ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

୧୫ଜଣଙ୍କ ନମୁନା ନେଗେଟିଭ୍, ଦ୍ବିତୀୟ ଆକ୍ରାନ୍ତ ମୁକୁଳିଲେ

0

ଭୁବନେଶ୍ବର: ନିଜାମୁଦ୍ଦିନ୍ ଧାର୍ମିକ ସଭାରେ ଯୋଗଦେଇ ଓଡ଼ିଶା ଫେରିଥିବା ବ୍ୟକ୍ତିମାନେ କେଉଁଠି ଅଛନ୍ତି ସେ ନେଇ ତନାଘନା ଚାଲିଥିବା ବେଳେ ଏକ ବଡ଼ ଖବର ଆସିିଛି। ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଧାର୍ମିକ ସଭାରେ ଯୋଗଦେଇ ଯେଉଁ ୨୦ ଜଣ ବ୍ୟକ୍ତି ଫେରିଥିଲେ, ସେମାନଙ୍କ କୋଭିଡ-୧୯ ପରୀକ୍ଷା କରାଯାଇଥିଲା। ସେ ମଧ୍ୟରୁ ୧୫ ଜଣଙ୍କ ନମୁନା ପରୀକ୍ଷା ହୋଇଛି ଓ ସମସ୍ତଙ୍କର କରୋନା ନେଗେଟିଭ୍ ଆସିଥିବା ଜଣାପଡିଛି।

ସରକାର କହିଛନ୍ତି, ଏହି ୧୫ଜଣଙ୍କ ମଧ୍ୟରୁ ରାଉରକେଲାର କେବଳ ୧୨ ଜଣ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା, କଟକ ଓ ଗଞ୍ଜାମର ଜଣେ ଲେଖାଏଁ ଅଛନ୍ତି। ଅନ୍ୟମାନଙ୍କର ରିପୋର୍ଟ ହସ୍ତଗତ ହୋଇନାହିଁ।

ଅନ୍ୟପଟରେ ସ୍ବାସ୍ଥ୍ୟ ବିଭାଗ ଏକ ଟ୍ବିଟ୍ ଜରିଆରେ ଏକ ବଡ଼ ସୂଚନା ଦେଇଛି। ଗତ ୧୯ ତାରିଖରେ ଯେଉଁ କରୋନା ଆକ୍ରାନ୍ତ ମେଡିକାଲରେ ଭର୍ତି ହୋଇଥିଲେ, ଆଜି ତାଙ୍କୁ ଛାଡି ଦିଆଯାଉଛି। ସେ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛନ୍ତି ଓ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା କୁହାଯାଇଛି।

Leave A Reply

Your email address will not be published.