ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ରାଜଧାନୀରେ ଦିନକରେ ୧୮ ପଜିଟିଭ୍

0

ଭୁବନେଶ୍ବର: ଗୋଟିଏ ଦିନରେ ରାଜଧାନୀରେ ପୂରା ୧୮ଜଣଙ୍କ ଠାରେ କରୋନା ଭୁତାଣୁ ଠାବ ହୋଇଛି। ସ୍ବାସ୍ଥ୍ୟ ବିଭାଗ ଅପରାହ୍ନରେ ଜଣାଇଥିଲା ଯେ ଭୁବନେଶ୍ବର କପିଳପ୍ରସାଦ ଓ ବମିଖାଲରେ ଗୋଟିଏ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛି। ତଦନୁଯାୟୀ ସଂପୃକ୍ତ ଅଞ୍ଚଳକୁ ହଟ ସ୍ପଟ୍ ଭାବେ ଘୋଷଣା କରାଯାଇଥିଲା।

ହେଲେ ରାତି ୯ଟାରେ ଯେତେବେଳେ ସମଗ୍ର ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶରେ ଦୀପ ଜଳାଉଛନ୍ତି, ଠିକ୍ ତା ପରେ ପରେ ଅର୍ଥାତ୍ ୯ଟା ୧୬ମିନିଟରେ ସ୍ବାସ୍ଥ୍ୟ ବିଭାଗ ଟ୍ବିଟ୍ କରି ଜଣାଇଲା ଯେ ରାଜଧାନୀରେ ଆଉ ୧୬ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜଧାନୀରେ ମୋଟ ୧୮ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି।

ତେବେ ଏହି ୧୬ ଜଣଙ୍କ ମଧ୍ୟରୁ ୧୫ ଜଣ କେବଳ ବମିଖାଲ ଅଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ଜଣାଇଛି। ସେ ଅଞ୍ଚଳକୁ ସିଲ୍ କରାଯାଇଛି। ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଏକାନ୍ତବାସରେ ରଖାଯିବ ଓ ସେମାନଙ୍କର ନମୁନା ପରୀକ୍ଷା କରାଯିବ। ଅର୍ଥାତ୍ ମୋଟ ୧୮ ଜଣଙ୍କ ମଧ୍ୟରୁ ୧୬ ଜଣ ଆଜି ବମିଖାଲ ଅଞ୍ଚଳର।

ସ୍ବାସ୍ଥ୍ୟ ବିଭାଗ ଲୋକମାନଙ୍କୁ ନିବେଦନ କରିଛି ଯେ ସେମାନେ ଆଦୌ ଭୟଭୀତ ହେବାର କୌଣସି କାରଣ ନାହିଁ। ବରଂ ସେମାନେ ନିଜକୁ ଘର ଭିତରେ ରହିବା ଦରକାର।

Leave A Reply

Your email address will not be published.