ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କାହିଁକି ମୋଦୀଙ୍କ ନଜରରେ ଧର୍ମେନ୍ଦ୍ର ବଡ଼?

0
  • ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ପରେ ସହଯୋଗର ହାତ ବଢାଇଲା ଭାରତୀୟ ଇସ୍ପାତ କ୍ଷେତ୍ର
  • ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଇସ୍ପାତ୍ କ୍ଷେତ୍ର ଏବଂ କର୍ମଚାରୀ ଦାନ କଲେ ୫୧୫ କୋଟି
  • ପୂର୍ବରୁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀ ୧୦୯୨ କୋଟି ଟଙ୍କା ଦାନ କରିଥିଲେ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏକକାଳୀନ ସର୍ବାଧିକ ଟଙ୍କା ଦାନ କରିଥିଲେ। ଏବେ ଇସ୍ପାତ କ୍ଷେତ୍ରର ପିଏସୟୁ ଏବଂ ବେସରକାରୀ କ୍ଷେତ୍ର ମିଳିତ ଭାବେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୫୦୦ କୋଟି ଏବଂ ଏହାର କର୍ମଚାରୀ ମାନେ ନିଜ ଦରମାରୁ ଅତିରିକ୍ତ ୧୫ କୋଟି ଟଙ୍କା ଦାନ କରିଛନ୍ତି ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏ ନେଇ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି ସୂଚନା ଦେବା ସହ ନିଜ କର୍ମଚାରୀଙ୍କ ମନୋବଳ ବଢାଇଛନ୍ତି। ସେମାନଙ୍କୁ ଅଧିକ ଉତ୍ସାହିତ କରିବା ଲାଗି କହିଛନ୍ତି, ଭାରତ କରୋନା ଲଢେଇରେ ଦେଶର ସୁରକ୍ଷା ପାଇଁ ଦେଶ ଅଧିକ ଆବଶ୍ୟକ କରୁଥିବା ବେଳେ ଇସ୍ପାତ୍ ରାଷ୍ଟ୍ରାୟତ ଉଦ୍ୟୋଗର ସହଯୋଗ ପ୍ରଶଂସନୀୟ।
ସୂଚନାଯୋଗ୍ୟ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସୟୁ ପକ୍ଷରୁ ସୋମବାର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୧୦୩୧.୨୯ କୋଟି ଟଙ୍କା ଦାନ କରାଯାଇଥିବା ବେଳେ
ପିଏସୟୁର କର୍ମଚାରୀମାନେ ସେମାନଙ୍କ ଦରମାରୁ ଅତିରିକ୍ତ ୬୧ କୋଟି ଟଙ୍କା ଦାନ କରିଥିଲେ । ବର୍ତମାନ
ସୁଦ୍ଧା ଗୋଟିଏ ଦିନରେ ମୋଟ ୧୦୯୨.୨୯ ସର୍ବାଧିକ ଟଙ୍କା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ପ୍ରଦାନ
କରାଯାଇଛି ବୋଲି ଶ୍ରୀ ପ୍ରଧାନ ଗତକାଲି ମତବ୍ୟକ୍ତ କରିଥିଲେ ।


ଅପରପକ୍ଷରେ ଏଲପିଜି ବିତରଣ ସମୟରେ କରୋନା ସଂକ୍ରମଣ ବା ପ୍ରଭାବରେ କାର୍ଯ୍ୟରତ କର୍ମଚାରୀ
ଯଥା ସୋ-ରୁମ ଷ୍ଟାଫ୍‌, ଗୋଦାମ କିପର, ମେକାନିକ୍ ଓ ଡେଲିଭରି ବୟଙ୍କ ମୃତ୍ୟୁ ଘଟିଲେ ସେମାନଙ୍କୁ
ସହାୟତା ସ୍ୱରୂପ ୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ ବୋଲି ସୋମବାର ଦେଶର ତୈଳ ବିପଣନ କମ୍ପାନୀ
ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଛି।

କୌଣସି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଥିପାଇଁ ଆଗ ଅଣ୍ଟା ଭିଡିଥାନ୍ତି। ଦଳୀୟ ରାଜନୀତି କ୍ଷେତ୍ର ଠାରୁ ଆରମ୍ଭ କରି ଉଜ୍ଜ୍ବଳା ଭଳି ନୂଆ ପ୍ରକଳ୍ପ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଘରେ ଘରେ ପହଞ୍ଚାଇବା ଆଦି ତାଙ୍କର ଗୋଟିଏ ଗୋଟିଏ ଯୋଗଦାନ। ଖାସ୍ ଏଥିଲାଗି ତାଙ୍କୁ ଦ୍ବିତୀୟ ଥର ପାଇଁ ମୋଦୀ ଏହି ବିଭାଗ ଦାୟିତ୍ବ ଦେଇଛନ୍ତି। ଏତେ ଦିନ ଧରି ପେଟ୍ରୋଲିୟମ ଭଳି ବିଭାଗ କ୍ଷେତ୍ରରେ କୌଣସି ଜଣେ କେନ୍ଦ୍ର ମନ୍ତ୍ରୀ କାମ କରିବା ଘଟଣା ଜାତୀୟ ରାଜନୀତିରେ ଉଲ୍ଲେଖନୀୟ ବୋଲି କୁହାଯାଉଛି।

Leave A Reply

Your email address will not be published.