ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ରାଜଧାନୀରେ ଦିନକରେ ୧୮ ପଜିଟିଭ୍

0

ଭୁବନେଶ୍ବର: ଗୋଟିଏ ଦିନରେ ରାଜଧାନୀରେ ପୂରା ୧୮ଜଣଙ୍କ ଠାରେ କରୋନା ଭୁତାଣୁ ଠାବ ହୋଇଛି। ସ୍ବାସ୍ଥ୍ୟ ବିଭାଗ ଅପରାହ୍ନରେ ଜଣାଇଥିଲା ଯେ ଭୁବନେଶ୍ବର କପିଳପ୍ରସାଦ ଓ ବମିଖାଲରେ ଗୋଟିଏ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛି। ତଦନୁଯାୟୀ ସଂପୃକ୍ତ ଅଞ୍ଚଳକୁ ହଟ ସ୍ପଟ୍ ଭାବେ ଘୋଷଣା କରାଯାଇଥିଲା।

ହେଲେ ରାତି ୯ଟାରେ ଯେତେବେଳେ ସମଗ୍ର ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶରେ ଦୀପ ଜଳାଉଛନ୍ତି, ଠିକ୍ ତା ପରେ ପରେ ଅର୍ଥାତ୍ ୯ଟା ୧୬ମିନିଟରେ ସ୍ବାସ୍ଥ୍ୟ ବିଭାଗ ଟ୍ବିଟ୍ କରି ଜଣାଇଲା ଯେ ରାଜଧାନୀରେ ଆଉ ୧୬ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜଧାନୀରେ ମୋଟ ୧୮ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି।

ତେବେ ଏହି ୧୬ ଜଣଙ୍କ ମଧ୍ୟରୁ ୧୫ ଜଣ କେବଳ ବମିଖାଲ ଅଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ଜଣାଇଛି। ସେ ଅଞ୍ଚଳକୁ ସିଲ୍ କରାଯାଇଛି। ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଏକାନ୍ତବାସରେ ରଖାଯିବ ଓ ସେମାନଙ୍କର ନମୁନା ପରୀକ୍ଷା କରାଯିବ। ଅର୍ଥାତ୍ ମୋଟ ୧୮ ଜଣଙ୍କ ମଧ୍ୟରୁ ୧୬ ଜଣ ଆଜି ବମିଖାଲ ଅଞ୍ଚଳର।

ସ୍ବାସ୍ଥ୍ୟ ବିଭାଗ ଲୋକମାନଙ୍କୁ ନିବେଦନ କରିଛି ଯେ ସେମାନେ ଆଦୌ ଭୟଭୀତ ହେବାର କୌଣସି କାରଣ ନାହିଁ। ବରଂ ସେମାନେ ନିଜକୁ ଘର ଭିତରେ ରହିବା ଦରକାର।

Leave A Reply

Your email address will not be published.