ଼ିଶାରେ ଏ କ୍ଷେତ୍ରରେ ପଛରେ। ସେ ମେଣ୍ଟ ସରକାର ଥାଉ କି କେବଳ ବିଜେଡି ସରକାର। ହାତଗଣତି ଦୁଇ ତିନି ଜଣଙ୍କୁ ଛାଡିଦେଲେ ଅନ୍ୟ ନେତାଙ୍କ ସକ୍ରିୟତା ନିଜ ବିଭାଗରେ ଯେମିତି କମ୍, ଯେ କୌଣସି ପରିସ୍ଥିତି ମୁକାବିଲା କ୍ଷେତ୍ରରେ ବି ସେମିତି।

ତେବେ ପ୍ରଶାସନ ସକ୍ରିୟ ଥିଲେ ବି କେଉଁଠି କେଜାଣି ସେମାନଙ୍କ ଭିତରେ ଥିବା ବିଭେଦ ସାମ୍ନାକୁ ଚାଲିଆସିଥାଏ। ଗୋଷ୍ଠୀ ବାଦ ମୁଣ୍ଡ ଟେକିଥାଏ। ନେତାମାନଙ୍କ କ୍ଷେତ୍ରରେ ବି ସମାନ ସ୍ଥିତି। ହେଲେ ପ୍ରଥମ ଥର ପାଇଁ ମୁଖ୍ୟଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଭିତରେ ସମନ୍ବୟ ଏତେ ଅଧିକ ଥିବା ଜଣାପଡୁଛି, ଯାହା ନବୀନଙ୍କ ଗତ ୧୯ବର୍ଷରେ ନଥିଲା। ମୁଖ୍ୟସଚିବ ଅସିତ ତ୍ରିପାଠୀ ଓ ଭି କାର୍ତିକେୟନ୍ ପାଣ୍ଡିଆନଙ୍କ ଟିମ୍ କରୋନା ପାଇଁ ଯେତିକି ଅଧିକ ସକ୍ରିୟ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି, ସେତିକି ସେତିକି ଏମାନଙ୍କ ଭିତରେ ଥିବା ସଂପୃକ୍ତି ଚର୍ଚ୍ଚାକୁ ଆସୁଛି। ପୂର୍ବରୁ ସବୁବେଳେ ଯେ ଅପଡ ଥିଲା ତାହା ନୁହେଁ, ଶ୍ରୀ ପାଢୀ ମୁଖ୍ୟସଚିବ ଥିବା ବେଳେ ତୃତୀୟ ମହଲାରେ ତାଙ୍କର ଢେର୍ ଦିନ ଯାଏ ବେଶ୍ ପ୍ରଭାବ ଥିଲା। ଅବଶ୍ୟ ଶେଷ ବେଳକୁ ସେ ନିଷ୍ପ୍ରଭ ହୋଇଯାଇଥିଲେ।

ନିକଟରେ ଓଡ଼ିଶାବାସୀ ଦେଖିଛନ୍ତି, ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ସ୍ଥିତି ସମୀକ୍ଷା କରିବା ବେଳେ ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ ଏକ ଗାଡି ଚଳାଉଥିଲେ ଓ ପାଣ୍ଡିଆନ୍ ଏବଂ ପୂର୍ତ ସଚିବ ଡ.କ୍ରିଷନ୍ କୁମାର ସେଥିରେ ବସିଥିଲେ। ଏହାକୁ ଗୋଟିଏ ପକ୍ଷ ନାପସନ୍ଦ କରିଥିଲେ। କିନ୍ତୁ ଅନ୍ୟ ଗୋଟିଏ ପକ୍ଷ ଶ୍ରୀ ତ୍ରିପାଠୀଙ୍କ ନେତୃତ୍ବ ନେବାର କୌଶଳକୁ ପ୍ରଶଂସା କରିବାକୁ ଭୁଲିନଥିଲେ। ସାଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ରଖି ସେ ପ୍ରଶାସନରେ ନିଜର ବଳିଷ୍ଠ ବ୍ୟକ୍ତିତ୍ବକୁ ସାମ୍ନାକୁ ଆଣିବାକୁ ଚାହିଁଥିଲେ। ତତ୍କାଳ କାର୍ଯ୍ୟକ୍ରମ ନେବାରେ ଏହି କୌଶଳ କେତେ ଉପଯୋଗୀ ଏକଥା ମ୍ୟାନେଜମେଣ୍ଟ କରିଥିବା ଯେ କୌଣସି ବିଶେଷଜ୍ଞ ବୁଝନ୍ତି।

ସମାନ କୌଶଳରେ ଏବେ ଦେଖାଯାଉଛି, କରୋନା ମୁକାବିଲାରେ ମୁଖ୍ୟସଚିବ ଦିନରାତି ଏକ କରି କାମ କରୁଛନ୍ତି। କେତେବେଳେ ନିଜେ ଯାଇ କଲ୍ ସେଣ୍ଟର ଦେଖିଲେଣି ତ ଆଉ କେତେବେଳେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସଂପର୍କରେ ବୈଠକ ନେଲେଣି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପାଣ୍ଡିଆନ୍ ଘନ ଘନ ବୈଠକ ନେଉଛନ୍ତି। ସମାନ୍ତରାଳ ଭାବେ ସ୍ବତନ୍ତ୍ର ସଚିବ ଡି ଏସ କୁଟ୍ଟେ ପାଣ୍ଡିଆନଙ୍କ ଟିମରେ ବେଶ ସକ୍ରିୟ ଅଛନ୍ତି। ଉଭୟ ନକ୍ସା ପ୍ରସ୍ତୁତ କରୁଛନ୍ତି। ଏମାନଙ୍କ ଟିମରେ ଆଇଏଏସ ରୁପାରୋଶନ ସାହୁ, ପ୍ରଦୀପ୍ତ ମହାପାତ୍ର, ଆଇଆରଏସ ମନୋଜ ମିଶ୍ର, ଅବସରପ୍ରାପ୍ତ ଆଇଏଏସ୍ ଦିଲ୍ଲୀପ ମହାନ୍ତି ପ୍ରମୁଖ ଦିନ ରାତି ଏକ କରି କାମ କରୁଛନ୍ତି। ଏମାନଙ୍କ ଟିମରେ ଏବେ ବେଶ ସକ୍ରିୟ ଅଛନ୍ତି କ୍ରିଷନ୍ କୁମାର, ଆଇଜି ଅମିତାଭ ଠାକୁର। ସାମ୍ନାରେ ନ ଥିଲେ ବି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହଙ୍କ ଭୂମିକା କିଛି କମ୍ ଗୁରୁତ୍ବପୂର୍ଣ୍ଣ ନୁହେଁ। ସେହିଭଳି ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ସଂଜୟ ସିଂହ ମଧ୍ୟ ଏବେ ବେଶ ସକ୍ରିୟ ଅଛନ୍ତି। ହେଲେ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଟିମକୁ ପଛରେ ରହି ପରାମର୍ଶ ଦେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର ବାଲକ୍ରିଷନ୍। ଏବଂ ସରକାରଙ୍କ ସବୁ ଭଲକାମକୁ ସାମ୍ନାକୁ ଆଣିବା ଲାଗି ସୁବ୍ରତ ବାଗଚୀଙ୍କୁ ରଖାଯାଇଛି।

ସେପଟେ ମୁଖ୍ୟସଚିବ ତାଙ୍କ ଟିମରେ ଉନ୍ନୟନ କମିସନର ସୁରେଶ ମହାପାତ୍ର, ରାଜସ୍ବ ସଚିବ ପ୍ରଦୀପ ମହାପାତ୍ର, ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ କୁମାର ଜେନା, ଗୃହ ସଚିବ ସଂଜୀବ ଚାେପ୍ରା, ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ମୁଖ୍ୟସଚିବଙ୍କ ଓଏସଡି ବିଶାଳ ଦେବ, ଶ୍ରମ ସଚିବ ଅନୁ ଗର୍ଗ ଓ ସ୍ବାସ୍ଥ୍ୟ ମିସନ ମୁଖିଆ ଶାଳିନୀ ପଣ୍ଡିତ ପ୍ରମୁଖଙ୍କୁ ନେଇ ସରକାରର ସବୁ ନିର୍ଦେଶକୁ କାର୍ଯ୍ୟକାରୀ କରିବା ଲାଗି ଆପ୍ରାଣ ଚେଷ୍ଟା ଚଳାଇଛନ୍ତି। ଏକମାତ୍ର ଉଦ୍ଦେଶ୍ୟ ଆକ୍ରାନ୍ତ ସଂଖ୍ୟାକୁ ଏକ ଅଙ୍କରେ ରଖିବା, ଜଣେ ବି କେହି ପ୍ରାଣ ହରାଇବେନି ଓଡ଼ିଶାରେ। ଅତୀତରେ ବାତ୍ୟା ମୁକାବିଲା କ୍ଷେତ୍ରରେ ମଧ୍ୟ ନବୀନଙ୍କ ଏହି ଫର୍ମୁଲା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ଆନ୍ତର୍ଜାତିକ ସ୍ତରରେ।

Leave A Reply

Your email address will not be published.