ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଶ୍ରୀଜଗନ୍ନାଥପ୍ରେମୀଙ୍କୁ ବଳ ଦେଲେ ଧର୍ମେନ୍ଦ୍ର

0

ଭୁବନେଶ୍ବର: ମହାପ୍ରଭୁ ନୀତିକାନ୍ତି ନେଇ ଶୁକ୍ରବାର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଯେଉଁ ନିର୍ଣ୍ଣୟ ଦେଇଛନ୍ତି, ତାହା ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ରହିଥିବା ଅନେକ ଆଶଙ୍କାରେ ପୂର୍ଣ୍ଣଛେଦ ଟାଣିଛି। ଏମିତି ପରିସ୍ଥିତିରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ୍ ରାଜ୍ୟବାସୀଙ୍କୁ ବଳ ଦେଇଛି। ଆଜି ଶ୍ରୀ ପ୍ରଧାନ କହିଛନ୍ତି, ମହାପ୍ରଭୁଙ୍କ ନୀତିକାନ୍ତି ଓ ପରମ୍ପରାକୁ ବଜାୟ ରଖିବା ସହିତ ମହାମାରୀ କରୋନା ମୁକାବିଲା ପାଇଁ ଜଗଦଗୁରୁ ଯେଉଁ ପରାମର୍ଶ ଦେଇଛନ୍ତି, ତାହା ୪ କୋଟି ଲୋକଙ୍କୁ ଆଶ୍ବସ୍ତ କରିଛି। ଜଗଦଗୁରୁ ଓ ଗଜପତି ମହାରାଜାଙ୍କ ପରାମର୍ଶ ଆଧାରରେ ଶ୍ରୀମନ୍ଦିର ପରିଚାଳନା କମିଟି, ରାଜ୍ୟ ସରକାର ମହାପ୍ରଭୁଙ୍କ ନୀତିକାନ୍ତି କରିବେ ବୋଲି ସେ ଆଶା ପୋଷଣ କରିଛନ୍ତି। ଧର୍ମେନ୍ଦ୍ରଙ୍କ ଏଭଳି ଆଶ୍ବାସନା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଯଥେଷ୍ଟ ବଳ ଦେଇଛି।

ଗତକାଲି ଦିନତମାମ ଚର୍ଚ୍ଚା ଆଲୋଚନା ପରେ ରାତିରେ ଗୋବର୍ଧନ ପୀଠ ପରିସରରେ ଶଙ୍କରାଚାର୍ଯ୍ୟ ଅକ୍ଷୟତୃତୀୟାରେ ରଥ ଅନୁକୂଳ ଏବଂ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସଂପର୍କରେ ଏକ ବଡ଼ ନିଷ୍ପତ୍ତି ଶୁଣାଇଥିଲେ।

ଜଗଦଗୁରୁ କହିଥିଲେ, ବିଧି ନିଶ୍ଚୟ ହେବ। ଶ୍ରୀମନ୍ଦିର ବାହାରେ ଯଦି କଟକଣା ଅଛି, ମେଘନାଦ ପାଚେରି ଭିତରେ ଆବଶ୍ୟକ ବିଧାନ କରି ମହାପ୍ରଭୁଙ୍କ କାର୍ଯ୍ୟ କରାଯାଇପାରିବ। କେନ୍ଦ୍ର ସରକାରଙ୍କ କୌଣସି କଟକଣାକୁ ଉଲ୍ଲଂଘନ ନ କରି ବିଧି ପାଳନ ହେବ। ମହାପ୍ରଭୁଙ୍କ ରଥଯାତ୍ରା ସଂପର୍କିତ ଅକ୍ଷୟତୃତୀୟା ନୀତି ମେଘନାଦ ପାଚେରି ପରିସରରେ ଅନୁଷ୍ଠିତ ହେବ। ନିର୍ଦିଷ୍ଟ କେଉଁଠାରେ ଏହିକାର୍ଯ୍ୟ (ରଥକାଠ ଅନୁକୂଳ) ହେବ, ତାହା ଆଜିକୁ ଅଟକିଥିଲା। ଆଜି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ବଲବନ୍ତ ସିଂହ ସଂପୃକ୍ତ ସେବାୟତଙ୍କ ସହିତ ଆଲୋଚନା ଆଲୋଚନା ଆରମ୍ଭ କରିଛନ୍ତି। କେଉଁଭଳି ଭାବେ ରଥ ଅନୂକଳ ଓ ନିର୍ମାଣ ଜନିତ କାର୍ଯ୍ୟ ହୋଇପାରିବ ସେ ସଂକ୍ରାନ୍ତରେ ମଧ୍ୟ ସେ ଆଲୋଚନା ଚଳାଇଛନ୍ତି।

ସେହିଭଳି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା କରାଯିବ। ପ୍ରତିବର୍ଷ ପ୍ରଭୁଙ୍କର ୨୧ଦିନ ବାହାର ଚନ୍ଦନ ହୁଏ, ଚାପ କରାଯାଇଥାଏ। ପରେ ୨୧ ଦିନ ଭିତର ଚନ୍ଦନ ହୁଏ। ଏଥର ଯେହେତୁ କଟକଣା ଲାଗୁ ହୋଇଛି, ଏଣୁ ଶ୍ରୀମନ୍ଦିର ପରିସରରେ ହିଁ ଏହି ନୀତି କରାଯିବ ଓ ଚାପ ଅନୁଷ୍ଠିତ ହେବ ନାହିଁ।

ଏହି ଅବସରରେ ଶୁକ୍ରବାର ଗଜପତି ମହାରାଜା କହିଥିଲେ ଯେ ୩ ତାରିଖରେ ଲକ୍‌଼ଡାଉନ୍ ଅବଧି ସରିବା ପରେ କଟକଣାଯୁକ୍ତ ରଥଯାତ୍ରା କିଭଳି ହେବ, ସେ ନେଇ ଉଭୟ େକନ୍ଦ୍ର ଓ ରାଜ୍ୟ ସରକାର ବିଚାର କରିବେ, ଏ ଆଶା ସମସ୍ତଙ୍କର ରହିଛି। ତଦନୁଯାୟୀ ନିୟମାବଳୀ ପ୍ରସ୍ତୁତ କରିବେ ବୋଲି ମଧ୍ୟ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗୋବର୍ଧନ ପୀଠ ପରିସରରୁ ସାମ୍ବାଦିକ ସମ୍ମିଳନୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେନ୍ଦ୍ର ସରକାର ଏହା ଉପରେ କି ଆଭିମୁଖ୍ୟ ଗ୍ରହଣ କରିବେ, ତାହାକୁ ନେଇ ତଥାପି ଆଶଙ୍କା ଟଳିନାହିଁ। ଏପରିସ୍ଥଳେ ଶ୍ରୀ ପ୍ରଧାନଙ୍କ ଟ୍ବିଟ୍ ବାର୍ତା ସାଢେ ଚାରି କୋଟି ଓଡ଼ିଆଙ୍କ ସମେତ ବିଶ୍ବରେ ଥିବା ସବୁ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମନରେ ଏକ ବଡ଼ ବିଶ୍ବାସ ସୃଷ୍ଟି କରିଛି।

Leave A Reply

Your email address will not be published.