ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବଡ଼ ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ

0
  • ପ୍ରବାସୀ ଶ୍ରମିକଙ୍କ ସହ ଆସୁଛି ବଡ଼ ବିପଦ
  • ଅସିତ, ସୁରେଶ, ପାଣ୍ଡିଆନଙ୍କ ଟିମ୍ ଗଠନ
  • ପଞ୍ଜୀକରଣ ଦାୟିତ୍ବ ତୁଲାଇବେ କ୍ରିଷନ୍
  • ମୁକାବିଲା ପାଇଁ ୨୨ ବରିଷ୍ଠଙ୍କୁ ଦାୟିତ୍ବ
  • ସ୍ବାସ୍ଥ୍ୟ ବିଭାଗରେ ମୁଖିଆ ହେଲେ ପ୍ରଦୀପ୍ତ
  • ୫୦ରୁ ଅଧିକ ଅଫିସର ଏବେ ମଇଦାନରେ

ଭୁବନେଶ୍ବର: ମହାମାରୀ କରୋନା କ୍ଷେତ୍ରରେ ଆସୁଥିବା ସବୁଠାରୁ ବଡ଼ ଆହ୍ବାନର ମୁକାବିଲା ଲାଗି ରାଜ୍ୟ ସରକାର ଆଜି ଯୋଦ୍ଧା ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ତାଙ୍କ ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ଏବଂ ଅଫିସର ସହାୟତା ଲାଗି ଏକ ବିଶାଳ ଟିମ୍ ଗଠନ କରିଛନ୍ତି। ବଛା ବଛା ଅଫିସରଙ୍କୁ ଦାୟିତ୍ବ ଦେଇ ପ୍ରବାସୀ ଶ୍ରମିକଙ୍କ ଫେରିବା ପ୍ରକ୍ରିୟା କିଭଳି ଠିକ୍ ଭାବେ ଶେଷ ହେବ, ସେଥିଲାଗି ବନ୍ଦୋବସ୍ତ କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ମହାରାଷ୍ଟ୍ର ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ସେଠାରେ ଥିବା ପ୍ରବାସୀଙ୍କ ଓଡ଼ିଶା ଫେରିବା ସଂପର୍କରେ ଆଲୋଚନା କରିଥିଲେ। ସନ୍ଧ୍ୟାରେ ସରକାର ଏ ତାଲିକା ଜାରି କରିଛନ୍ତି। କେବଳ େସତିକି ନୁହେଁ, ସ୍ବାସ୍ଥ୍ୟ ବିଭାଗରେ ଜଣେ ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କୁ ନିଯୁକ୍ତି ଦେଇଛନ୍ତି। ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ୍ତ କୁମାର ମହାପାତ୍ର ଏହି ଦାୟିତ୍ବରେ ରହିବେ। ହେଲେ ନିକୁଞ୍ଜ ଧଳ କିନ୍ତୁ ଏଠାରେ ପ୍ରମୁଖ ସଚିବ ଭାବେ ପୂର୍ବଭଳି କାର୍ଯ୍ୟ କରିବେ। ସଂପ୍ରତି କେନ୍ଦ୍ର ସରକାର, ଅନ୍ୟ ରାଜ୍ୟ ସରକାର ଓ ଜିଲ୍ଲାମାନଙ୍କ ସହିତ ଏକାଧିକ୍ରମେ ସମନ୍ବୟ ରକ୍ଷା କରିବା ଭଳି ଦାୟିତ୍ବ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।

ସରକାର ପ୍ରବାସୀ ଶ୍ରମିକଙ୍କ ସଙ୍ଗରୋଧ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଖାଇବା ପିଇବା, ଆଦି ସମସ୍ତ ବିଷୟର ତଦାରଖ କରିବା ଲାଗି ୨୨ ଜଣ ବରିଷ୍ଠ ଅଫିସରଙ୍କୁ ଦାୟିତ୍ବ ଦେଇଛନ୍ତି। ସେମାନେ ହେଲେ ଭୁବନେଶ୍ବର ସହର ପାଇଁ ଅନୁ ଗର୍ଗ ଓ ଏନ୍ ତିରୁମାଲା ନାୟକ, ବାଲେଶ୍ବର ଓ ଭଦ୍ରକ ପାଇଁ ମଧୁସୂଦନ ପାଢ଼ୀ ଓ ରତ୍ନାକର ରାଉତ। ସେହିଭଳି କଟକ ସହର ଓ କଟକ ଗ୍ରାମାଞ୍ଚଳ ପାଇଁ ସୌରଭ ଗର୍ଗ ଓ ସୁଶାନ୍ତ ମହାପାତ୍ର, ମୟୂରଭଞ୍ଜ ଓ କେନ୍ଦୁଝର ପାଇଁ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟି, ଗଞ୍ଜାମ ଓ ଗଜପତି ପାଇଁ ଜି ମାଥିଭାଥାନନ୍ ଓ କ୍ରିଷନ୍ କୁମାରଙ୍କୁ ଦାୟିତ୍ବ ଦିଆଯାଇଛି।

ଏଗହାବ୍ୟତୀତ ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା ଓ ସୁରେଶ ଚନ୍ଦ୍ର ଦଲାଇ, ଅନୁଗୁଳ, ଦେବଗଡ଼ ଓ ଢେଙ୍କାନାଳ ପାଇଁ ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀ, ବଲାଙ୍ଗୀର, ‌ବରଗଡ଼ ଓ ନୂଆପଡ଼ା ପାଇଁ ସୁଶିଲ କୁମାର ଲୋହାନି ଓ ବେଣୁଧର ବେହେରା, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ପାଇଁ ଶାଶ୍ବତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ର ତଦାରଖ ଦାୟିତ୍ବ ନିଭାଇବେ। କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ପାଇଁ ଭି ଭି ଯାଦବ ଓ ରସିଦ୍ ଖାନ୍‌, ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳ ପାଇଁ ଅନିଲ କୁମାର ସାମଲ ଏବଂ ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ପାଇଁ ନିରଞ୍ଜନ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି।

ପୂର୍ବରୁ ୧୦ ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ ସରକାର ଗୁରୁ ଦାୟିତ୍ବ ଦେଇଥିଲେ। ଯେଉଁଥିରେ କୋଭିଡ୍‌ ହସ୍ପିଟାଲ୍‌ ନିର୍ମାଣର ତଦାରଖ ପାଇଁ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଓ ସୌରଭ ଗର୍ଗଙ୍କୁ ଦାୟିତ୍ବ ଦିଆଯାଇଥିଲା। ସେହିଭଳି ସାମାଜିକ ଦୂରତା ନିୟମ ତଦାରଖ କରିବାକୁ ପି କେ ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ବାହାର ରାଜ୍ୟରେ ଥିବା ଓଡ଼ିଆଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ସଞ୍ଜୀବ ଚୋପ୍ରାଙ୍କୁ ଓ ଅନୁ ଗର୍ଗଙ୍କୁ କୋଭିଡ୍‌ ସମ୍ପର୍କିତ ତାଲିମ୍ ଓ ସଚେତନତା କାର୍ଯ୍ୟକ୍ରମ ଦାୟିତ୍ବ, କ୍ରିଷନ୍ କୁମାରଙ୍କୁ ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ, ସୁରେନ୍ଦ୍ର କୁମାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ପରିବହନ, ହେମନ୍ତ ଶର୍ମାଙ୍କୁ ଅତ୍ୟାବଶ୍ୟକ ମେଡିକାଲ ଉପକରଣ ଯୋଗାଣ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ବିଶାଲ ଦେବ ଓ ସଚିନ ରାମଚନ୍ଦ୍ର ଯାଦବଙ୍କୁ କରୋନା ପରିଚାଳନାରେ ମୁଖ୍ୟ ଶାସନ ସଚିବଙ୍କ ଓଏସ୍‌ଡି ଏବଂ ଆର୍‌ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟାଙ୍କ ଓଏସ୍‌ଡି ଭାବେ ନିଯୁକ୍ତି ଦିଅାଯାଇଛି। ଏହା ସହ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ଅଗ୍ରୱାଲ, ବି ଏସ୍ ପୁନିଆ, ସୋମେଶ ଉପାଧ୍ୟାୟ, ପି ଅବିନାଶ ରେଡ୍ଡି, ହେମକାନ୍ତ ସାଏ, ଆଇପିଏସ୍‌ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟ, ଜେ ଏନ୍ ପଙ୍କଜ ଓ ଅନିରୁଦ୍ଧ କୁମାର ସିଂହଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ସଂପୃକ୍ତ କରାଯାଇଛି।

 ରାଜ୍ୟ ବାହାରେ ଥିବା ଓଡ଼ିଅାଙ୍କୁ ସହାୟତା କରିବା ନିମନ୍ତେ ହୋଇଥିବା କଲ୍‌ ସେଣ୍ଟର୍‌ ପରିଚାଳନା ଦାୟିତ୍ବରେ ତିନି ଜଣ ବରିଷ୍ଠ ଆଇପିଏସ୍‌ ଅଫିସର୍‌ ଅମିତାଭ ଠାକୁର, ସଞ୍ଜୀବ ପଣ୍ଡା ଓ ସାର୍ଥକ ଷଡ଼ଙ୍ଗୀ, ଆଇଏଏସ୍‌ ଅଫିସର୍‌ ଦିବାକର ଟି ଏସ୍‌ ଓ ଆଶିଷ ପାଟିଲ୍, ଆଇଏଫ୍‌ଏସ୍‌ ଅଫିସର୍‌ ଜି ରେଘୁଙ୍କୁ ରଖାଯାଇଛି। ଏହା ସହ ତେଲେଙ୍ଗାନା ପାଇଁ ୱାଇ ବିଜୟ, ଆନ୍ଧ୍ରପ୍ରଦେଶ ପାଇଁ ବି ପରମେଶ୍ବରନ୍, ପଶ୍ଚିମବଙ୍ଗ ପାଇଁ ଭାସ୍କରଜ୍ୟୋତି ଶର୍ମା, ଗୁଜୁରାଟ ପାଇଁ ନୀତିନ ଜାୱଲେ, ମହାରାଷ୍ଟ୍ର ପାଇଁ ରାଜେଶ ପ୍ରଭାକର ପାଟିଲ, ତାମିଲନାଡ଼ୁ ପାଇଁ ଚିତ୍ରା ଅରୁମୁଗମ୍, ବିହାର ଓ ଝାଡ଼ଖଣ୍ଡ ପାଇଁ ଏମ୍ ସାଦିକ୍ ଆଲାମ, କେରଳ ପାଇଁ ଏମ୍ ମୁଥୁକୁମାର, ନୂଆଦିଲ୍ଲୀ ପାଇଁ ସଞ୍ଜୀବ ମିଶ୍ର ଓ ଅନ୍ୟ ରାଜ୍ୟ ପାଇଁ ଅମିତାଭ ଠାକୁରଙ୍କୁ ସରକାର ଦାୟିତ୍ବ ପ୍ରଦାନ କରିଛନ୍ତି।

ପୂର୍ବରୁ ସରକାର ପ୍ରଥମ ଦୁଇ ପର୍ଯ୍ୟାୟରେ ବିଦେଶ ଫେରନ୍ତା ଓ ତବଲିଗ୍ ନିୟନ୍ତ୍ରଣରେ ଏକପ୍ରକାର ସଫଳ ହୋଇଥିଲେ। ହେଲେ ଏବେ ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ଫେରନ୍ତା କରୋନା ପଜିଟିଭ୍ ସଂଖ୍ୟାକୁ ଶହେ ଡିଆଁଇଲେଣି। ଏହା ବିପଜ୍ଜନକ ସ୍ଥିତି ସୃଷ୍ଟି କଲାଣି। ଏବେ ଏହାର କେଇ ଗୁଣ ଲୋକ ରାଜ୍ୟ ବାହାରକୁ ଆସିବାକୁ ଥିବାରୁ ଆଗକୁ ଯେଉଁ ଆହ୍ବାନ ଆସୁଛି, ତାକୁ ମୁକାବିଲା କରିବା ସରକାରଙ୍କ ପାଇଁ କାଠିକର ପାଠ ହୋଇଛି। ଏଥିପାଇଁ ବେଳ ଥାଉ ଥାଉ ସରକାର ଯୁଦ୍ଧରେ କରୋନା ଶତ୍ରୁକୁ ଦମନ ପାଇଁ ବଡ଼ ବଡ଼ ଯୋଦ୍ଧାଙ୍କୁ ନିଯୁକ୍ତି ଦେଇଛନ୍ତି।

Leave A Reply

Your email address will not be published.