ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଓଡ଼ିଶା ଆଡ଼େ ବାତ୍ୟା ଆସିବ କି?

0

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଏହି ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଶକ୍ତିଶାଳୀ ହୋଇ ଅବପାତ ର ରୂପ ନେବ ଓ ଏହାର ପରବର୍ତ୍ତୀ ସମୟ ରେ ଅଧିକ ଘନୀଭୂତ ହେବାର ସମ୍ଭବାନା ରହିଛି। ଏହି କ୍ଷେତ୍ର ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଆଗାମୀ ୬ ତାରିଖ ଯାଏଁ ଗତି କରିବ ବୋଲି ପୂର୍ବାନୁମାନ କରାଯାଉଛି।

ତେବେ ଏହା ବାତ୍ୟା ରୂପ ନେବ କି ନାହିଁ ତାକୁ ନେଇ ଅନିଶ୍ଚତତା ଦେଖାଦେଇଛି। ବିଭିନ୍ନ ପାଣିପାଗ ମଡେଲ ମାନେ ଭିନ୍ନ ଭିନ୍ନ ପୂର୍ବାନୁମାନ କରୁଛନ୍ତି। ଏକ ୟୁରୋପିିଆନ୍ ପାଣିପାଗ ସଂସ୍ଥା (ECMWF) ମଡେଲ ଦର୍ଶାଇଛି କି ଏହି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତ ଓ ପରେ ଆହୁରି ଶକ୍ତିଶାଳୀ ହୋଇ ଉତ୍ତର -ଉତ୍ତର ପଶ୍ଚିମ ଦିଗ ରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ଓ ବାତ୍ୟାର ରୂପ ନେବ। ମାତ୍ର ଆଉ କିଛି ପାଣିପାଗ ପୂର୍ବାନୁମାନ କରୁଥିବା ସଂସ୍ଥା (GFS, NCEP GFS, NEPS, GEFS, NCUM) ଦର୍ଶାଇଛନ୍ତି କି ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ନାହିଁ।

ସେହିପରି ଏହି କ୍ଷେତ୍ରର ଗତିପଥକୁ ନେଇ ମଧ୍ୟ ଅନିଶ୍ଚିତତା ଜାରି ରହିଛି । ଏହି କ୍ଷେତ୍ର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ପରେ ଭାରତର ପୂର୍ବତଟ ଆଡକୁ ଆସିବ କିମ୍ବା ବାଂଲାଦେଶ କିମ୍ବା ମିଆମାର୍ ଆଡକୁ ଯିବ ତାହା ଏବେ ବି ଅସ୍ପଷ୍ଟ। ଏହି କ୍ଷେତ୍ର ଉପରେ ପାଣିପାଗ ସଂସ୍ଥା ମାନେ ଅହରହ ପର୍ଯ୍ୟବେକ୍ଷଣ କରୁଛନ୍ତି ଓ ଆଗାମୀ କିଛି ଦିନ ମଧ୍ୟ ରେ ଏ କ୍ଷେତ୍ର ବିଷୟ ରେ ଅଧିକ ସଠିକ୍ ସୂଚନା ମିଳିପାରିବ ବୋଲି ଆଶା ରଖାଯାଇଛି ।

ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଏଯାଏ ଏହା ଉପରେ କୌଣସି ମତ ରଖିନାହାନ୍ତି। ମିଆମାର୍ ଉପକୂଳକୁ ଯିବା ସମ୍ଭାବନା କ୍ଷୀଣ ବୋଲି ମଧ୍ୟ କିଛି ପାଣିପାଗବିତ୍ କହୁଛନ୍ତି। ଯଦି ଏହି କ୍ଷେତ୍ରଟି ସମୁଦ୍ରରୁ ବଳ ନପାଏ, ତେବେ ଏହା ଉପକୂଳ ଆସିବା ବେଳକୁ ପ୍ରଭାବ ରଖିନପାରେ। ଏହା ଯଦିବାତ୍ୟା ରୂପ ନେବ, ତେବେ ଏହାର

Leave A Reply

Your email address will not be published.