ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

କାହିଁକି ମୋଦୀଙ୍କ ନଜରରେ ଧର୍ମେନ୍ଦ୍ର ବଡ଼?

0
  • ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ପରେ ସହଯୋଗର ହାତ ବଢାଇଲା ଭାରତୀୟ ଇସ୍ପାତ କ୍ଷେତ୍ର
  • ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଇସ୍ପାତ୍ କ୍ଷେତ୍ର ଏବଂ କର୍ମଚାରୀ ଦାନ କଲେ ୫୧୫ କୋଟି
  • ପୂର୍ବରୁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀ ୧୦୯୨ କୋଟି ଟଙ୍କା ଦାନ କରିଥିଲେ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏକକାଳୀନ ସର୍ବାଧିକ ଟଙ୍କା ଦାନ କରିଥିଲେ। ଏବେ ଇସ୍ପାତ କ୍ଷେତ୍ରର ପିଏସୟୁ ଏବଂ ବେସରକାରୀ କ୍ଷେତ୍ର ମିଳିତ ଭାବେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୫୦୦ କୋଟି ଏବଂ ଏହାର କର୍ମଚାରୀ ମାନେ ନିଜ ଦରମାରୁ ଅତିରିକ୍ତ ୧୫ କୋଟି ଟଙ୍କା ଦାନ କରିଛନ୍ତି ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏ ନେଇ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି ସୂଚନା ଦେବା ସହ ନିଜ କର୍ମଚାରୀଙ୍କ ମନୋବଳ ବଢାଇଛନ୍ତି। ସେମାନଙ୍କୁ ଅଧିକ ଉତ୍ସାହିତ କରିବା ଲାଗି କହିଛନ୍ତି, ଭାରତ କରୋନା ଲଢେଇରେ ଦେଶର ସୁରକ୍ଷା ପାଇଁ ଦେଶ ଅଧିକ ଆବଶ୍ୟକ କରୁଥିବା ବେଳେ ଇସ୍ପାତ୍ ରାଷ୍ଟ୍ରାୟତ ଉଦ୍ୟୋଗର ସହଯୋଗ ପ୍ରଶଂସନୀୟ।
ସୂଚନାଯୋଗ୍ୟ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସୟୁ ପକ୍ଷରୁ ସୋମବାର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୧୦୩୧.୨୯ କୋଟି ଟଙ୍କା ଦାନ କରାଯାଇଥିବା ବେଳେ
ପିଏସୟୁର କର୍ମଚାରୀମାନେ ସେମାନଙ୍କ ଦରମାରୁ ଅତିରିକ୍ତ ୬୧ କୋଟି ଟଙ୍କା ଦାନ କରିଥିଲେ । ବର୍ତମାନ
ସୁଦ୍ଧା ଗୋଟିଏ ଦିନରେ ମୋଟ ୧୦୯୨.୨୯ ସର୍ବାଧିକ ଟଙ୍କା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ପ୍ରଦାନ
କରାଯାଇଛି ବୋଲି ଶ୍ରୀ ପ୍ରଧାନ ଗତକାଲି ମତବ୍ୟକ୍ତ କରିଥିଲେ ।


ଅପରପକ୍ଷରେ ଏଲପିଜି ବିତରଣ ସମୟରେ କରୋନା ସଂକ୍ରମଣ ବା ପ୍ରଭାବରେ କାର୍ଯ୍ୟରତ କର୍ମଚାରୀ
ଯଥା ସୋ-ରୁମ ଷ୍ଟାଫ୍‌, ଗୋଦାମ କିପର, ମେକାନିକ୍ ଓ ଡେଲିଭରି ବୟଙ୍କ ମୃତ୍ୟୁ ଘଟିଲେ ସେମାନଙ୍କୁ
ସହାୟତା ସ୍ୱରୂପ ୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ ବୋଲି ସୋମବାର ଦେଶର ତୈଳ ବିପଣନ କମ୍ପାନୀ
ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଛି।

କୌଣସି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଥିପାଇଁ ଆଗ ଅଣ୍ଟା ଭିଡିଥାନ୍ତି। ଦଳୀୟ ରାଜନୀତି କ୍ଷେତ୍ର ଠାରୁ ଆରମ୍ଭ କରି ଉଜ୍ଜ୍ବଳା ଭଳି ନୂଆ ପ୍ରକଳ୍ପ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଘରେ ଘରେ ପହଞ୍ଚାଇବା ଆଦି ତାଙ୍କର ଗୋଟିଏ ଗୋଟିଏ ଯୋଗଦାନ। ଖାସ୍ ଏଥିଲାଗି ତାଙ୍କୁ ଦ୍ବିତୀୟ ଥର ପାଇଁ ମୋଦୀ ଏହି ବିଭାଗ ଦାୟିତ୍ବ ଦେଇଛନ୍ତି। ଏତେ ଦିନ ଧରି ପେଟ୍ରୋଲିୟମ ଭଳି ବିଭାଗ କ୍ଷେତ୍ରରେ କୌଣସି ଜଣେ କେନ୍ଦ୍ର ମନ୍ତ୍ରୀ କାମ କରିବା ଘଟଣା ଜାତୀୟ ରାଜନୀତିରେ ଉଲ୍ଲେଖନୀୟ ବୋଲି କୁହାଯାଉଛି।

Leave A Reply

Your email address will not be published.