ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ରଥଯାତ୍ରା ଦ୍ବନ୍ଦ୍ବ ବଢିଲା, ଶଙ୍କରାଚାର୍ଯ୍ୟଙ୍କୁ ନଜର

0

ଭୁବନେଶ୍ବର: ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ, ସେ ନେଇ ଦେଖାଦେଇଥିବା ଦ୍ବନ୍ଦ୍ବ ଏବେ ନୂଆ ମୋଡ଼ ନେଇଛି। ଦୀର୍ଘ ଦୁଇ ଘଣ୍ଟା ଧରି ପରିଚାଳନା କମିଟି ବୈଠକରେ ହୋଇଥିବା ଆଲୋଚନା କ୍ରମେ ସ୍ଥିର ହୋଇଛି ଯେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା କରିବେ। ଏହା ପରେ ଠୋସ୍ କିଛି ନିଷ୍ପତ୍ତି ନିଆଯାଇପାରେ।

ବର୍ତମାନ ଯାଏ ଯାହା ଆଲୋଚନାରୁ ସୂଚନା ମିଳୁଛି, ସେଥିରେ ରଥଯାତ୍ରା ସମ୍ଭାବନା କ୍ଷୀଣ। କରୋନା ପରିପ୍ରେକ୍ଷୀରେ ସାମାଜିକ ଦ୍ବରୂତ୍ବ ରକ୍ଷା କରିବା ଏ ଦିଗରେ ଏକ ବଡ଼ ପ୍ରତିବନ୍ଧକ ସାଜିଛି। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତି ପାଳନ ସମୟରେ ଏହା ରକ୍ଷା କରାଯାଇପାରିବ ନାହିଁ ଓ ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଅଟକାଯିବା କଷ୍ଟସାଧ୍ୟ।

ଏଭଳି ପରିପ୍ରେକ୍ଷୀରେ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତିକୁ ଧରି ପ୍ରଶାସନ ଆଗକୁ ଯିବ ଓ ରାଜ୍ୟ ସରକାର ରଥଯାତ୍ରା ବନ୍ଦ କରିବା ନେଇ ଯେ କୌଣସି ମୁହୂର୍ତରେ ଘୋଷଣା କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେଉନାହିଁ। କିନ୍ତୁ କୌତୂୁହଳ କଥାଟି ହେଲା, ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତି ମହାରାଜା ରଥଯାତ୍ରା କରିବା ନେଇ ଶଙ୍କରାଚାର୍ଯ୍ୟଙ୍କର ମତ ଲୋଡି଼ଲା ବେଳେ କେଉଁ ପ୍ରସଙ୍ଗଟି ଉଠାଉଛନ୍ତି। ରଥରେ ମହାପ୍ରଭୁ ଯାତ୍ରା କରିବା ଯେଭଳି ଗୁରୁତ୍ବପୂର୍ଣ୍ଣ କଥା, ଯାହା ଉପରେ ସରକାର ଏତେ ଗୁରୁତ୍ବ ଦେଉଛନ୍ତି, ଠିକ୍ ସେମିତି ମହାପ୍ରଭୁ ରତ୍ନବେଦୀରୁ ଓହ୍ଲାଇ ଆଉଥରେ ରତ୍ନବେଦୀରେ ଚଢିବା ପର୍ଯ୍ୟନ୍ତ ଯେଉଁ ଅନ୍ୟାନ୍ୟ କାର୍ଯ୍ୟ ରହିଛି, ତାହା ତା ଚାହିଁ ଗୁରୁତ୍ବପୂର୍ଣ୍ଣ। ସେ ନେଇ ଏଯାଏ କେହି ମୁହଁ ଖୋଲିନାହାନ୍ତି।

ଏପଟେ ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ନେଇ ଆଲୋଚନା କରିଛନ୍ତି। ଏଣୁ ସ୍ବାଭାବିକ ଭାବେ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେବେ, ତା ଉପରେ କେନ୍ଦ୍ର ସରକାର ବା ରାଜ୍ୟ ବିଜେପିର କୌଣସି ଆପତ୍ତି ରହିବ ନାହିଁ। ଏମିତିରେ ବି ରାଜ୍ୟ ସରକାର ଯେତେବେଳେ ଯାହା କହୁଛନ୍ତି, ରାଜ୍ୟ ବିଜେପି ହଁ ମାନିଛି। ଏବେ ଦେଖିବା କଥା, ଶଙ୍କରାଚାର୍ଯ୍ୟ କି ନିର୍ଯ୍ୟାସ ଶୁଣାଇବେ। ରଥଯାତ୍ରା ବନ୍ଦ କରାଯିବା ଲାଗି ଯଦି ନିଷ୍ପତ୍ତି ହୁଏ, ଆଉ କଣ କଣ କରାଯିବା ଲାଗି ସ୍ଥିର ହେବ, ତାହା ଏ କ୍ଷେତ୍ରରେ ଏକ ବଡ଼ ଅପେକ୍ଷା ରଖୁଛି।

Leave A Reply

Your email address will not be published.