ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

୧୫ଜଣଙ୍କ ନମୁନା ନେଗେଟିଭ୍, ଦ୍ବିତୀୟ ଆକ୍ରାନ୍ତ ମୁକୁଳିଲେ

0

ଭୁବନେଶ୍ବର: ନିଜାମୁଦ୍ଦିନ୍ ଧାର୍ମିକ ସଭାରେ ଯୋଗଦେଇ ଓଡ଼ିଶା ଫେରିଥିବା ବ୍ୟକ୍ତିମାନେ କେଉଁଠି ଅଛନ୍ତି ସେ ନେଇ ତନାଘନା ଚାଲିଥିବା ବେଳେ ଏକ ବଡ଼ ଖବର ଆସିିଛି। ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଧାର୍ମିକ ସଭାରେ ଯୋଗଦେଇ ଯେଉଁ ୨୦ ଜଣ ବ୍ୟକ୍ତି ଫେରିଥିଲେ, ସେମାନଙ୍କ କୋଭିଡ-୧୯ ପରୀକ୍ଷା କରାଯାଇଥିଲା। ସେ ମଧ୍ୟରୁ ୧୫ ଜଣଙ୍କ ନମୁନା ପରୀକ୍ଷା ହୋଇଛି ଓ ସମସ୍ତଙ୍କର କରୋନା ନେଗେଟିଭ୍ ଆସିଥିବା ଜଣାପଡିଛି।

ସରକାର କହିଛନ୍ତି, ଏହି ୧୫ଜଣଙ୍କ ମଧ୍ୟରୁ ରାଉରକେଲାର କେବଳ ୧୨ ଜଣ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା, କଟକ ଓ ଗଞ୍ଜାମର ଜଣେ ଲେଖାଏଁ ଅଛନ୍ତି। ଅନ୍ୟମାନଙ୍କର ରିପୋର୍ଟ ହସ୍ତଗତ ହୋଇନାହିଁ।

ଅନ୍ୟପଟରେ ସ୍ବାସ୍ଥ୍ୟ ବିଭାଗ ଏକ ଟ୍ବିଟ୍ ଜରିଆରେ ଏକ ବଡ଼ ସୂଚନା ଦେଇଛି। ଗତ ୧୯ ତାରିଖରେ ଯେଉଁ କରୋନା ଆକ୍ରାନ୍ତ ମେଡିକାଲରେ ଭର୍ତି ହୋଇଥିଲେ, ଆଜି ତାଙ୍କୁ ଛାଡି ଦିଆଯାଉଛି। ସେ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛନ୍ତି ଓ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା କୁହାଯାଇଛି।

Leave A Reply

Your email address will not be published.