ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଆରମ୍ଭ ହେଲା ରଥଟଣା

0

ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଶ୍ରୀମନ୍ଦିର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି । ଜନ୍ମବେଦୀରେ ଲୀଳାଖେଳା ସାରି ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଆସୁଛନ୍ତି । ଧାର୍ଯ୍ୟ ସମୟର ଏକ ଘଣ୍ଟା ପୂର୍ବରୁ ଆରମ୍ଭ ହେଲା ରଥଟଣା । ଗଡିଲା ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ। ବଡଦାଣ୍ଡରେ ଏକାଠି ହୋଇଛନ୍ତି ଭକ୍ତ ଓ ଭଗବାନ। ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଯିବେ ମହାପ୍ରଭୁ। ସନ୍ଧ୍ୟାସୁଦ୍ଧା ତିନିରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମ୍ଭାବନା ରହିଛି।
ରଥଯାତ୍ରା ଅଘଟଣ ପରେ ଟ୍ରାଫିକ୍ ନିୟନ୍ତ୍ରଣଠୁ ଭକ୍ତଙ୍କ ସୁରକ୍ଷା ଯାଏଁ ସବୁ କ୍ଷେତ୍ରରେ ଆହୁରି ଯତ୍ନବାନ ହୋଇଛନ୍ତି ପୋଲିସ ଓ ପ୍ରଶାସନ। ଗତକାଲି ସନ୍ଧ୍ୟା ୬ଟାରୁ ଶେଷ ହୋଇଛି ନବମୀ ସନ୍ଧ୍ୟା ଦର୍ଶନ। ଦିନ ତମାମ ଜନ୍ମବେଦୀରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ।
ରଥଟଣା ସରିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଛି ବୋଲି ସେବାୟତମାନଙ୍କ ପକ୍ଷରୁ କୁହାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ୨୦୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଆମ୍ବୁଲାନ୍ସ ଯିବା ପାଇଁ ଗ୍ରୀନ୍‌ କରିଡର ହେବ। ଭକ୍ତଙ୍କ ଉପରେ ପାଣି ସିଞ୍ଚନ କରାଯିବ। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.